ETV Bharat / city

ପରଲୋକରେ ଓଡିଆ ସାହିତ୍ୟ ଜଗତର ବାଦଶାହ ମନୋଜ ଦାସ

author img

By

Published : Apr 27, 2021, 8:42 PM IST

Updated : Apr 27, 2021, 9:34 PM IST

ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତ
ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତ
  • Deeply saddened to know about the passing away of legendary litterateur #ManojDas. Shri Das has left an indelible mark in the field of literature with his vast variety of immortal works and left a void which can never be filled.

    — Naveen Patnaik (@Naveen_Odisha) April 27, 2021 " class="align-text-top noRightClick twitterSection" data=" ">

21:30 April 27

21:30 April 27

21:28 April 27

20:36 April 27

ଓଡ଼ିଆ ସାହିତ୍ୟ ଜଗତର ବେତାଜ ବାଦଶାହ ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତ

ଭୁବନେଶ୍ବର: ଓଡିଆ ସାହିତ୍ୟ ଜଗତରେ ଗୋଟିଏ ଯୁଗର ଅନ୍ତ । ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ମଙ୍ଗଳବାର) ରାତି 8ଟାରେ ସେ ଶେଷ ନିସ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା । ଗତକିଛି ମାସ ଧରି ସେ ଅସୁସ୍ଥ ଥିବାବେଳେ ପୁଡୁଚେରୀର ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।

ତାଙ୍କ ଦେହାନ୍ତରେ ଓଡିଆ ତଥା ଇଂରାଜୀ ଓ ସାହିତ୍ୟ ଜଗତରେ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ଉଭୟ ଓଡିଆ ଓ  ଇଂରାଜୀ ସହିତ୍ୟରେ ଅନେକ ସାରସ୍ବତ ସାଧନା ସୃଷ୍ଟି କରିଥିଲେ ମନୋଜ । ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୧ରେ ପଦ୍ମଶ୍ରୀ, ୨୦୨୦ରେ ପଦ୍ମଭୂଷଣ ପରି ଏକାଧିକ ଜାତୀୟ ପୁରସ୍କାରର ଅଧିକାରୀ ହୋଇଥିଲେ ମନୋଜ । ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସ ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର ଆଦି କାଳୟୟୀ ରଚନା ଭେଟି ଦେଇଥିଲେ ସାହିତ୍ୟ ଜଗତକୁ  । ଆଉ କୋଟି କୋଟି ସାହିତ୍ୟ ପ୍ରେମୀଙ୍କ ହୃଦୟରେ ପାଲଟିଯାଇଥିଲେ ବେତାଜ ବାଦଶାହ ।  

ତେବେ କିଛି ଦିନ ଧରି ସେ ଅସୁସ୍ଥ ହୋଇ ପୁଡୁଚେରୀରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ପାଇଁ ସରକାର ସ୍ବତନ୍ତ୍ର ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି ମଧ୍ୟ ଜୋର ଧରିଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ସେ ଶେଷ ନିସ୍ବାଶ ତ୍ୟାଗ କରିଛନ୍ତି ।  

ତାଙ୍କ ମୃତ୍ୟୁ ଖବର ମିଳିବା ପରେ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳିଯାଇଛି । ବହୁ ବଶିଷ୍ଟ ବ୍ୟକ୍ତି ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀଙ୍କ ସମେତ ପିପିସି ସଭାପତି ନିରଞ୍ଜନ ପଟ୍ଟାନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

Last Updated : Apr 27, 2021, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.