ETV Bharat / city

ଆସିଲା ଧର୍ମେନ୍ଦ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ମୃତ୍ୟୁ

ମୃତ ଧର୍ମେନ୍ଦ୍ର ସାହୁଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ

ଆସିଲା ଧର୍ମେନ୍ଦ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ମୃତ୍ୟୁ
ଆସିଲା ଧର୍ମେନ୍ଦ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ମୃତ୍ୟୁ
author img

By

Published : Sep 26, 2022, 5:44 PM IST

ଭୁବନେଶ୍ବର: ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ କାରଣ ଖୋଜୁଛି ପୋଲିସ । ଏହାରି ମଧ୍ୟରେ ଆଜି ମୃତ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଶରୀରର ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଦର୍ଶା ଯାଇଛି ।

ଆସିଲା ଧର୍ମେନ୍ଦ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ମୃତ୍ୟୁ

ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ''ହ୍ୟାଙ୍ଗିଙ୍ଗ୍ ଦ୍ୱାରା ଶ୍ୱାସରୁଦ୍ଧ ହେବାରୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ଅନୁସାରେ ଏହା ଏକ ‌ଆଣ୍ଟିମୋର୍ଟମ ଡେଥ୍ କେସ । ଜୀବିତ ଅବସ୍ଥାରେ ଫାଶି ଲଗାଇ ମୃତ୍ୟୁ ବରଣ କରିବାକୁ ଆଣ୍ଟି ମୋର୍ଟମ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

ମିଳିଥିବା ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା । ସେ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକ ପୋଷ୍ଟରେ ଦୁଇଟି ଫୋନରେ ସବୁ ଭିଡିଓ ରହିଛି, ତାକୁ ଲୋକ ଲୋଚନକୁ ଆଣିବା ନେଇ ଲେଖିଥିଲେ । ତେବେ ପର ମୁହୁର୍ତ୍ତରେ ପୋଲିସ ଫୋନ ଜବତ କରିଥିଲା । ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ରାଜନୀତିକୁ ନେଇ ପରିବାରରେ ଅଶାନ୍ତି ଥିବା କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର, କହିଲେ ଉତ୍ତର ଦେବା ଉଚିତ୍‌ ମନେ କରୁନି

ଗତ ୧୫ ଦିନ ପୂର୍ବରୁ ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାରରେ ପତ୍ନୀ ଓ ପୁଅ ଉପରେ ରାଗିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ, ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତ ଶୁକ୍ରବାର ନିଜ ସ୍ତ୍ରୀ ଓ ପୁଅକୁ ମାରିବି ନଚେତ୍‌ ସେ ମରିବେ କହି ନିଜ ପୁତୁରାକୁ ଘରୁ ଅନ୍ୟତ୍ର ପଠାଇ ଦେଇଥିଲେ ଧର୍ମେନ୍ଦ୍ର । ଘରେ ଏକାକି ଥିବା ବେଳେ ଏପରି ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ସାହୁ । ନିଜ ଘର ମୁଖ୍ୟ ଫାଟକ ସାମ୍ନାରେ ଥିବା ସ୍ଫଟିକରେ ଗାମୁଛା ଲଗାଇ ସେ ଝୁଲି ପଡିଥିଲେ ।

ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରକୁ ଆସିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧୀ କୁଶ ପୁତ୍ତଳିକା ଦାହ କରୁଥିବା ଦେଖିବାକୁ ମିଳିଛି । ଏହାରି ଭିତର ଘଟଣାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, '' ଜିଲ୍ଲାର ଜିଲ୍ଲାପରିଷଦଙ୍କ ଦେହାନ୍ତ ହୋଇଛି । ଘଟଣାକୁ ନେଇ ମୁଁ ଦୁଃଖିତ । ବିବାଦ କଣ ମୁଁ ଜାଣିନି, ତାଙ୍କ ପରିବାର ଲୋକ ବି କିଛି କହି ନାହାନ୍ତି । ଏଥିରେ ବିରୋଧୀ କଣ କହୁଛନ୍ତି ତାର ଉତ୍ତର ଦେବା ମୁଁ ଉଚିତ ମନେ କରୁନାହିଁ ।'' ଶନିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଧର୍ମେନ୍ଦ୍ରଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା । ପୋଷ୍ଟମର୍ଟମ ସମୟରେ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ନିର୍ବାଚନୀ ମଣ୍ଡଳୀର ବିଧାୟକ ସମୀର ରଞ୍ଜନ ଦାସ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.