ETV Bharat / city

ଆସନ୍ତା 24 ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା

author img

By

Published : Jun 20, 2021, 9:13 PM IST

ବାଂଲାଦେଶ ଓ ଏହାର ଆଖପାଖରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ । ସେହିପରି ସୋମବାର ବିଜୁଳି ଘଡଘଡି ଓ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ୍ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଆସନ୍ତା 24 ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ

ଭୁବନେଶ୍ବର: ବାଂଲାଦେଶ ଓ ଏହାର ଆଖପାଖରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ରାଜସ୍ଥାନ ଠାରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ରହିଛି। ଏହା ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। ସୋମବାର ସକାଳ ୮.୩୦ ମଧ୍ୟରେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୋମବାର ବିଜୁଳି ଘଡଘଡି ଓ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ୍ ଜାରି କରାଯାଇଛି । ନୂଆପଡା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

୫ ଜିଲ୍ଲାରେ ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ୭ ଜିଲ୍ଲାରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ନୂଆପଡା, ସୋନପୁର,ସମ୍ବଲପୁର ଓ କୋରାପୁଟରେ ସ୍ବାଭାବିକ ଠାରୁ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ୬ ଜିଲ୍ଲା ଢେଙ୍କାନାଳ, ପୁରୀ, ଦେବଗଡ଼, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ୨୦ ପ୍ରତିଶତରୁ ଊର୍ଦ୍ଧ୍ବ ବର୍ଷା ହୋଇଛି। ଅବଶିଷ୍ଟ ୧୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ସର୍ବୋଚ୍ଚ ତାପମାତ୍ରା ୩୩.୦ ଡିଗ୍ରୀ ରେକର୍ଡ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ସର୍ବାଧିକ ୨୬.୦ ମିମି ବର୍ଷା ରେକର୍ଡ ହୋଇଛି। ସମ୍ବଲପୁର ବାଟଗାଁରେ ୨୫.୬ ମିମି, ଜମନକିରାରେ ୧୯.୨ ମିମି, ବନାଇଗଡ଼ରେ ୧୯.୦ ମିମି, ଝୁମ୍ପୁରାରେ ୧୪.୬ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.