ETV Bharat / city

ପ୍ରକାଶ ପାଇଲା ଯୁକ୍ତ 2 କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ

author img

By

Published : Sep 5, 2020, 4:12 PM IST

Updated : Sep 5, 2020, 5:55 PM IST

ପ୍ରକାଶ ପାଇଲା ଯୁକ୍ତ ଦୁଇ (+2) କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ । କଳାରେ ମୋଟ ପାସ ହାର ୬୭.୫୬% ରହିଛି । ପରୀକ୍ଷା ଦେଇଥିଲେ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ । ସେଥି ମଧ୍ୟରୁ ପାସ୍‌ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ଛାତ୍ରଛାତ୍ରୀ ।

ପ୍ରକାଶ ପାଇଲା +2 କଳା ରେଜଲ୍ଟ
ପ୍ରକାଶ ପାଇଲା +2 କଳା ରେଜଲ୍ଟ

ଭୁବନେଶ୍ବର: ବିଜ୍ଞାନ ଏବଂ ବାଣିଜ୍ୟ ପରେ ପ୍ରକାଶ ପାଇଲା ଯୁକ୍ତ ଦୁଇ (+2) କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ଭୁବନେଶ୍ବର ସିଏଚସି କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କଳାରେ ମୋଟ ପାସ ହାର ୬୭.୫୬% ରହିଛି । ପରୀକ୍ଷା ଦେଇଥିଲେ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ । ସେଥି ମଧ୍ୟରୁ ପାସ୍‌ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ଛାତ୍ରଛାତ୍ରୀ । ମାତ୍ର ଜଣେ ଛାତ୍ର +2 କଳାରେ ୯୦ % ରୁ ଅଧିକ ନମ୍ବର ରଖିଛନ୍ତି ।

ପ୍ରକାଶ ପାଇଲା +2 କଳା ପରୀକ୍ଷା ଫଳ

କଳା ରେଜଲ୍ଟ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ- www.chseodisha.nic.in

ଧନ୍ଦାମୂଳକ ରେଜଲ୍ଟ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ- www.chseodisha.nic.in

ତେବେ ପାସ ହାରରେ ଏଥର ମଧ୍ୟ ପୁଅଙ୍କୁ ପଛର ପକାଇଲେ ଝିଅ । ପୁଅଙ୍କ ପାସ ହାର 57.53 ପ୍ରତିଶତ ହୋଇଥିବାବେଳେ ଝିଅଙ୍କ ପାସ ହାର 75. 48 ପ୍ରତିଶତ ହୋଇଛି । ପ୍ରଥମ ଶ୍ରେଣୀରେ ମୋଟ 22 ହଜାର 196 ଜଣ, ସେହିପରି ଦ୍ବିତୀୟ ଶ୍ରେଣୀରେ ୨୬ ହଜାର ୨୭ ଜଣ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୦୧ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

ପ୍ରକାଶ ପାଇଲା ଯୁକ୍ତ 2 କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ
ପ୍ରକାଶ ପାଇଲା ଯୁକ୍ତ 2 କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ

ତେବେ ରାଜ୍ୟର ୧୦ଟି କଲେଜରେ ଶତ ପ୍ରତିଶତ ପିଲା ପାସ୍‌ କରିଥିବା ସୂଚନା ରହିଛି । ଯେତେବେଳେ ଚଲିତ ବର୍ଷ କୌଣସି କଲେଜ ଫଳାଫଳ ଶୂନ୍ୟ ହୋଇନାହିଁ । ବରଗଡ଼ରେ ସର୍ବାଧିକ 76.63% ଓ ନବରଙ୍ଗପୁରରେ ସର୍ବନିମ୍ନ 44.67% ପାସ୍ ହାର ରହିଛି ।

ସେହିପରି ଧନ୍ଦାମୂଳକ ବିଭାଗର ଫଳ ମଧ୍ୟ ପ୍ରକାଶ ପାଇଛି । ମୋଟ 4 ହଜାର 46ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ଯେଉଁଥିରେ 585 ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ଦ୍ବିତୀୟ ଶ୍ରେଣୀରେ ୧୩୨୭ ଜଣ ଓ ତୃତୀୟ ଶ୍ରେଣୀରେ ୧୯୮୯ ଛାତ୍ରଛାତ୍ରୀ ପାସ କରିଛନ୍ତି । ପୁଅଙ୍କ ପାସ ହାର ୫୨.୦୩% ଓ ଝିଅଙ୍କ ପାସ ହାର ୬୩.୭୫% ରହିଛି ।

ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବୀନ ଲେଖିଛନ୍ତି, ‘‘ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା। ଏଥିସହ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟ ପ୍ରଶଂସା କରୁଛି। ପରୀକ୍ଷା ଫଳାଫଳ ନିର୍ବିଶେଷରେ ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଦୃଢ଼ ଆତ୍ମବିଶ୍ୱାସର ସହ ନିଷ୍ଠାପର ଉଦ୍ୟମ ଜାରି ରଖନ୍ତୁ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ’’

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 5, 2020, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.