ETV Bharat / city

ରାଜ୍ୟ ସରକାରଙ୍କ ଅହଙ୍କାର, ଏଏସଆଇର ଅବହେଳା ପାଇଁ ଶ୍ରୀମନ୍ଦିର ବିପଦରେ: ବିଜୟ ମହାପାତ୍ର - ବର୍ଷିଲେ ବିଜେପି ନେତା ବିଜୟ ମହାପାତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ ପରେ ରାଜ୍ୟ ସରକାର ଓ ଏଏସଆଇକୁ କଡା ପ୍ରହାର କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ବିଜୟ ମହାପାତ୍ର
ବିଜୟ ମହାପାତ୍ର
author img

By

Published : May 10, 2022, 6:08 PM IST

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ ପରେ ରାଜ୍ୟ ସରକାର ଓ ଏଏସଆଇକୁ କଡା ପ୍ରହାର କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ରାଜ୍ୟ ସରକାରଙ୍କ ଅହଙ୍କାର,ଏଏସଆଇର ଅବହେଳା ପାଇଁ ଶ୍ରୀମନ୍ଦିର ବିଦପରେ

ବିଜୟ କହିଛନ୍ତି ରାଜ୍ୟ ସରକାର ବେଆଇନ ଭାବେ କାମ କରିବା ଯେତିକି ଭୁଲ, ଏଏସଆଇ ତଦାରଖ ନକରିବା ମଧ୍ୟ ସେତିକି ଭୁଲ । ଏଏସଆଇର ରିପୋର୍ଟ ଉଦବେଗଜନକ । ଏଏସଆଇ ଦାୟିତ୍ବରେ ଅବହେଳା କରିଛି ।

ହାଇକୋର୍ଟରେ ଏଏସଆଇ ପ୍ରଥମେ ଚୁପ ରହିଲା, ତାପରେ 15 ଦିନ ସମୟ ମାଗିଲା । କାହିଁକି ଏମିତି କରୁଥିଲା ଏଏଏସଆଇ? ଏଏସଆଇ କାହିଁକି ନିର୍ମାଣ କାମ ଉପରେ ହାଇକୋର୍ଟଙ୍କ ନିକଟରେ ଷ୍ଟେ ଅର୍ଡର ମାଗିଲା ନାହିଁ ? ଯଦି ବେଆଇନ କାମ ହେଉଥିଲା, ତାହେଲେ କାହିଁକି ଏଫଆଇଆର କଲା ନାହିଁ ? କାହା ଚାପରେ ଏଏସଆଇ ରହିଛି ? ରାଜ୍ୟ ସରକାର ବାରମ୍ବାର ପ୍ରକଳ୍ପ ଡିଜାଇନ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାରଙ୍କ କେଉଁ ପଦସ୍ଥ ଅଫିସରଙ୍କ ଦ୍ବାରା ଏହି ଡିଜାଇନ ବାରମ୍ବାର ବଦଳୁଥିଲା । ବାରମ୍ବାର ଗସ୍ତ କରି ରିଭ୍ୟୁ କରିଥଲେ, ଜାଣିପାରୁ ନଥିଲେ କି ? ରାଜ୍ୟ ସରକାରଙ୍କ ଅହଙ୍କାର ଏବଂ ଏଏସଆଇର ଅବହେଳାକୁ ନେଇ ଲଢେଇ ଚାଲିଛି ।

ଶ୍ରୀମନ୍ଦିରର କ୍ଷତି ହେଉଛି । ଆଜିର ଜରୁରୀ ଆବଶ୍ୟକତା ହେଉଛି ତୁରନ୍ତ ଏକ୍ସପର୍ଟ କମିଟି ଗଠନ ହେବା ଉଚିତ । ଏଏସଆଇ ନିଜ ଅବହେଳାକୁ ସ୍ବୀକାର କରିବା ଦରକାର । ବିଶ୍ବର ପ୍ରାଚୀନତମ ମନ୍ଦିର କ୍ଷତିଗ୍ରସ୍ତ ହେଉଛି । ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗୁଛି । ମନ୍ଦିରର ନୀତି ଓ ପରିଚାଳନା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ବ । ମନ୍ଦିର ବାହାର ଏବଂ ମନ୍ଦିର ଭିତର ସୁରକ୍ଷା ଏଏସଆଇର ଦାୟିତ୍ବ । କୌଣସି ସର୍ଭେ ନହୋଇ କାମ ହେଲା କେମିତି ବୋଲି ବିଜୟ ଏକାଧିକ ଯୁକ୍ତିସଙ୍ଗ ପ୍ରଶ୍ନ ଉଠାଇ ରାଜ୍ୟ ସରକାର ଓ ଏଏସଆଇକୁ ଘେରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.