ଭୁବନେଶ୍ବର: ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦେବାପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜ୍ୟ ତହବିଲରୁ ଖର୍ଚ୍ଚ ହେବ 2 ହଜାର କୋଟି ଟଙ୍କା । ତେଣୁ କୋରନା ମୁକାବିଲା ଓ ଟୀକାକରଣ ଲାଗି ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଲକ୍ଷେ ଟଙ୍କା ପ୍ରଦାନ କରିଛନ୍ତି ଶ୍ରୀମୟୀ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟବାସୀଙ୍କୁ ମାଗଣା ଟିକା ପ୍ରଦାନ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଉଭୟ । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ନେଇଥିବା ଏହି ବଡ ନିଷ୍ପତ୍ତି ଯୋଗୁଁ ପ୍ରାୟ ୨ କୋଟି ଓଡିଶାବାସୀ ଉପକୃତ ହେବେ । ରାଜ୍ୟବାସୀଙ୍କୁ ମାଗଣା ଟିକା ପ୍ରଦାନ ବାବଦରେ ପ୍ରାୟ ୨୦୦୦ କୋଟି ଟଙ୍କା ବ୍ୟୟ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ