ETV Bharat / city

OBC ସଂରକ୍ଷଣ; ବିଜେଡି ପ୍ରସ୍ତୁତ, ପ୍ରକ୍ରିୟାକୁ କଂଗ୍ରେସର ନାପସନ୍ଦ - ପଛୁଆ ବର୍ଗ ଖବର

ପଞ୍ଚାୟତିରାଜ ନିର୍ବାଚନ ସମୟରେ ଓବିସିଙ୍କୁ ସର୍ବାଧିକ 27% ପର୍ଯ୍ୟନ୍ତ ସଂରକ୍ଷଣ ଦେବା ନିମନ୍ତେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

Panchayat election reservation bjd and congress reaction
ସଂରକ୍ଷଣ; ବିଜେଡି ପ୍ରସ୍ତୁତ, ପ୍ରକ୍ରିୟାକୁ କଂଗ୍ରେସର ନାପସନ୍ଦ
author img

By

Published : Oct 2, 2021, 9:20 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଏହା ସହିତ ପଞ୍ଚାୟତିରାଜ ନିର୍ବାଚନ ସମୟରେ ପଛୁଆ ବର୍ଗ (ଓବିସି)ଙ୍କୁ ସର୍ବାଧିକ 27% ପର୍ଯ୍ୟନ୍ତ ସଂରକ୍ଷଣ ଦେବା ନିମନ୍ତେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରା ନଯାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେବା ଏବଂ ଅଦାଲତଙ୍କ ନିର୍ଦେଶ ଅନୁସାରେ 50% ସଂରକ୍ଷଣ ସୀମାକୁ ଅତିକ୍ରମ ନ କରିବା ପାଇଁ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଂଶୋଧନ ବ୍ୟବସ୍ଥା ରାଜ୍ୟରେ ଲାଗୁ ହୋଇଛି । ଏହାକୁ ବିଜେଡି ସ୍ବାଗତ କରିଥିବା ବେଳେ କଂଗ୍ରେସ ସମାଲୋଚନା କରିଛି ।

ସଂରକ୍ଷଣ; ବିଜେଡି ପ୍ରସ୍ତୁତ, ପ୍ରକ୍ରିୟାକୁ କଂଗ୍ରେସର ନାପସନ୍ଦ

ବିଜେଡି ନେତା ତଥା ବିଜେଡି ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ବିଜେଡି ସବୁବେଳେ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି । ଆମେ ବହୁ ଥର ପଞ୍ଚାୟତ ନିର୍ବାଚନ ଲଢ଼ିଛୁ । ଏହା ନୂଆ ନୁହେଁ । ମୋର ବିଶ୍ବାସ ଓଡ଼ିଶାର ସାଢ଼େ 4 କୋଟି ଲୋକ ବିଜେଡି ସହିତ ରହିବେ । ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ଜନତା ସବୁ ନିର୍ବାଚନରେ ଆଶିର୍ବାଦ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ତାହା ପୁଣି ଥରେ ପ୍ରତିଫଳନ ହେବ ।

ଏପଟେ ସଂଶୋଧିତ ସଂରକ୍ଷଣ ନିୟମ ଅନୁସାରେ ନିର୍ବାଚନ ନେଇ କଂଗ୍ରେସ ସମାଲୋଚନା କରିଛି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ସରକାରୀ କଳକୁ ଅପବ୍ୟବହାର କରୁଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.