ଭୁବନେଶ୍ବର: ଆସନ୍ତା ଜାନୁୟାରୀ 28, 29 ଓ 31ରେ ବସିବ ପଦୋନ୍ନତି ଅଦାଲତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୟ ଧାର୍ଯ୍ୟ କରାଯାଇଛି।
ତେବେ ଗତ 2019 ଡିସେମ୍ବର 31 ସୁଦ୍ଧା ଯେଉଁ କର୍ମଚାରୀ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବେ ସେମାନେ 23 ଜାନୁୟାରୀ ସୁଦ୍ଧା ସବିଶେଷ ତଥ୍ୟ Garmin.or@nic.inରେ ପ୍ରଦାନ କରିବେ।
ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଏନେଇ ଦାୟିତ୍ବ ଦିଆଯାଇଛି। ମୋଟ 6 ଜଣ ଅଫିସର ଆସିଥିବା ଆପତ୍ତି ଅଭିଯୋଗର ଶୁଣାଣି କରିବେ। ପଦନ୍ନୋତି ଅଦାଲତରେ ଦାୟିତ୍ବ ପାଇଥିବା 6 ଜଣ ବରିଷ୍ଠ ଅଫିସର ହେଉଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସୁରେଶ ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ପ୍ରଦୀପ୍ତ ଜେନା, ଆର କେ ଶର୍ମା, ମୋନା ଶର୍ମା।
ପ୍ରଦୀପ୍ତ ମହାପାତ୍ରଙ୍କୁ 8ଟି ବିଭାଗର ଦାୟିତ୍ବ ମିଳିଛି। ସୁରେଶ ମହାପାତ୍ର ଙ୍କୁ 9ଟି ବିଭାଗ, ଅସିତ ତ୍ରିପାଠୀ ଙ୍କୁ 5ଟି ବିଭାଗ ମିଳିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ