ETV Bharat / city

‘କୋରୋନା ଭୟ ନୁହେଁ, ସମାଲୋଚନାରୁ ବଞ୍ଚିବାକୁ ବନ୍ଦ କରାଯାଇଛି ବିଧାନସଭା’

author img

By

Published : Mar 14, 2020, 12:46 PM IST

କୋରୋନା ଭୟ ଆଳରେ ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କାକୁ ନେଇ ବିରୋଧୀଙ୍କ ସମଲୋଚନାରୁ ବଞ୍ଚିବାକୁ ମୁଖ୍ୟମନ୍ତ୍ରୀ ଜାଣିଶୁଣି ବିଧାନସଭା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଅଧିକ ପଢନ୍ତୁ...

କୋରୋନା ଭୟ ନୁହେଁ, ସମାଲୋଚନାରୁ ବଞ୍ଚିବାକୁ ବନ୍ଦ କରାଯାଇଛି ବିଧାନସଭା: ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ଦେଶରେ କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭା ବନ୍ଦ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କୋରୋନା ଭୟ ନୁହେଁ ବରଂ ବାସ୍ତବରେ ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କାକୁ ନେଇ ବିରୋଧୀଙ୍କ ସମାଲୋଚନାରୁ ବଞ୍ଚିବାକୁ ମୁଖ୍ୟମନ୍ତ୍ରୀ ଜାଣିଶୁଣି ବିଧାନସଭା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ପ୍ରଦୀପ୍ତ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ଓଡିଶାର ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଏଥିପାଇଁ ବନ୍ଦ କଲେ, କାରଣ ମହାପ୍ରଭୁଙ୍କ 592 କୋଟି ଟଙ୍କା ୟେସ ବ୍ୟାଙ୍କରେ ରହିଛି । ଏ ବାବଦରେ ସଫେଇ ଦେବାକୁ ପଡିବ ବୋଲି ବିଧାନସଭା ବନ୍ଦ କରାଯାଇଛି । ୟେସ ବ୍ୟାଙ୍କରେ ଟଙ୍କା ଅନିୟମିତତା ଘଟଣାକୁ ଚାପି ଦେବାକୁ ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର । ଆଲୋଚନା ହେଲେ ବିଜେଡିର ଚରିତ୍ର ପଦାରେ ପଡିବାର ଭୟ ଥିବାରୁ ଗୃହ ବନ୍ଦ ହୋଇଛି । ପୂ୍ର୍ବରୁ ବି ଏମିତି ଅନେକ ଥର କେତେବେଳେ ସାପ ବାହାରୁ ଛି କହି ତ ଆଉ କେତେବେଳେ ମାଲକାନଗିରିରେ କଲେକ୍ଟରଙ୍କୁ ଅପହରଣ କରି ଗୃହ ବନ୍ଦ ହୋଇଛି । ଆଉ ବର୍ତ୍ତମାନ କୋରୋନାର ଭୟ ଭାବନାରେ ନବୀନ ବାବୁ ଯେପରି ଗୃହ ବନ୍ଦ କରାଇଛନ୍ତି ଏହାର ଏକମାତ୍ର ଉଦ୍ଦେଶ୍ୟ ବିଜେଡିର ଚରିତ୍ର ପଦାକୁ ନଆସୁ ।

ଶ୍ରୀମନ୍ଦିରର ଚାବି ହଜାଇବା ଏବଂ ମହାପ୍ରଭୁଙ୍କ ଟଙ୍କା ନେଇ ଉପୁରି ପଇସା ଖାଇବାର ସରକାର ଯୋଜନା କରୁଥିବା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟରେ କୋରୋନାକୁ ନେଇ ଭୟ ସୃଷ୍ଟି କରିଥିବାରୁ ଏଥିରେ ମର୍ମାହତ ଥିବା କଥା ସେ ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.