ETV Bharat / city

ପିପିଲି ଉପନିର୍ବାଚନ: ଭର୍ଚୁଆଲରେ ପ୍ରଚାର କରିବେ ନବୀନ - ଭର୍ଚୁଆଲରେ ପ୍ରଚାର କରିବେ ନବୀନ

ପିପିଲି ଉପନିର୍ବାଚନ
ପିପିଲି ଉପନିର୍ବାଚନ
author img

By

Published : Apr 7, 2021, 12:07 PM IST

Updated : Apr 7, 2021, 1:14 PM IST

11:56 April 07

ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ନବୀନ

ଭର୍ଚୁଆଲରେ ପ୍ରଚାର କରିବେ ନବୀନ

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ । ବିଜେଡି ପ୍ରାର୍ଥୀ ତଥା ନବାଗତ ରୁଦ୍ର ମହାରଥୀ ପାଇଁ ଭୋଟ ମାଗିବେ ସଭାପତି । ତେବେ ନବୀନ ପିପିଲି ମୈଦାନରେ ନୁହେଁ ଭର୍ଚୁଆଲ ମାଧ୍ୟମରେ କରିବେ । ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ପ୍ରଚାର କରିବେ । ଏଲଇଟି ବ୍ୟବସ୍ଥା ହେବ ।  

ଦେଶ ତଥା ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀ ସାଙ୍ଘାତିକ ଭାବେ ମାଡି ଚାଲିଛି । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ 1000 ମୁହାଁ ହେବାରେ ଲାଗିଛି । ଏପରିସ୍ଥିତିରେ ମୈଦାନକୁ ନ ଆସି ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ନବୀନ । 

ସେପଟେ, ନବୀନ କେବେ ପ୍ରଚାର କରିବେ ତାହା ସ୍ପଷ୍ଟ ହୋଇନାହିଁ । ଆଜି ତାରିଖ ଚୂଡାନ୍ତ ହୋଇପାରେ । ପିପିଲିରେ ବିଜେଡି 35 ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 7, 2021, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.