ETV Bharat / city

Weather Update: ମଙ୍ଗଳବାର ଠାରୁ ରାଜ୍ୟରେ କମିବ ବର୍ଷା

author img

By

Published : Oct 10, 2022, 7:46 PM IST

ଆସନ୍ତାକାଲି(ମଙ୍ଗଳବାର) ଠାରୁ ରାଜ୍ୟରେ କମିବ ବର୍ଷାର ପରିମାଣ। ତେବେ ସୋମବାର ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ମଙ୍ଗଳବାର ଠାରୁ ରାଜ୍ୟରେ କମିବ ବର୍ଷା
ମଙ୍ଗଳବାର ଠାରୁ ରାଜ୍ୟରେ କମିବ ବର୍ଷା

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାକୁ ନେଇ ସୋମବାର ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତାକାଲି(ମଙ୍ଗଳବାର) ଠାରୁ ରାଜ୍ୟରେ କମିବ ବର୍ଷାର ପରିମାଣ ।

ବିଶେଷ ଭାବେ ଉପକୂଳ ଓଡିଶା ସହ ପାଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷାର ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି (ମଙ୍ଗଳବାର) ଠାରୁ ବର୍ଷାର ବିସ୍ତୃତି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଚଳିତ ଅକ୍ଟୋବର ମାସରେ ଏଯାବତ ୮୫ ମିମି ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ବା ଅପସାରଣ କରିନଥିବାରୁ ବର୍ଷା ଜାରି ରହିଛି । ବାତ୍ୟା ପାଇଁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ ।

ମଙ୍ଗଳବାର ଠାରୁ ରାଜ୍ୟରେ କମିବ ବର୍ଷା

ଏହା ମଧ୍ୟ ପଢନ୍ତୁ: Chittaranjan Death Case: ସିବିଆଇ ତଦନ୍ତ ଦାବିକଲେ ପରିବାର

ଅନ୍ୟପଟେ ଟ୍ବିନସିଟି କଟକ ଏବଂ ଭୁବନେଶ୍ୱରରେ ମେଘୁଆ ପାଗ ସହ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଏହାସହ ଅତ୍ୟଧିକ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓ ସକାଳର ଉତ୍ତାପ ଯୋଗୁଁ ରାଜ୍ୟରେ ବିଜୁଳି ଘଡି ଘଡି ସହ ବର୍ଷା ହେଉଛି । ତେଣୁ କଳାହାଣ୍ଡିଆ ମେଘ ଦେଖିଲେ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ସ୍ଥାନରେ ରୁହନ୍ତୁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ଏହାସହ ଆସନ୍ତା ୧୪ ରୁ ୧୭ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷାର ପରିମାଣ କମିଲେ ଧୀରେ ଧୀରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ।

ଏନେଇ ପାଣିପାଗ ବୌଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, "ବର୍ଷାର ପ୍ରଭାବ କମିବ ବୋଲି ଅନୁମାନ କରାଯାଇଛି । କିନ୍ତୁ ତାଉପରେ ନଜର ରହିଛି । ଆଜି କିଛିସ୍ଥାନରେ ବର୍ଷା ହୋଇପାରେ । ମଙ୍ଗଳବାର ଠାରୁ ବର୍ଷାର ପରିମାଣ ଧିରେ ଧିରେ କମିବ ଏବଂ ଏହା ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ରବିବାର ଦିନ ଉପକୂଳବର୍ତ୍ତୀ ଅଞ୍ଚଳ କେଉଁଝର, ମୟୂରଭଞ୍ଜ ଇତ୍ୟାଦି ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି ।

ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଅତ୍ୟଧିକ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓ ସକାଳର ଉତ୍ତାପ ଯୋଗୁଁ ରାଜ୍ୟରେ ବିଜୁଳି ଘଡି ଘଡି ସହ ବର୍ଷା ହେଉଛି । ବିପଦଜନକ ଘଡଘଡି ବିଜୁଳି ସମୟରେ ନିଜକୁ ନିରାପଦ ରଖିବାକୁ ଚେଷ୍ଟା କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.