ETV Bharat / city

ଭୁବନେଶ୍ବରରେ କୋରୋନା ପଜେଟିଭ

coronavirus reported in bhubaneswar
ଭୁବନେଶ୍ବରରେ କୋରୋନା ପଜେଟିଭ !
author img

By

Published : Mar 16, 2020, 7:18 AM IST

Updated : Mar 16, 2020, 10:40 AM IST

07:13 March 16

ଭୁବନେଶ୍ବରରେ କୋରୋନା ପଜେଟିଭ

ଭୁବନେଶ୍ବରରେ କୋରୋନା ପଜେଟିଭ

ଭୁବନେଶ୍ବର: ଓଡିଶାରେ କୋରୋନା ପଜେଟିଭ । ଭୁବନେଶ୍ବରରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  

ଜଣେ ଓଡିଆ ଯୁବକ ଇଟାଲୀରେ ରହୁଥିଲେ । ସେ ଦୁଇ ଦିନ ତଳେ ଭୁବନେଶ୍ବର ଫେରିଥିଲେ । ତାଙ୍କଠାରେ କୋରୋନାର ଲକ୍ଷଣ ଦେଖାଯିବା ଫଳରେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରକ୍ତନମୂନା ପରୀକ୍ଷା ପରେ ତାଙ୍କର କୋରୋନା(Covid-19)ପଜିଟିଭ ବାହାରିଥିବା ଜଣାପଡିଛି । ଯୁବକ ଜଣକ ଦିଲ୍ଲୀରୁ ଟ୍ରେନ ଯୋଗେ ଭୁବନେଶ୍ବର ଆସିଥିବା ସୂଚନା ମିଳିଛି ।  

ତେବେ ଯୁବକ ଜଣଙ୍କ 33 ବର୍ଷୀୟ ହୋଇଥିବାବେଳେ ସେ ଇଟାଲୀରେ ଗବେଶଣା କରୁଥିଲେ । 9 ଦିନ ତଳେ ଇଟାଲୀରୁ ଫେରିଥିଲେ । ଦିଲ୍ଲୀରେ କ୍ବାରେଣ୍ଟିନ୍‌ରେ କିଛିଦିନ ରହିବା ପରେ 12 ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଥିଲେ । ଭୁବନେଶ୍ବର ଫେରି ସେ ଜଣେ ଘରୋଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । କିଛି ଦିନ ଔଷଧ ଖାଇବା ସତ୍ତ୍ବେ ନକମିବାରୁ ସେ ବାଧ୍ୟ ହୋଇ କ୍ୟାପିଟାଲ ହସ୍ପିଟାଲର ବର୍ହିବିଭାଗରେ ଦେଖାଇଥିଲେ । ପରେ ତାଙ୍କୁ ଅବଜରବେସନରେ ରଖାଯାଇଥିଲା । 

ଭୁବନେଶ୍ବରରୁ ବିକାଶ ଦାସ ଓ ଜ୍ଞାନଦର୍ଶୀ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2020, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.