ETV Bharat / city

ଅଗଷ୍ଟ 30 ଯାଏଁ ବଢିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା ଅବଧି

ବନ୍ୟା ପରିସ୍ଥିତି ଯୋଗୁଁ ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ରହିଥିବାବେଳେ ଏହାକୁ ଅଗଷ୍ଟ 30 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଅଧିକ ପଢନ୍ତୁ

ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା
ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା
author img

By

Published : Aug 20, 2022, 3:10 PM IST

ଭୁବନେଶ୍ବର: ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା । ରାଜ୍ୟରେ ଲାଗି ରହିଥିବା ବନ୍ୟା ପରିସ୍ଥିତି ଯୋଗୁଁ ନାମଲେଖାକୁ ଘୁଞ୍ଚାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ରହିଥିବା ବେଳେ ଏହାକୁ ଅଗଷ୍ଟ 30 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅବଧି ସେପ୍ଟେମ୍ବର 5 ତାରିଖରୁ 7 ତାରିଖ ରହିଥିବାବେଳେ, ଏହାକୁ ସେପ୍ଟେମ୍ବର 8 ରୁ 10 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ସ୍ପଟ୍ ନାମଲେଖା ପାଇଁ ସେପ୍ଟେମ୍ବର 15 ଏବଂ 16 ତାରିଖ ରଖାଯାଇଥିଲା । ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ସ୍ପଟ୍ ନାମଲେଖା ସେପ୍ଟେମ୍ବର 17 ରୁ 20 ତାରିଖ ମଧ୍ୟରେ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.