ETV Bharat / city

ଅପରେସନ ଡାଡି: ଗିରଫ ହେଲା 5 ବର୍ଷ ଧରି ଫେରାର ଥିବା ମାଷ୍ଟର ମାଇଣ୍ଡ - ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ଟିମ ଗଠିତ

ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ଗଠିତ ଟିମ ଅକ୍ଳାନ୍ତ ପରିଶ୍ରମ ପରେ ଏହି ଗ୍ୟାଙ୍ଗର ଜଣେ ପରେ ଜଣେ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି ।

Operation Daddy
5 ବର୍ଷରୁ ଫେରାର ଥିବା ମାଷ୍ଟର ମାଇଣ୍ଡ
author img

By

Published : Aug 3, 2020, 8:07 PM IST

Updated : Aug 3, 2020, 10:00 PM IST

ଭୁବନେଶ୍ବର: ସଫଳ ହେଲା ଅପରେସନ ଡାଡି । ଧରାପଡିଲେ ମୋଷ୍ଟୱାଣ୍ଟେଡ ଅପରାଧୀ । ୭ଦିନରେ ଧରାପଡିଲେଣି ୬୦ରୁ ଉର୍ଦ୍ଧ୍ବ ଅପରାଧୀ । ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ଗଠିତ ଟିମ ଅକ୍ଳାନ୍ତ ପରିଶ୍ରମ ପରେ ଏହି ଗ୍ୟାଙ୍ଗର ଜଣେ ପରେ ଜଣେ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି ।

Operation Daddy
ଧରାପଡିଲେ ମୋଷ୍ଟୱାଣ୍ଟେଡ ଅପରାଧୀ

ଏମାନେ ଲକଡାଉନ ସମୟରେ ସ୍ମାର୍ଟସିଟୁକୁ କରିଥିଲେ କ୍ରାଇମସିଟି । ଯାହାକୁ ଧରିବା ଥିଲା ଅପରେସନ ଡାଡିର ମୁଖ୍ୟ ଉଦ୍ଦେଶ୍ୟ । ଆଉ ଏହି କ୍ରମରେ ଧରାପଡିଛି ୫ବର୍ଷ ଧରି ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି । ଖଣ୍ଡଗିରି ଥାନା ବରମୁଣ୍ଡାର ମଣ୍ଟୁ ପାଇକରାୟକୁ ଗିରଫ କରିଛି ଡିସିପିଙ୍କ ଏହି ସ୍ବତନ୍ତ୍ର ଟିମ ।

ତାଠାରୁ ଜବତ ହୋଇଛି ୪୦ଟି ମୋବାଇଲ ସମେତ ୨୩ଟି ଲାପଟପ ଓ ୨ଟି ଏଲଇଡି ଟିଭି । ତେବେ ମଣ୍ଟୁ ଥିଲା ଏମିତି ସାତିର ଅପରାଧି । ଇଂଜିନିୟରିଂ ଛାତ୍ରଠୁ ଆରମ୍ଭ କରି ବନ୍ଦ ଥିବା ଘରର ବାଲକୋନି ଡେଇଁ ଟିଭି ମୋବାଇଲ ଓ ଲ୍ୟାପଟପ ଚୋରି କରିବାରେ ଥିଲା ମାହିର ।

୫ ବର୍ଷ ପରେ ଗିରଫ ପରେ ତାଠୁ ଜିନିଷ କିଣି ନେଇ ବେପାର କରୁଥିବା ୪ଜଣ ସହଯୋଗିଙ୍କୁ ବି ଗିରଫ କରିଛି ପୋଲିସ । ସେହିପରି ସହୀଦନଗର ଓ ଖାରବେଳ ନଗର ନୟାପଲ୍ଲୀ ଅଞ୍ଚଳରେ ରାସ୍ତା ଉପରେ ଆକ୍ରମଣ କରି ଲୁଟପାଟ କରୁଥିବା ୩ଜଣିଆ ଗ୍ୟାଙ୍ଗର ବି ଖୁଲାସା କରିଛି କମିସନରେଟ ପୋଲିସ ଟିମ ।

ସେମାନଙ୍କଠୁ ୯ଟି ବାଇକ ସମେତ ୩୦ ଟି ମୋବାଇଲ ଜବତ କରିଛି ପୋଲିସ । କେବଳ ଏହି ଦୁଇଟି ଗ୍ୟାଙ୍ଗ ନୁହେଁ ଅପରେସନ ଡାଡିରେ ବିଗତ ୭ ଦିନରେ ଧରାପଡିଲେଣି ୬୦ରୁ ଉର୍ଦ୍ଧ୍ବ ଅପରାଧି ସହ ୧୦୦ ଅଧିକ ମୋବାଇଲ ଫୋନ ସହ ସୁନା ଅଳଙ୍କାର ଓ ୫୦ରୁ ଉର୍ଦ୍ଧ୍ବ ବାଇକ ।

ସଫଳ ହେଲା ଅପରେସନ ଡାଡି

କିଭଳି ଥିଲା ଅପରେସନ ଡାଡି;

ଅପରେସନ ଡାଡି ପଛରେ ବଡ କାରଣ ଥିଲା ମଣ୍ଟୁ ପାଇକରାୟ। ଯେତେବେଳେ ନୂଆ ଡିସିପି ଯୋଗଦେଲେ ସେତେବଳେ ଲଗାତାର ରାଜଧାନୀରେ ଛିନତାଇ ଓ ଲୁଟପାଟ ବଢିଚାଲିଥିଲା,ଏପରିକି ଅନେକ ଥାନାରେ ମୋବାଇଲ ଚୋରିର ରିପୋର୍ଟ ହୋଇଥିଲା ।

ଯେଉଁଥିରେ ସର୍ବାଧିକ ଲୁଟ ମାମଲା ଥିଲା ମଣ୍ଟୁ ପାଇକରାୟର ନାଁରେ । କାରଣ ମଣ୍ଟୁର ଅପରାଧର ତରିକା ଏପରି କିଛି ଥିଲା ଯେପରି ଦୁଇମହଲା ଘର ତଳ ମେନଡୋର ଲକ ଥିଲେ ଘରର ବାଲକୋନି ଦେଇ ପଶିବା,ଆଉ ଲୁଟ ପରେ ଅତି ଚାଲାକିରେ ଫେରାର ହେବା । ଏହି ଲୁଟପାଟରେ ସୁନା ଅଳଙ୍କାର ଠାରୁ ଅଧିକ ଟାର୍ଗେଟ ଥିଲା ଇଲେକଟ୍ରୋନିକ ଜିନିଷ ଲୁଟ କରିବା ।

ଏପରିକି ଗହଳି ଦେଖି ଇଂଜିନିୟରି ପିଲା ରହୁଥିବା ମେସ ବା ହଷ୍ଟେଲ ନଚେତ ଗହଳି ଦେଖି କଲୋନି ଯେଉଁଠି ସହଜରେ ବିଭିନ୍ନ ଉଠା ବ୍ୟବସାୟୀ ଚଳପ୍ରଚଳ ଥିବ, ସେହିସବୁ ସ୍ଥାନକୁ ଅତି ଚତୁରତାର ସହ ଯାଉଥିଲା ଓ ମଉକା ଦେଖି ମୋବାଇଲ ହେଉ କି ଲ୍ୟାଟପ ବା ଟିଭି ନେଇ ଫେରାର ହୋଇଯାଏ ।

ଯାହା ପାଖରେ ପଇସା କମଥିବ ଏବଂ ଟିଭି କିମ୍ବା ମୋବାଇଲ କିଣିବାକୁ ଚାହୁଁଥିବ ସେଇଭଳି ପିଲାଙ୍କୁ ଏହାର କିଛି ସହଯୋଗି ଥିଲେ ଯେକି ବିକ୍ରି କରନ୍ତି । ଏପରିକି ୮ରୁ୧୦ ଭିତରେ ଲ୍ୟାପଟପ କିଣିବାକୁ ଚାହୁଁଥିବା ପିଲା ଦେଖି ଲାପଟପ ବିକ୍ରି କରି ବେଶ ଳାଭବାନ ହେଉଥିଲେ ।

ତେବେ ଅପରାଧର ଲିଷ୍ଟରେ ମଣ୍ଟୁର ନାମ ଆସିବା ପରେ ତାଠୁ ହିଁ ଅପରେସନ ଡାଡି ଆରମ୍ଭ ହୋଇଥିଲା । ଅନ୍ୟ କ୍ରାଇମର କ୍ରିମିନାଲଙ୍କୁ ମଧ୍ୟ ଏହି ଅପରେସନରେ ସାମିଲ କରାଯାଇ ଧରପଗଡ ପାଇଁ ଡିସିପିଙ୍କ ଟିମ ଦାୟିତ୍ବ ଦିଆଯାଇଥିଲା । ମଣ୍ଟୁକୁ ଧରିବା ପାଇଁ ପୁରୀ ଗୋପ ଥାନା ଅଞ୍ଚଳରୁ ଟ୍ରାକ କରି ଖଣ୍ଡଗିରି ଥାନାର ଜଣେ ଏସଆଇ ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ଏପରିକି ଚୋରି ଜିନିଷ ଜବତ ପାଇଁ ଚିଲିକା ମଝିରେ ଥିବା ଗାଁରେ ଅପରେସନ କରି ଧରାଯାଇଥିଲା ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Aug 3, 2020, 10:00 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.