ETV Bharat / city

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ସରକାରଙ୍କୁ ଘେରିଲେ ବିରୋଧୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ । ସରକାରଙ୍କ ଜବାବ କୌଣସି ଦୁର୍ନୀତି ହେଉନାହିଁ । ଅଧିକ ପଢନ୍ତୁ...

author img

By

Published : Nov 27, 2019, 8:28 PM IST

PHOTO
ବିରୋଧୀ ଘେରିଲେ ସରକାରଙ୍କୁ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ପାଉଛନ୍ତି ଘର । ଗୋଟିଏ ପରିବାରରୁ ଏକାଧିକଙ୍କୁ ମିଳୁଛି ଘର । ଖୋଦ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ମାହାଙ୍ଗାରେ ଦୁର୍ନୀତିର ସବୁ ସୀମା ଟପିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସମ୍ପର୍କିତ ମୁଲତବୀ ଆଲୋଚନରେ ବୁଧବାର ବିରୋଧୀ ଏଭଳି ଅଭିଯୋଗ କରିଛନ୍ତି ବିଧାନସଭାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମାହାଙ୍ଗା ନିର୍ବାଚନମଣ୍ଡଳୀର ମଉଦା, ଯମରା ଓ ଦାଉଦପୁର ଉଦାହାରଣ ଦେଇଥିଲେ ବିଜେପି ବିଧାୟକ ମୋହନ ମାଝୀ । ମଉଦାରେ 2018-19 ତାଲିକାରେ ଥିବା ଅଯୋଗ୍ୟ ବ୍ୟକ୍ତି 2019-20 ତାଲିକାରେ ଯୋଗ୍ୟ ହିତାଧିକାରୀ ହୋଇଛନ୍ତି । ଦାଉଦପୁରରେ ଜନସଂଖ୍ୟା ଠାରୁ ଆବାସ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଅଧିକ । ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଭାଇଙ୍କୁ ଠିକାଦାରୀ ମିଳିଥିବା ବେଳେ ଦୀନବନ୍ଧୁ ବେହେରା ନାମକ ଜଣେ ଅବସରପ୍ରାପ୍ତ ସରକାର କର୍ମଚାରୀ ବି ଆବାସ ଯୋଜନାରେ ଘର ପାଇଛନ୍ତି ।

ବିଜେପି ବିଧାୟକ ଵିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ପୁରସ୍କାର ପାଉଛନ୍ତି । କିନ୍ତୁ ତଳ ସ୍ତରରେ ଦୁର୍ନୀତି ହେଉଛି । ନେତା-ପ୍ରଶାସକ ଦୁର୍ନୀତିର ଜାଲ ବିଛାଇଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ସରକାର "ମୋ ଦୁର୍ନୀତି ବିଭାଗ" ଖୋଲନ୍ତୁ ବୋଲି ସେ ବ୍ୟଙ୍ଗତ୍ମାକ ଢଙ୍ଗରେ ଆକ୍ଷେପ କରିଛନ୍ତି । ଏଠି ବିଧାୟକଙ୍କ ପାଇଁ ଘର ନାହିଁ, ଗାଁରେ ହିତାଧିକାରୀ ବି ଘର ପାଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଆଲୋଚନାରେ ଭାଗ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ବିଧାୟକମାନେ କହିଛନ୍ତି ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏହି ଯୋଜନାରେ କେନ୍ଦ୍ର 60 ପ୍ରତିଶତ ଅର୍ଥ ଦେଉଥିଲେ ବି ରାଜ୍ୟ ସରକାରଙ୍କ ଖର୍ଚ୍ଚ 50ରୁ 55 ପ୍ରତିଶତ ହେଲାଣି । ଏହି ଯୋଜନାରୁ ପ୍ରଧାନମନ୍ତ୍ରୀଙ୍କ ନାଙ୍କୁ ବାଦ ଦିଆଯିବ ଉଚିତ ।

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଦୃଢୋକ୍ତି ପ୍ରକାଶ କରି କହିଥିଲେଯେ, ଆବାସ ଯୋଜନାରେ ଗୃହ ଆବଣ୍ଟନ କୌଣସି ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯାଉନି । ଯେଉଁଠି ଦୁର୍ନୀତି ଧରାପଡୁଛି କାର୍ଯ୍ୟାନୁଷ୍ଠାନ ହେଉଛି । ଏଥିରେ ଭୂମିହୀନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଏବେ ସୁଦ୍ଧା 4824 ଜଣ ଭୂମିହୀନଙ୍କୁ ଘର ଯୋଗାଇଦିଆଯାଇଛି । ବୈଷୟିକ ଜ୍ଞାନ କୌଶଳରେ ଘର ନିର୍ମାଣ ପାଇଁ ସିବିଆରଆଇ ନାମକ ସଂସ୍ଥା ସହ ଚୁକ୍ତି ହୋଇଛି । ଆବାସ ଯୋଜନାର ଲାଭ ଉଠାଇବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବା, ସଚେତନତା ଓ ସାମାଜିକ ଅଡିଟ ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି । ଆମ ଘର ଆପରେ ହିତାଧିକାରୀ ତାଙ୍କ ଘର ଫଟୋ ଉଠାଇ ପଠାଇଲେ ତିନି ଦିନରେ ଅର୍ଥ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.