ETV Bharat / city

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା:୩ ସିନିୟରଙ୍କୁ ଖୋଜିବେ ସାଇକ୍ରାଟିଷ୍ଟ - ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣା

ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣା । ରାଗିଂ କରିଥିବା ୩ ସିନିୟରଙ୍କୁ ଖୋଜିବେ ମନସ୍ତତ୍ବବିତ୍ । ଅଧିକ ପଢନ୍ତୁ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା:୩ ସିନିୟରଙ୍କୁ ଖୋଜିବେ ସାଇକ୍ରାଟିଷ୍ଟ

author img

By

Published : Jul 10, 2022, 5:21 PM IST

ଭୁବନେଶ୍ବର : ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ହାତ ଟେକିଦେଲା । ରୁଚିକାକୁ ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କୁ ଖୋଜି ପାରିଲାନି ପୋଲିସ । ୧୩୪ ଛାତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ସିନିୟର ଛାତ୍ରୀଙ୍କୁ ବି ଠାବ କରିପାରିଲାନି ପୋଲିସ । ରୁଚିକାକୁ ରାଗିଂ କରିଥିବା ୩ ସିନିୟରଙ୍କୁ ଖୋଜିବା ନିମନ୍ତେ ମନସ୍ତତ୍ବବିତଙ୍କ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ । ଏନେଇ ବିଜେବି କଲେଜ କାରୁବାକୀ ହଷ୍ଟେଲରେ ପହଞ୍ଚିଛନ୍ତି ମନସ୍ତତ୍ବବିତଙ୍କ ଏକ ସ୍ବତନ୍ତ୍ର ଟିମ୍।

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା:୩ ସିନିୟରଙ୍କୁ ଖୋଜିବେ ସାଇକ୍ରାଟିଷ୍ଟ

ମନସ୍ତତ୍ବବିତ ପ୍ରାପ୍ତି ପ୍ରଧାନଙ୍କ ସହ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଯୁକ୍ତ ତିନିର‌ ପ୍ରଥମ ବର୍ଷ ଛାତ୍ରୀଙ୍କୁ କରିଛନ୍ତି ପଚରାଉଚରା । ସିନିୟରମାନେ ଜୁନିୟରମାନଙ୍କୁ କେମିତି ଆଚରଣ କରୁଥିଲେ । ସେମାନଙ୍କର ହାବ ଭାବ କେମିତା ଥିଲା ସେନେଇ ଗୋଟିଏ ପରେ ଗୋଟିଏ ଛାତ୍ରୀଙ୍କୁ ଜେରା କରାଯାଉଛିି ।

ସେହିପରି ହଷ୍ଟେଲରେ ଏକାଠି ବସିଲା ବେଳେ ସିନିୟରମାନେ କଣ କଣ କହୁଥିଲେ । ରୁଚିକାଙ୍କ ସହିତ କିଭିଳି ବ୍ୟବହାର ଦେଖାଉଥିଲେ । କିଭଳି କଥାବାର୍ତ୍ତା କରୁଥିଲେ। ଏହିପରି ଢଙ୍ଗରେ ଗୋଟି ଗୋଟି କରି ସମସ୍ତ ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି ମନସ୍ତତ୍ବଵିତ । ଯାହାର ଆଧାରରେ ରାଗିଂ କରିଥିବା ୩ ସିନିୟରଙ୍କ ପାଖରେ ପହଞ୍ଚି ପାରିବ କମିଶନରେଟ୍ ପୋଲିସ ।

ମନସ୍ତତ୍ବବିତ ଏନେଇ କଣ ସବୁ ତଥ୍ୟ ପୋଲିସକୁ ଦେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଯେହେତୁ ରୁଚିକା ଜଣେ ମେଧାବି ଛାତ୍ରୀ ଥିଲେ। ଏହି ହଷ୍ଟେଲରେ ରହିବା ବେଳେ ହିଁ ସେ ସୁଇସାଇଡ କରିଛନ୍ତି । ସୁଇସାଇଡ ନୋଟରେ ତିନିଜଣ ସିନାୟରଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ଲେଖିଥିଲେ ।

ତେବେ ଏହା ପଛରେ କିଏ ସେହି ସିନିୟର ? ଯେ କି ରୁଚିକାକୁ ମାନସିକ ଚାପ ଦେଉଥିଲେ । ସେମାନଙ୍କୁ ଖୋଜିବାକୁ ପ୍ରୟାସ ଜାରି ରହିଛି । ଅନ୍ୟପଟେ ରୁଚିକାର ମା ବିଜେବି ଗେଟ ସମ୍ମୁଖରେ ଧାରଣା ଦେଇ ତାଙ୍କ ଝିଅ ମୃତ୍ୟର ନ୍ୟାୟ ଦାବୀ କରିଛନ୍ତି । ସେପଟେ ଏଯାବତ କୈଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି କଲେଜ କର୍ତ୍ତୃପକ୍ଷ । ଅନ୍ୟପଟେ ରାଗିଂର ଆଉ ଏକ ଅଭିଯୋଗ ମଧ୍ୟ ବଡଗଡ ଥାନାରେ ହୋଇଛି।

ସୂଚନା ଅନୁସାରେ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ‌ର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ କଟକ ଆଠଗଡ଼ର ରୁଚିକା ମହାନ୍ତି ଜୁଲାଇ ୨ ପୂର୍ବାହ୍ନରେ କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ । ୩ ସିନିୟର ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ରୁଚିକାଙ୍କ ପକେଟ୍‌ରୁ ପୋଲିସ ପାଇଥିବା ସୁଇସାଇଡ୍‌ ନୋଟ୍‌ରେ ସେ ଉଲ୍ଲେଖ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.