ETV Bharat / city

ବିଶ୍ବଭୂଷଣ ହରିଚନ୍ଦନଙ୍କ କ୍ୟାରିୟର: ଆଇନଜୀବୀରୁ ରାଜନେତା, ଏବେ ରାଜ୍ୟପାଳ

author img

By

Published : Jul 16, 2019, 6:57 PM IST

Updated : Jul 16, 2019, 7:21 PM IST

ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । 1971ରୁ ଭାରତୀୟ ଜନସଂଘର ଜଣେ ସକ୍ରିୟ ସଦସ୍ୟ ଭାବେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଚିଲିକାରୁ ଦୁଇ ଥର ଓ ଭୁବନେଶ୍ବରରୁ 3ଥର ସେ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଫାଇଲ ଫଟୋ

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । 1971ରୁ ଭାରତୀୟ ଜନସଂଘର ଜଣେ ସକ୍ରିୟ ସଦସ୍ୟ ଭାବେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ଥରେ ଜନତା ପାର୍ଟି, ଥରେ ଜନତା ଦଳ ଓ ତିନି ଥର ବିଜେପି ପ୍ରାର୍ଥୀ ଭାବେ ବିଧାୟକ ହୋଇଛନ୍ତି ।

1971ରେ ସେ ଭାରତୀୟ ଜନସଂଘରେ ଯୋଗ ଦେବା ପରେ ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିଲେ । 1977ରେ ଜନତା ପାର୍ଟି ଗଠନ ହେବା ପରେ ସେ ସେଥିରେ ଯୋଗ ଦେଇଥିଲେ । 1977ରେ ସେ ଜନତା ପାର୍ଟି ପ୍ରାର୍ଥୀ ଭାବେ ଚିଲିକା ନିର୍ବାଚନମଣ୍ଡଳିରୁ ନିର୍ବାଚିତ ହୋଇଥିଲେ । ପରେ ଜନତା ପାର୍ଟି ଛାଡି ସେ 1980ରେ ବିଜେପିରେ ଯୋଗ ଦେଇ 1988 ପର୍ଯ୍ୟନ୍ତ ରାଜ୍ୟ ଶାଖା ବିଜେପିର ରାଜ୍ୟ ସଭାପତି ଦାୟିତ୍ବରେ ଥିଲେ । 1988ରେ ସେ ବିଜେପି ଛାଡି ଜନତା ଦଳରେ ଯୋଗଦେଇଥିଲେ । 1990ରେ ସେ ପୁଣି ଥରେ ସେହି ଚିଲିକା ଆସନରୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । 1990ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବରେ ସେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଦାୟିତ୍ବରେ ରହିଥିଲେ ।

1994ରେ ସେ ଜନତା ଦଳରୁ ଇସ୍ତଫା ଦେଇ 1996ରେ ପୁଣି ଥରେ ବିଜେପିରେ ଯୋଗ ଦେଇଥିଲେ । 1996ରେ ସେ ଭୁବନେଶ୍ବର ବିଧାନସଭା ଆସନରୁ ଉପନିର୍ବାଚନରେ ଜିତିଥିଲେ । 2000 ଓ 2004ରେ ସେ ମେଣ୍ଟ ସରକାରରେ ବିଜେପି ପ୍ରାର୍ଥୀ ଭାବେ ଭୁବନେଶ୍ବର ଆସନରୁ ଜିତିଥିଲେ । 2000ରୁ 2009 ମଧ୍ୟରେ ସେ ରାଜସ୍ବ, ଗ୍ରାମ୍ୟ ଉନ୍ନୟନ, ଆଇନ, ଶିଳ୍ପ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ । 2009 ପରେ ସେ ଆଉ ନିର୍ବାଚନ ଜିତି ନାହାଁନ୍ତି ।

ଆଇନଜୀବୀ ପେଶା ଛାଡି ରାଜନୀତିରେ ଯୋଗ ଦେଇଥିବା ବିଶ୍ବଭୂଷଣଙ୍କର ସାହିତ୍ୟ ପ୍ରତି ଅଗାଢ ରୁଚୀ ରଖୁଛନ୍ତି । ମରୁ ବତାସ, ରାଣା ପ୍ରତାପ, ଶେଷ ଝଲକ, ଆସ୍ତା ଶିକ୍ଷା, ମନଷୀ ଭଳି ଅନେକ ବେଶ ଲୋକାଦୃତ ପୁସ୍ତକ ଲେଖିଛନ୍ତି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Intro:Body:Conclusion:
Last Updated : Jul 16, 2019, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.