ଭୁବନେଶ୍ବର: ମାର୍ଚ୍ଚରେ ହେଇପାରେ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ! ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୨୨ ଜାନୁଆରୀ ୧୦ ତାରିଖ ସୁଦ୍ଧା ତ୍ରୈମାସିକ ପରୀକ୍ଷା ସାରି ପିଲାଙ୍କ ମାର୍କ ଶିକ୍ଷାନୁଷ୍ଠାନ ସ୍ତରରେ ରେକର୍ଡ କରି ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚିନ୍ତା କରୁଛି । ଏଥିପାଇଁ CHSR ପକ୍ଷରୁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି ।
ଖୁବଶୀଘ୍ର ପରିଷଦ ପକ୍ଷରୁ ପରୀକ୍ଷା ନେଇ ଲିଙ୍କ୍ ପ୍ରଦାନ କରାଯିବ । ଯେଉଁଠି ମାର୍କ ଅପଲୋଡ୍ କରିବେ ସ୍କୁଲ କର୍ତ୍ତୃପକ୍ଷ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚରେ ଦ୍ଵାଦଶ ବୋର୍ଡ଼ ପରୀକ୍ଷା କରିବାକୁ ସମ୍ଭବତଃ ସ୍ଥିର ହୋଇଥିବା ଚିଠିରେ ଉଲ୍ଲେଖ ରହିଛି ।
ଗତବର୍ଷ କୋଭିଡର ଦ୍ୱିତୀୟ ଲହର ପାଇଁ ପରୀକ୍ଷା ବାତିଲ ହୋଇଥିଲା । ଚଳିତ ବର୍ଷ ପ୍ରତିକୂଳ ପରିସ୍ଥିତି ଆସିଲେ ତିନିଟି ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରିବା ପାଇଁ ପରିଷଦ ସ୍ଥିର କରିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ