ETV Bharat / city

ମାଷ୍ଟର୍ସ ଗେମ୍ସରେ ଚମ୍ପିଆନ ଓଡିଶା ମହିଳା ଫୁଟବଲ ଦଳ, ଏୟାରପୋର୍ଟରେ ବିପୁଳ ସ୍ବାଗତ

author img

By

Published : Feb 11, 2020, 7:51 AM IST

ଗୁଜୁରାଟର ବରୋଦା ତୃତୀୟ ଜାତୀୟ ମାଷ୍ଟର ଗେମ୍ସରେ ଫୁଟବଲରେ ଚମ୍ପିଆନ ହୋଇଛି ଓଡିଶା ମହିଳା ଦଳ । ସୋମବାର ଓଡିଶା ଫେରିବା ଅବସରରେ ସ୍ଥାନୀୟ ବିମାନବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

odisha-women-football-team-got-champion-at-masters-games
ମାଷ୍ଟରସ ଗେମ୍ସରେ ଚମ୍ପିଆନ ଓଡିଶା ମହିଳା ଫୁଟବଲ ଦଳ

ଭୁବନେଶ୍ବର: ମାଷ୍ଟର୍ସ ଗେମ୍ସ ଫୁଟବଲରେ ଚମ୍ପିଆନ ହୋଇଛି ଓଡିଶା ମହିଳା ଦଳ । ସୋମବାର ଓଡିଶା ଫେରିବା ଅବସରରେ ସ୍ଥାନୀୟ ବିମାନବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଯେଉଁଥିରେ ଖେଳାଳିମାନେ ଅଭିଭୂତ ହୋଇଥିବା ପ୍ରକାଶ କରିଛନ୍ତି ।

ମାଷ୍ଟରସ ଗେମ୍ସରେ ଚମ୍ପିଆନ ଓଡିଶା ମହିଳା ଫୁଟବଲ ଦଳ

ସୂଚନାଯୋଗ୍ୟ କି ଚଳିତ ମାସ 5ରୁ 9 ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ବରୋଦାଠାରେ ତୃତୀୟ ଜାତୀୟ ମାଷ୍ଟର ଗେମ୍ସ ଆୟୋଜିତ ହୋଇଥିଲା । ବିଭିନ୍ନ କାଟାଗୋରୀରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ଏଥିରେ 40 ବର୍ଷରୁ ଉର୍ଦ୍ଧ କ୍ରୀଡ଼ାବିତମାନେ ଭାଗ ନେଇ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଓଡିଶାର ମହିଳା ଫୁଟବଲରଙ୍କୁ ନେଇ ପ୍ରଥମ କରି ଯାଇଥିବା ଟିମ ଏଥିରେ ସୁନ୍ଦର ପ୍ରଦର୍ଶନ କରିବା ସହିତ ମହିଳା ଫୁଟବଲରେ ସ୍ବର୍ଣ୍ଣ ପଦକ ଲାଭ କରି ଫେରିଛନ୍ତି । ଆଉ ଯାହାର ନେତୃତ୍ଵ ନେଇଥିଲେ ଓଡିଶାରେ ମହିଳା ଫୁଟବଲର ଆରମ୍ଭ କରିଥିବା ତଥା ଜାତୀୟ ଦଳ ପାଇଁ ଖେଳିଥିବା ଫୁଟବଲର ଗୀତାଞ୍ଜଳି ସାମନ୍ତରାୟ । ଖୁବ କମ ଦିନର ସମୟ ମଧ୍ୟରେ ଦଳ ଅଭ୍ୟାସ କରିବା ସହ ଏପରି ବିଜୟ ହାସଲ କରିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଏହି କ୍ରୀଡ଼ାବିତମାନେ ଖେଳ ସହିତ ଜଡିତ ରହି ଆଗାମୀ ଭବିଷ୍ୟତ କ୍ରୀଡ଼ାବିତ ଗଠନରେ ସହାୟକ ହେବ ବୋଲି ସେ କହିଛନ୍ତି ।

ସେହିଭଳି ଓଡିଶା ମାଷ୍ଟର୍ସ ଆସୋସିଏସନର ସାଧାରଣ ସମ୍ପାଦକ ଏହି ଟିମରୁ କେତେକ କ୍ରୀଡ଼ାବିତ ଆଗାମୀ 2021 ଟୋକିଓ ୱାର୍ଲଡ଼ ମାଷ୍ଟର୍ସ ଗେମ ପାଇଁ ସିଲେକ୍ସନ ହୋଇଥିବା କହିଛନ୍ତି । ତେବେ ସରକାର ରାଜ୍ୟରେ ଥିବା ମାଷ୍ଟର୍ସ କ୍ରୀଡ଼ାବିତମାନଙ୍କ ପ୍ରୋତ୍ସାହନ ପାଇଁ କାର୍ଯ୍ୟକ୍ରମ ହାତକୁ ନେଲେ ସେମାନେ ଭବିଷ୍ୟତ ପ୍ରସ୍ତୁତି ପାଇଁ ଅନେକ ସହାୟକ ହୋଇ ପାରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ତୃତୀୟ ମାଷ୍ଟର୍ସ ଗେମ ରେ ଓଡିଶା ମହିଳା ଫୁଟବଲ ଟିମ ଚମକପ୍ରଦ ଖେଳ ପ୍ରଦର୍ଶନ କରିବା ସହିତ ଚାମ୍ପିୟାନ ହୋଇ ଓଡିଶା ଫେରିଛ। ସେହି ଚାମ୍ପିୟାନ ଟିମ କୁ ଭୁବନେଶ୍ୱର ବିମାନବନ୍ଦର ରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଯେଉଁଥିରେ ଖେଳାଳିମାନେ ଅଭିଭୂତ ହୋଇଥିବା ପ୍ରକାଶ କରିଛନ୍ତି।

Body:ସୂଚନାଯୋଗ୍ୟ କି ଚଳିତ ମାସ 5 ରୁ 9 ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ବରୋଦ୍ରା ଠାରେ ତୃତୀୟ ଜାତୀୟ ମାଷ୍ଟର ଗେମ ଆୟୋଜିତ ହୋଇଥିଲା।ବିଭିନ୍ନ କାଟାଗୋରୀରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ଏଥିରେ 40 ବର୍ଷରୁ ଉର୍ଦ୍ଧ କ୍ରୀଡ଼ାବିତମାନେ ଭାଗ ନେଇ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି।ତେବେ ଏହି ପ୍ରତିଯୋଗିତାରେ ଓଡିଶା ର ମହିଳା ଫୁଟବଲର ମାନଙ୍କୁ ନେଇ ପ୍ରଥମ କରି ଯାଇଥିବା ଟିମ ଏଥିରେ ସୁନ୍ଦର ପ୍ରଦର୍ଶନ କରିବା ସହିତ ମହିଳା ଫୁଟବଲ ରେ ସ୍ୱର୍ଣ୍ଣପଦକ ଲାଭ କରି ଫେରିଛନ୍ତି।ଆଉ ଯାହାର ନେତୃତ୍ଵ ନେଇଥିଲେ ଓଡିଶାରେ ମହିଳା ଫୁଟବଲ ର ଆରମ୍ଭ କରିଥିବା ତଥା ଜାତୀୟ ଦଳ ପାଇଁ ଖେଳିଥିବା ଫୁଟବଲର ଗୀତାଞ୍ଜଳି ସାମନ୍ତରାୟ।ଖୁବ କମ ଦିନର ସମୟ ମଧ୍ୟରେ ଦଳ ଅଭ୍ୟାସ କରିବା ସହ ଏପରି ବିଜୟ ହାସଲ କରିଥିବାରୁ ସେ ଖୁସିବ୍ୟକ୍ତ କରିବା ସହ ଆଗାମି ଦିନରେ ଏହି କ୍ରୀଡ଼ାବିତ ମାନେ ଖେଳ ସହିତ ଜଡିତ ରହି ଆଗାମୀ ଭବିଷ୍ୟତ କ୍ରୀଡ଼ାବିତ ଗଠନରେ ସହାୟକ ହେବ ବୋଲି କହିଛନ୍ତି।
ସେହିଭଳି ଓଡିଶା ମାଷ୍ଟର୍ସ ଆସୋସିଏସନ ର ସାଧାରଣ ସମ୍ପାଦକ ଏହି ଟିମ ରୁ କେତେକ କ୍ରୀଡ଼ାବିତ ଆଗାମୀ 2021 ଟୋକିଓ ୱାର୍ଲଡ଼ ମାଷ୍ଟର୍ସ ଗେମ ପାଇଁ ସିଲେକ୍ସନ ହୋଇଥିବା ସେ କହିଛନ୍ତି।ତେବେ ସରକାର ରାଜ୍ୟରେ ଥିବା ମାଷ୍ଟର୍ସ କ୍ରୀଡ଼ାବିତ ମାନଙ୍କ ପ୍ରୋତ୍ସାହନ ପାଇଁ କାର୍ଯ୍ୟକ୍ରମ ହାତକୁ ନେଲେ ସେମାନେ ଭବିଷ୍ୟତ କ୍ରୀଡ଼ାବିତ ପ୍ରସ୍ତୁତି ପାଇଁ ଅନେକ ସହାୟକ ହୋଇ ପାରିବେ ବୋଲି ସେ କହିଛନ୍ତି।
ବାଇଟ-କ୍ୟାପଟେନ-ଗୀତାଞ୍ଜଳି ସାମନ୍ତରାୟ
କ୍ୟାପଟେନ -ସାଧାରଣ ସମ୍ପାଦକ ,ଓଡିଶା ମାଷ୍ଟର୍ସ ଗେମ,ଶିବ ସାର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.