ଭୁବନେଶ୍ବର: ରାଜ୍ୟରେ ଏକ କୋଟି ଲୋକଙ୍କୁ ଦିଆଯିବ କୋରୋନା ଟିକା। ରାଜ୍ୟରେ ଟୀକାକରଣକୁ ଜୋରଦାର କରାଯାଇଛି । ଗୁରୁବାର ୭୩ ହଜାର ୧୮୦ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ମୋଟ ୮୮୨ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ। ରାଜ୍ୟରେ ପ୍ରାୟ ୧ କୋଟି ଲୋକଙ୍କୁ ଟିକାକରଣ କରାଯିବ।
ଆଗକୁ ଟୀକାକରଣ କେନ୍ଦ୍ରକୁ ୧ ହଜାରରୁ ଅଧିକ କରାଯିବ। ଦୈନିକ ଦେଢ ଲକ୍ଷ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏବେ ୫ ଲକ୍ଷରୁ ଅଧିକ ଟିକା ମହଜୁଦ ଅଛି। ଶୁକ୍ରବାର ସଂନ୍ଧ୍ୟାରେ ୫ ଲକ୍ଷ ୪୦ ହଜାର କୋଭିସିଲ୍ଡ ଆସିବ।
ଏପ୍ରିଲ ୨ ତାରିଖରେ ୯ ଲକ୍ଷ ୮୮ ହଜାର ୨୫୦ ଡୋଜ ଆସିବ। ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୯୫ ହଜାର ୨୦୯ ଜଣ ଟିକା ନେଇସାରିଲେଣି। 59 ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସ ଲୋକ ରୋଗରେ ପିଡିତ ଥିଲେ ଟିକା ନେଉଛନ୍ତି।
ଏପ୍ରିଲରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତ ଲୋକ ଟିକା ନେବେ। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ। ରାଜ୍ୟରେ ପ୍ରାୟ ୧ କୋଟି ଲୋକଙ୍କୁ ଟିକାକରଣ କରାଯିବ। ୧୮ରୁ ୪୫ ବର୍ଷ ବୟସ ଲୋକଙ୍କ ପାଇଁ କୌଣସି ନିଷ୍ପତ୍ତି ହୋଇନି। ଟିକାକରଣ ନେଇ ଶୁକ୍ରବାର ରାଜ୍ୟ ଷ୍ଟିୟରିଂ କମିଟି ବୈଠକ ହୋଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ