ETV Bharat / city

ସୁନ୍ଦରଗଡରେ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗର ପ୍ରଶଂସା - ମାଣ୍ଡିଆ ଲଡୁକୁ ନୀତି ଆୟୋଗଙ୍କ ପ୍ରଶଂସା

ଶିଶୁଙ୍କ ପୋଷଣ ଲାଗି ରାଜ୍ୟରେ ମାଣ୍ଡିଆ ଲଡୁ ପ୍ରଚଳନ କରାଯାଇଛି । ସକାଳ ଜଳଖିଆ ମାଣ୍ଡିଆ ଲଡୁ । ୩ ରୁ ୬ ବର୍ଷ ବୟସ୍କ ଶିଶୁଙ୍କୁ ଅଙ୍ଗନବାଡି ମାଧ୍ୟମରେ ସକାଳ ଜଳଖିଆ ଭାବେ ଏହି ଲଡୁ ବିତରଣ କରାଯାଉଛି । ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ଏହି ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି । ଅଧିକ ପଢ଼ନ୍ତୁ

ପିଲାଙ୍କ ପୋଷଣ ପାଇଁ ମାଣ୍ଡିଆ ଲଡୁ
ପିଲାଙ୍କ ପୋଷଣ ପାଇଁ ମାଣ୍ଡିଆ ଲଡୁ
author img

By

Published : Sep 4, 2022, 9:38 AM IST

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ଶିଶୁଙ୍କ ଅତିରିକ୍ତ ପୋଷଣ ଲାଗି ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି । ଜିଲ୍ଲାରେ ମିଶନ ଶକ୍ତିର ମହିଳାମାନେ ଏହି ମାଣ୍ଡିଆ ଲଡୁ ମିକ୍ସ ତିଆରି କରୁଛନ୍ତି । ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ଏହି ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି ।

ପିଲାଙ୍କ ପୋଷଣ ପାଇଁ ମାଣ୍ଡିଆ ଲଡୁ
ପିଲାଙ୍କ ପୋଷଣ ପାଇଁ ମାଣ୍ଡିଆ ଲଡୁ

ସେହିପରି ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ସ୍ବଂୟସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଜୀବିକାକୁ ସୁନିଶ୍ଚିତ କରୁଥିବା ବିଷୟ ଆୟୋଗ ଏହାର ଏକ ସର୍ବଭାରତୀୟ ରିପୋର୍ଟରେ ଦର୍ଶାଇଛନ୍ତି । ବର୍ତ୍ତମାନ ୩୯ଟି ସ୍ବଂୟ ସହାୟକ ଗୋଷ୍ଠୀକୁ ମାଣ୍ଡିଆ ଲଡ଼ୁ ମିକ୍ସ ପ୍ରସ୍ତୁତି ଦାୟିତ୍ବ ଦିଆଯାଇଛି । ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମରୁ ୩,୮୦୯ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୬୩ ହଜାର ଶିଶୁ ଉପକୃତ ହେଉଛନ୍ତି ।

ପିଲାଙ୍କ ପୋଷଣ ପାଇଁ ମାଣ୍ଡିଆ ଲଡୁ
ପିଲାଙ୍କ ପୋଷଣ ପାଇଁ ମାଣ୍ଡିଆ ଲଡୁ

କେନ୍ଦ୍ର ସରକାରଙ୍କ ନୀତି ଆୟୋଗଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଟେକ୍ ହୋମ୍ ରାସନ - ଗୁଡ୍ ପ୍ରାକ୍ଟିସେସ୍ ଆକ୍ରସ ଦଷ୍ଟେଟସ୍/ୟୁନିଅନ ଟେରିଟୋରିଜ୍’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୋଭିଡ୍ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ଘରେ ଘରେ 'ମାଣ୍ଡିଆ ଲଡୁ ମିକ୍ସ’ ଦିଆଯିବା ବିଷୟ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟକୁ ସ୍ବାଗତ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘‘ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ କ୍ଷେତ୍ରରେ ପୋଷଣ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ତେଣୁ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାମାନଙ୍କୁ ନିୟମିତ ମାଣ୍ଡିଆ ଲଡ଼ୁ ଦିଆଯାଇ ସେମାନଙ୍କ ସ୍ବାସ୍ଥ୍ୟର ମୂଳଦୁଆକୁ ସଶକ୍ତ କରିବା ଲାଗି ଏହି କାର୍ଯ୍ୟକ୍ରମ ଚାଲିଛି । ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହିତ ଏସ୍ଏଚଜି ମହିଳାଙ୍କ ଜୀବିକା ବିକାଶ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । ’’

ପିଲାଙ୍କ ପୋଷଣ ପାଇଁ ମାଣ୍ଡିଆ ଲଡୁ
ପିଲାଙ୍କ ପୋଷଣ ପାଇଁ ମାଣ୍ଡିଆ ଲଡୁ

ମିଳିତ ଜାତିସଂଘ ୨୦୨୩କୁ ’ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ’ ବର୍ଷ ଭାବେ ଘୋଷଣା କରିଛନ୍ତି । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ, ସଂଗ୍ରହ ଏବଂ ବ୍ୟବହାର ଉପରେ କୃଷି ବିଭାଗ ଗୁରୁତ୍ୱ ଦେଉଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ୧୯ଟି ଜିଲ୍ଲାର ୧୪୩ଟି ବ୍ଲକରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି । ଏହା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଲକ ରହିଛି । ତା’ଭିତରୁ ୮ଟି ବ୍ଲକରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

୨୦୧୮-୧୯ରେ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲା । ସେହି ବର୍ଷ ୪ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା । ୨୦୨୨-୨୩ରେ ତାହା ଆଜି ୧୨ ବ୍ଲକରେ ପହଞ୍ଚି ପାରିଛି । ଚଳିତ ବର୍ଷ ୧୬ ହଜାରରୁ ଅଧିକ ଚାଷୀ ୬ ହଜାର ହେକ୍ଟର ଜମିରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରୁଛନ୍ତି ।

ଏଥିପାଇଁ ଚାଷୀଙ୍କୁ ବିହନ, ସାର, ଆଧୁନିକ କୃଷି ଯନ୍ତ୍ରପାତି ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଓ ମିଶନଶକ୍ତି ସହଭାଗିତାରେ ଜିଲ୍ଲାରେ ୨୧ଟି ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଏବଂ ରାଉରକେଲା ଠାରେ ଗୋଟିଏ ମିଲେଟ୍ ଶକ୍ତି କାଫେ ଖୋଲିଛି । ସ୍ଥାନୀୟ ସ୍ୱୟଂସହାୟକ ଗୋଷ୍ଠୀ ଏହାର ପରିଚାଳନା କରୁଛନ୍ତି । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଚାଲିଥିବା ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମ ବିଷୟରେ ନୀତି ଆୟୋଗଙ୍କ ରିପୋର୍ଟରେ ମଧ୍ୟ ସ୍ଥାନ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.