ETV Bharat / city

ଗୋପବନ୍ଧୁଙ୍କ ଚିତ୍ର ଆଗରେ ଘରୋଇ ଚ୍ୟାନେଲର ପୋଷ୍ଟର, ଉଦବେଗ ପ୍ରକାଶ କଲେ ଅଣନାତୁଣୀ - ଗୋପବନ୍ଧୁଙ୍କ ଅଣନାତୁଣୀଙ୍କ ଟ୍ବିଟ୍‌

ଓଡିଆ ଜାତିର ସ୍ବାଭିମାନଙ୍କୁ ଅସମ୍ମାନ । ଉତ୍କଳର ମଉଡମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଅପମାନ । କୋଟି କୋଟି ଓଡ଼ିଆଙ୍କ ଗୌରବଙ୍କୁ ଖୁଲମଖୁଲା ଅବମାନନା । ଗୋପନ୍ଧୁଙ୍କ ଚିତ୍ର ଆଗରେ ଲାଗିଛି ଘରୋଇ ଟିଭି ଚ୍ୟାନେଲର ପୋଷ୍ଟର (poster Infront of Pandit Utkalmani Gopabandhu Das) । ସିଲଭର ସିଟି କଟକର ଲିଙ୍କ୍ ରୋଡ ଓଭରବ୍ରିଜ ତଳେ ଏପରି ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଗୋପବନ୍ଧୁଙ୍କ ଚିତ୍ର ଆଗରେ ଘରୋଇ ଚ୍ୟାନେଲର ପୋଷ୍ଟର, ଉଦବେଗ ପ୍ରକାଶ କଲେ ଅଣନାତୁଣୀ

author img

By

Published : Sep 9, 2022, 8:48 PM IST

Updated : Sep 9, 2022, 9:57 PM IST

ଭୁବନେଶ୍ବର: କଥାରେ ଅଛି ଗୋଟିଏ ଫଟୋ, ହଜାର ଶବ୍ଦର କଥା କୁହେ । କିନ୍ତୁ ଏ ଫଟୋଟି ଖାଲି କଥା କହୁନି ଓଡିଆ ଜାତିର ଗର୍ବ ଗୌରବ ପ୍ରତି ସଭିଙ୍କ ଉଦାସୀନତାକୁ ସାମ୍ନାକୁ ଆଣିଛି । ମହାପୁରୁଷଙ୍କୁ ସମ୍ମାନ ନାରା ସଭିଏଁ ସବୁଦିନ ଦେଉଛନ୍ତି କିନ୍ତୁ ପାଳନ କରୁଛି କିଏ ? ତାର ବାସ୍ତବତାକୁ ବୟାନ କରୁଛି । କିଭଳି ମହାପୁରୁଷମାନଙ୍କୁ ଅସମ୍ନାନ ଏବଂ ଅବହେଳା କରାଯାଉଛି ତାର ନଗ୍ନ ଉଦାହରଣ ଫଟୋରେ ଜଳଜଳ ଦୃଶ୍ୟମାନ ହେଉଛି । ଓଭର ବ୍ରିଜ ତଳେ ମହାପୁରୁଷଙ୍କ ବଡ ବଡ ଚିତ୍ର ଅଙ୍କା ଯାଇଛି । ହେଲେ ଏହାକୁ ସମ୍ନାନକୁ ସଭିଁଏ ଭୁଲିଯାଇଛନ୍ତି । ଆଉ ସରକାର ମଧ୍ୟ ଚିତ୍ର ଆଙ୍କି କାମ ଶେଷ କରିଦେଇଛନ୍ତି । କାରଣ ଫଟୋରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ଅଣଦେଖା କରାଯାଇଥିବା ଦେଖାଯାଉଛି ।

ଗୋପବନ୍ଧୁଙ୍କ ଚିତ୍ର ଆଗରେ ଘରୋଇ ଚ୍ୟାନେଲର ପୋଷ୍ଟର, ଉଦବେଗ ପ୍ରକାଶ କଲେ ଅଣନାତୁଣୀ

ଉତ୍କଳର ମଉଡମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଅପମାନ । କୋଟି କୋଟି ଓଡିଆଙ୍କ ଗୌରବଙ୍କୁ ଖୁଲମଖୁଲା ଅବମାନନା । ଆଇନ କାନୁନକୁ ଫୁ କରି ଗୋପନ୍ଧୁଙ୍କ ଚିତ୍ର ଆଗରେ ଲାଗିଛି ଘରୋଇ ଟିଭି ଚ୍ୟାନେଲର ପୋଷ୍ଟର (poster Infront of Pandit Utkalmani Gopabandhu Das) । ସିଲଭର ସିଟି କଟକର ଲିଙ୍କ୍ ରୋଡ ଓଭରବ୍ରିଜ ତଳେ ଏପରି ହୋଇଥିବା ଦେଖିବାକୁ ମିଳିଛି । ଆଉ ଏ ଘଟଣାକୁ ଗୁରୁତ୍ବର ସହ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଅଣନାତୁଣୀ ଜୟଶ୍ରୀ ମହାପାତ୍ର ।

ସୋସିଆଲ୍ ମିଡିଆ ଟ୍ବିଟରରେ ଏକ ଫଟୋ ସେୟାର କରି ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜୟଶ୍ରୀ । ଆଉ ଏହା ଉପର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ଆଉ ଜୟଶ୍ରୀଙ୍କ ଏହି ଟ୍ବିଟ୍ ପରେ ଅନେକ ସାମାଜିକ କର୍ମୀ ଏନେଇ ଦୁଃଖ ପ୍ରକାଶ କରିବା ସହିତ ରିଟ୍ବିଟ୍ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହା ବର୍ତ୍ତମାନ ପ୍ରବଳ ମାତ୍ରାରେ ଭାଇରାଲ ହେବା ସହିତ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 9, 2022, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.