ETV Bharat / city

ସରକାରଙ୍କ ଅନଲାଇନ ବ୍ୟବସ୍ଥାକୁ ବିରୋଧୀଙ୍କ ଟାର୍ଗେଟ

author img

By

Published : Oct 24, 2020, 2:12 PM IST

ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥାକୁ ଅନଲାଇନରେ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ରାସନ କାର୍ଡ ଠାରୁ ଆରମ୍ଭ କରି ଧାନ ସଂଗ୍ରହ ସବୁକିଛି ଏବେ ଅନଲାଇନରେ ପଞ୍ଜିକରଣ କରିପାରିବେ । ହେଲେ ସରକାରଙ୍କ ଏହି ଅନଲାଇନ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ଭିତ୍ତିଭୂମି ନ ସଜାଡି ସରକାରଙ୍କ ଅନଲାଇନ ବ୍ୟବସ୍ଥାକୁ ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ରାସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି । କୌଣସି ଗରିବ ବ୍ୟକ୍ତି ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଆପଣାଇଛନ୍ତି । ବର୍ତ୍ତମାନ ଏହି ସମସ୍ତ ବ୍ୟବସ୍ଥା ଦ୍ବାରା ଘରେ ବସି ସମସ୍ତେ ସୁବିଧା ପାଇପାରିବେ । ଏବେ ଏହାର ବାସ୍ତବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ରାସନ କାର୍ଡ ଠାରୁ ଆରମ୍ଭ କରି ଧାନ ସଂଗ୍ରହ ପଞ୍ଜିକରଣ । ସବୁ କାର୍ଯ୍ୟ ଅନଲାଇନରେ ହେବ । ଲୋକଙ୍କ ପାଖରେ ସରକାରଙ୍କ ସବୁ ସୁବିଧା ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଖୁବଶୀଘ୍ର ପୁରା ସରକାର ବ୍ୟବସ୍ଥା ଅନଲାଇନ ହେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ୫ଟି କୁ ଆଧାରରେ ସବୁ ବ୍ୟବସ୍ଥା ଚଳାଇବାକୁ ଏହି ପ୍ରୟାସ ଆରମ୍ଭ ହୋଇଛି । ସେପଟେ ରାଜ୍ୟ ସରକାର ଭିତ୍ତିଭୂମି ନ ସଜାଡି ଅନଲାଇନ ସେବା ଆରମ୍ଭକୁ ନାପସନ୍ଦ କରିଛନ୍ତି ବିରୋଧୀ ।

ସମୟ ଅନୁସାରେ ଆମକୁ ତାଳ ଦେଇ ଚାଲିବାକୁ ହେବ । ହେଲେ ସରକାର ଅନଲାଇନ ବ୍ୟବସ୍ଥା ଘୋଷଣା କରିଥିଲେ ମଧ୍ୟ ଏହାର ଭିତ୍ତିଭୂମି ବ୍ୟବସ୍ଥା କରିନାହାଁନ୍ତି । ଅନଲାଇନ ବ୍ୟବସ୍ଥା ପାଇଁ ନେଟୱର୍କର ଓ ସ୍ମାର୍ଟ ଫୋନର ଆବଶ୍ୟକତା ରହିଛି । ହେଲେ ଲକଡାଉନରେ ପିଲାଙ୍କ ପାଠପଢାରେ ନେଟୱର୍କ ଯେ, ବଡ ସମସ୍ୟା ହୋଇ ଛିଡା ହୋଇଛି ତାକୁ ମଧ୍ୟ ସରକାର ଖୋଦ ସ୍ବୀକାର କରିଛନ୍ତି । ତେବେ ଅନଲାଇନ ବ୍ୟବସ୍ଥାକୁ ନେଇ ସରକାର କେବଳ ବାହାସ୍ପଟ ମାରୁଛନ୍ତି ବୋଲି ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ତେଣୁ ଏ ଦିଗରେ ପ୍ରାକ୍ଟିକାଲ ହେବାକୁ ପଡିବ ସେ କହିଛନ୍ତି ।

ଅନ୍ୟପଟେ, କଂଗ୍ରସର ବରିଷ୍ଠ ବିଧାୟକ ସୁର ରାଉତରାୟ ମଧ୍ୟ ଏହାକୁ ନା ପସନ୍ଦ କରିଛନ୍ତି । ବାରମ୍ବାର ବିଜୁଳି କାଟ ହେଉଥିବାବେଳେ ଚାରିଆଡ ଅନ୍ଧାର ରହୁଛି । ଅନଲାଇନ ବ୍ୟବସ୍ଥାକୁ ସେ ଦୃଢ ନିନ୍ଦା କରିଛନ୍ତି । ସେପଟେ ଆଜି ସୁଦ୍ଧା ସରକାର ଲୋକଙ୍କୁ ୭୦ ରୁ ଅଧିକ ସେବା ଅନଲାଇନରେ ଯୋଗାଇ ଦେଇଛନ୍ତି । ଆଗକୁ ଏହି ଧାରା ଜାରୀ ରହିବ ବୋଲି ଶାସକ ଦଳ କହିଛି । ସେପଟେ ରାଜ୍ୟ ସରକାରଙ୍କ ଅନଲାଇନ ବ୍ୟବସ୍ଥା ପ୍ରଶ୍ନ କରିଛି ବିଜେପି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.