ETV Bharat / city

ବନ୍ୟା ପାଇଁ ଘୁଞ୍ଚିଲା ଯୁକ୍ତ ତିନି ନାମଲେଖା ଅବଧି

author img

By

Published : Aug 24, 2022, 10:11 PM IST

ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ତିନି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଅଗଷ୍ଟ 25 ତାରିଖ ପରିବର୍ତ୍ତେ ସେପ୍ଟେମ୍ୱର 1 ତାରିଖକୁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

plus three admission to be extend due to flood situation in odisha
ବନ୍ୟା ପାଇଁ ଘୁଞ୍ଚିଲା ଯୁକ୍ତ ତିନି ନାମଲେଖା ଅବଧି

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ତିନି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି।ଲଗାଣ ବର୍ଷା ଓ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ଯୁକ୍ତ ତିନିର ପ୍ରଥମ ପର୍ଯ୍ୟାୟ ନାମ ଲେଖାରେ ମନୋନୀତ ଅନେକ ଛାତ୍ରଛାତ୍ରୀ ଆସିପାରି ନାହାନ୍ତି । ଏନେଇ ନାମ ଲେଖା ଅବଧି ଅଗଷ୍ଟ 25 ତାରିଖ ପରିବର୍ତ୍ତେ ସେପ୍ଟେମ୍ବର 1 ତାରିଖକୁ ବୃଦ୍ଧି କରାଯାଇଛି । ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର 2 ରୁ 5 ତାରିଖ ମଧ୍ୟରେ ହେବାକୁ ଥିବାବେଳେ ଏହାକୁ ସେପଟେମ୍ବର 7ରୁ 11 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ସେହିପରି ତୃତୀୟ ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର 12 ରୁ 14 ତାରିଖ ସ୍ଥିର କରାଯାଇ ଥିବାବେଳେ ଏହାକୁ ସେପ୍ଟେମ୍ବର 16 ରୁ 19 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ତେବେ ପୂର୍ବ ନିର୍ଦ୍ଧାରିତ ସ୍ପଟ୍ ନାମଲେଖା 19 ତାରିଖରୁ ଆରମ୍ଭ ହେବାର ଥିବାବେଳେ ଏବେ ତାହାକୁ ସେପ୍ଟେମ୍ବର 21 ତାରିଖରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.