ETV Bharat / city

ବସ୍ତି ଉଚ୍ଛେଦକୁ ବିରୋଧ, ଧାରଣାରେ ବସିଲେ ବସ୍ତିବାସିନ୍ଦା - eviction

ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଲେ ନୀଳମାଧବ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏର ମିଳିତ ଉଦ୍ୟମରେ ହୋଇଥିବା ଏହି ଉଚ୍ଛେଦକୁ ବସ୍ତିବାସିନ୍ଦା ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବସ୍ତି ଉଚ୍ଛେଦ ହେଉଥିବାବେଳେ ଅନେକ ଲୋକ ଯୋଜନାର ଅର୍ନ୍ତଭୁକ୍ତ ହୋଇନଥିବାର ଅଭିଯୋଗ କରି ଉଚ୍ଛେଦକୁ ବିରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Feb 27, 2019, 8:19 PM IST

ଭୁବନେଶ୍ବର: ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଲେ ନୀଳମାଧବ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏର ମିଳିତ ଉଦ୍ୟମରେ ହୋଇଥିବା ଏହି ଉଚ୍ଛେଦକୁ ବସ୍ତିବାସିନ୍ଦା ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବସ୍ତି ଉଚ୍ଛେଦ ହେଉଥିବାବେଳେ ଅନେକ ଲୋକ ଯୋଜନାର ଅର୍ନ୍ତଭୁକ୍ତ ହୋଇନଥିବାର ଅଭିଯୋଗ କରି ଉଚ୍ଛେଦକୁ ବିରୋଧ କରାଯାଇଛି ।

ବସ୍ତି ଉଚ୍ଛେଦ ସହ ବାସିନ୍ଦାଙ୍କୁ ଟ୍ରାଞ୍ଚିଟ ହାଉସ ଯିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଆଜି (ବୁଧବାର) ଉଚ୍ଛେଦ ପାଇଁ ପୋଲିସ କର୍ମୀଙ୍କ ସହ ବିଡିଏ ଓ ବିଏମସିର କର୍ମଚାରୀ ବୁଲଡୋଜର ଆଣି ପହଞ୍ଚିଥିବାବେଳେ ଲୋକେ ସେମାନଙ୍କୁ ବସ୍ତି ଭିତରକୁ ପଶିବାକୁ ଦେଇନାହାଁନ୍ତି । ଏହାସହ ରାସ୍ତାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ଦର୍ଶାଇବା ସହ ସେମାନଙ୍କୁ ସାମିଲ କରାନଗଲେ ବିରୋଧ ଜାରି ରହିବ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଉନ୍ନୟନ ସଂଯୋଜନ ଓ ତଦାରଖ କମିଟି(ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଶେଷ ଦିଶା ବୈଠକ ବୋଲି ସୂଚନା ଦିଆଯାଇଥିଲା।

Body:ଏଥିରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ, ଜିଲ୍ଲାପାଳ ରମେଶ ରାଉତ, ପିଡ଼ିଡିଆରଡିଏ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଗତ 5ବର୍ଷ ଭିତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ତର୍ଜମା କରାଯାଇଥିଲା। ବିଶେଷ ଭାବେ ସୁବର୍ଣ୍ଣରେଖା ବନ୍ଦର, 5ଟି ଓଭରବ୍ରିଜ, ରିଂ ରୋଡ଼ ଭଳି ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Conclusion:ବାଲେଶ୍ୱର ଖୁବ ଶୀଘ୍ର ବ୍ୟବସାୟ କେନ୍ଦ୍ରର ହବ ପଲଟିବାକୁ ଯାଉଛି ବୋଲି କୁହାଯାଇଥିଲା। ଆଗାମୀ ଦିନରେ ବଳେଶ୍ୱରବାସୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସୂଚନା ଦିଆଯାଇଥିଲା।
ବାଇଟ- ରବୀନ୍ଦ୍ର କୁମାର ଜେନା(ସଂସଦ, ବାଲେଶ୍ୱର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.