ETV Bharat / city

ମମିତା ମେହେରଙ୍କୁ ନ୍ୟାୟ: ରାଜଭବନ ସମ୍ମୁଖରେ ଯୁବ କଂଗ୍ରେସର ଅହୋରାତ୍ର ଧାରଣା

author img

By

Published : Nov 6, 2021, 6:21 PM IST

ମମିତା ମେହେରଙ୍କୁ ନ୍ୟାୟ ଦାବିରେ ରାଜଭବନ ଆଗରେ ଧାରଣା ଦେଇଛି ରାଜ୍ୟ ଯୁବ କଂଗ୍ରେସ । ଦୁଇ ଦିନ ରାଜଭବନ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିବ ଯୁବ କଂଗ୍ରେସ। ଅଧିକ ପଢନ୍ତୁ...

Odisha youth congress strike in front of governor house for justice of mamita meher murder case
ରାଜଭବନ ସମ୍ମୁଖରେ ଯୁବ କଂଗ୍ରେସର ଅହୋରାତ୍ର ଧାରଣା

ଭୁବନେଶ୍ବର: ମମିତା ମେହେରଙ୍କୁ ନ୍ୟାୟ ଦାବିରେ ରାଜଭବନ ଆଗରେ ଧାରଣା ଦେଇଛି ରାଜ୍ୟ ଯୁବ କଂଗ୍ରେସ । ଆଜିଠୁ ୬ ଓ ୭ ଦୁଇ ଦିନ ରାଜଭବନ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିବ ଯୁବ କଂଗ୍ରେସ। ଏହା ସହ ନ୍ୟାୟ ନ ମିଳିଲେ ମମିତା ମେହେର ଘଟଣାକୁ ଦିଲ୍ଲୀ ଦରବାରକୁ ନେବା ପାଇଁ ଘୋଷଣା କରିଛି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ।

ରାଜ୍ୟରେ ମମିତା ମେହେର ହତ୍ୟାକାଣ୍ଡକୁ ରାଜନୀତି ଜୋରଦାର ହେବାରେ ଲାଗିଛି । ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରୁଛନ୍ତି । ପ୍ରତିଦିନ ଆନ୍ଦୋଳନ ପ୍ରତିବାଦ ଧାରଣା କରୁଛନ୍ତି ବିରୋଧୀ । ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ମମିତା ମେହେରଙ୍କ ନ୍ୟାୟ ଦାବିରେ ରାଜଭବନ ଆଗରେ ଅହୋରାତ୍ର ଧାରଣାରେ ବସିଛନ୍ତି । କଳାହାଣ୍ଡି ମହାଲିଙ୍ଗର ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରା ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତ ରହିଛି । ସମସ୍ତ ପ୍ରକାରର ସାକ୍ଷ୍ୟ ପ୍ରମାଣ ଥିଲେ ମଧ୍ୟ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି। ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷା ଦେଇ ଘଣ୍ଟ ଘୋଡାଉଛନ୍ତି ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା ।

ଏହି ଘଟଣାରେ ନିରପେକ୍ଷ ତଦନ୍ତ ସହ ତୁରନ୍ତ ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଯୁବ କଂଗ୍ରେସ । ଯେହେତୁ ଗୃହରାଷ୍ଟ୍ରମନ୍ତ୍ରୀ ସାମ୍ବିଧାନିକ ପଦବୀରେ ଅଛନ୍ତି, ତଦନ୍ତରେ ହସ୍ତକ୍ଷେପ କରିବେ । ତେଣୁ ଗୃହମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତ ପରିସରକୁ ଆସନ୍ତୁ ବୋଲି ଯୁବ କଂଗ୍ରେସ ଦାବି କରିଛି ।

ରାଜ୍ୟ ଯୁବ କଂଗ୍ରେସ ଆସନ୍ତା 8ରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବ। ସେହିପରି ଆସନ୍ତା 9 ଓ 10 ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ ପାଖରେ ବିକ୍ଷୋଭ କରିବ ରାଜ୍ୟ ଯୁବ କଂଗ୍ରେସ । 11 ନଭେମ୍ବରରେ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ ଏଠାରେ ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ 11 କିମ୍ବା 12 ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି ଓଡିଶା ଯୁବ କଂଗ୍ରେସ ସଭାପତି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.