ଭୁବନେଶ୍ବର: ପୁଣି ଘରୋଇ ହସ୍ପିଟାଲର ଦାଦାଗିରି ଦେଖିବାକୁ ମିଳିଛି । ପଇସା ପାଇଁ ହସ୍ପିଟାଲ କର୍ମଚାରୀ ଭୁଲି ଯାଇଛନ୍ତି ସାଧାରଣ ମାନବିକତା । ଦେଢ ଲକ୍ଷ ଟଙ୍କା ପାଇଁ ମୃତଦେହକୁ ଛାଡିନଥିବା ଭଳି ପରିସ୍ଥିତି ରାଜଧାନୀର ନୀଳାଚଳ ହସ୍ପିଟାଲରେ ଦେଖିବାକୁ ମିଳିଛି ।
18 ବର୍ଷୀୟ ନାବାଳକ ସୁବାସ ନାୟକଙ୍କ ମୃତଦେହ ପଡିଛି ବନ୍ଧା । ଭୁବନେଶ୍ବରର ନୀଳାଚଳ ହସ୍ପିଟାଲରେ ଦେଢ଼ ଲକ୍ଷ ଟଙ୍କା ନଦେଲେ ମୃତଦେହକୁ ଛଡାଯିବ ନାହିଁ ବୋଲି ହସ୍ପିଟାଲ ବିରୋଧରେ ଅଭିଯୋଗ ହୋଇଛି । ସେପଟେ ପୁଅର ମୃତଦେହ ପାଇଁ କାକୁତି ମିନତି ହୋଇଛନ୍ତି ବାପା । ତେବେ ତାଙ୍କ ନିକଟରେ ଅର୍ଥ ନଥିବା ବେଳେ ସେ ପୁଅର ମୃତଦେହକୁ ଛାଡିବା ପାଇଁ ହସ୍ପିଟାଲ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ