ETV Bharat / city

2023 ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା: ନଗର ଉନ୍ନୟନ ମନ୍ତ୍ରୀ

ବସ୍ତି ମୁକ୍ତ ହେବ ଓଡ଼ିଶା । 2023 ସୁଦ୍ଧା ରାଜ୍ୟକୁ ବସ୍ତି ମୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ନଗର ଉନ୍ନୟନ ବିଭାଗ । ଅଧିକ ପଢ଼ନ୍ତୁ...

author img

By

Published : Jun 25, 2021, 8:33 PM IST

2023 ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା : ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ବସ୍ତି ମୁକ୍ତ ହେବ ଓଡ଼ିଶା । 2023 ସୁଦ୍ଧା ରାଜ୍ୟକୁ ବସ୍ତି ମୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ନଗର ଉନ୍ନୟନ ବିଭାଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ପୌରାଞ୍ଚଳରେ ଥିବା ବସ୍ତିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାର ପୌର ଆଇନରେ ମଧ୍ୟ ସଂଶୋଧନ ଆଣିଛନ୍ତି । ପୌର ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ବ୍ୟୟ କରାଯିବ ନେଇ ନିଷ୍ପତ୍ତି ନିଆଯାଇଛି । ୨୦୨୦- ୨୧ ଓ ୨୦୨୧ – ୨୨ ଆର୍ଥିକବର୍ଷ ପାଇଁ ଦିଆଯାଇଥିବା ଅର୍ଥରୁ ୨୫ ପ୍ରତିଶତ ଅର୍ଥ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ସମସ୍ତ ପୌର ପ୍ରଶାସକମାନଙ୍କୁ ପତ୍ର ଲେଖାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2 ହଜାର 992 ବସ୍ତିରେ ପ୍ରାୟ 70 ହଜାର ଲୋକଙ୍କୁ ସରକାରୀ ପଟ୍ଟା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟକୁ ବସ୍ତି ଶୂନ୍ୟ କରିବା ଲକ୍ଷ୍ୟରେ ଏହି ସବୁ କାର୍ଯ୍ୟ ହାତକୁ ନିଆଯାଇଛି ।

ବସ୍ତି ବାସିନ୍ଦାଙ୍କ ନିକଟରେ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ପହଞ୍ଚାଇବେ । ସେମାନଙ୍କ ମୌଳିକ ସୁବିଧା ଯେଭଳି ବିଜୁଳି, ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦେଶ ବସ୍ତିରେ ଉନ୍ନତି କରିବା ସହ ଏହାର ଡି ନୋଟିଫାଏଡ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.