ETV Bharat / city

ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ - ଯୁକ୍ତ ଦୁଇ ନାମଲେଖା

ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ । ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ
ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ
author img

By

Published : Jul 20, 2022, 12:06 PM IST

ଭୁବନେଶ୍ବର: ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ www.samsodisha.gov.in ୱେବସାଇଟରେ ଅଗଷ୍ଟ ୧୦ ଯାଏଁ ଆବେଦନ କରିପାରିବେ । ଅଗଷ୍ଟ ୧୭ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।

ସୂଚନା ଅନୁଯାୟୀ, ଗତବର୍ଷ ସାରା ରାଜ୍ୟରେ ପ୍ରାୟ 55 ହଜାର ସିଟ୍ ବୃଦ୍ଧି କରାଯାଇଛି । ଫଳରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଏବେ ପାଖାପାଖି 5 ଲକ୍ଷ ସିଟ୍ ଉପଲବ୍ଧ ହୋଇଛି । ଏଥର ସଂଖ୍ୟାଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିଛନ୍ତି । କଳାରେ 38 ହଜାର ସିଟ୍ ବୃଦ୍ଧିକୁ ଅନୁମତି ମିଳିଥିଲା । ସେହିଭଳି ବିଜ୍ଞାନରେ 13 ହଜାର ଓ ବାଣିଜ୍ୟରେ 3 ହଜାର 900 ସିଟ୍ ବୃଦ୍ଧି କରାଯାଇଥିଲା । ଏହାପରେ ମୋଟ ସିଟ୍ ସଂଖ୍ୟା 40ଲକ୍ଷ 98 ହଜାର 254ରେ ପହଞ୍ଚିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.