ETV Bharat / city

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପ୍ରହ୍ଲାଦ ଯୋଶୀ, MECL ସହ ଏମଓୟୁ ସ୍ବାକ୍ଷର

author img

By

Published : Jan 7, 2021, 7:08 PM IST

Updated : Jan 7, 2021, 7:52 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପ୍ରହ୍ଲାଦ ଯୋଶୀ

19:02 January 07

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ଖଣିଜ ପଦାର୍ଥର ନିଲାମ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ଓଡିଶାରେ ଖଣି ଖନନ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ ମଞ୍ଜରୀ, ବନ୍ଦ ଖଣି ଗୁଡ଼ିକର କାର୍ଯ୍ୟକ୍ଷମତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।  

ତେବେ ଓଡିଶା ମିନେରାଲ୍ କର୍ପୋରେସନକୁ 2ଟି ଲୁହାପଥର ଖଣି ବ୍ଲକ ଏବଂ ଓଡିଶା ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ୍ ଲିମିଟେଡକୁ ଗୋଟିଏ ବ୍ଲକ୍ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଓଡିଶାରେ ଲୁହାପଥର ଉତ୍ପାଦନକୁ ତ୍ବରାନ୍ବିତ କରି ରାଜ୍ୟରେ ଅର୍ଥନୀତି ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ବୋଲି ଯୋଶୀ କହିଛନ୍ତି ।  

ଏହାସହ ଓଡିଶା ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ ଲିମିଟେଡ୍ ଓ ଏମଇସିଏଲ ସହ ଏମଓୟୁ ସ୍ବାକ୍ଷର କରାଯାଇଛି । ଏହା ଓଡିଶାରେ ଖଣିଜ ଅନୁସନ୍ଧାନ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ନିୟୋଜନକୁ ସହଜ କରିବ । ପ୍ରକାଶଥାଉକି, ନାଲକୋର 41ତମ ପ୍ରତିଷ୍ଠା ଦିବସରେ ପ୍ରହ୍ଲାଦ ଯୋଶୀ ଗୁରୁବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପ୍ରସାରଣ ଏବଂ ବିବିଧକରଣ ଯୋଜନାରେ ନାଲକୋ 2027-28 ସୁଦ୍ଧା 30,000 କୋଟି ଟଙ୍କା ବିନିଯୋଗ କରିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Jan 7, 2021, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.