ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାଜ୍ୟ ପାନୀୟ ନିଗମର 5 କୋଟି ଦାନ - ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 5 କୋଟି ଦାନକଲା ପାନୀୟ ନିଗମ

ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ପ୍ରଦାନ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 5 କୋଟି ଦାନକଲା ରାଜ୍ୟ ପାନୀୟ ନିଗମ

author img

By

Published : Feb 9, 2022, 6:16 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 5 କୋଟି ଦାନ । ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ପ୍ରଦାନ । ଲାଭାଂଶ ବାବଦରେ ମଧ୍ୟ ସରକାରଙ୍କୁ ୨୬.୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶା ରାଜ୍ୟ ପାନୀୟ ନିଗମ ତରଫରୁ ଆଜି(ବୁଧବାର) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଚେକ୍ ନିଗମର ଅଧ୍ୟକ୍ଷ ସୁଶୀଲ କୁମାର ଲୋହାନୀଙ୍କ ଠାରୁ ଗ୍ରହଣ କରିଛନ୍ତି ।

ଲୋହାନୀଙ୍କ ସୂଚନା ଅନୁସାରେ, ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ଜୁନ୍ ମାସରେ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଆଜି ପ୍ରଦାଶ କରାଯାଇଥିବା ଅର୍ଥ ରାଶିକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ, ସମୁଦାୟ ୧୦ କୋଟି ଟଙ୍କା ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି ।

ଏହି ଅବସରରେ ନିଗମ ତରଫରୁ ୨୦୨୦-୨୧ ଆର୍ଥିକ ବର୍ଷର ଡିଭିଡେଣ୍ଟ ବାବଦରେ ୬ କୋଟି ୨୬ ଲକ୍ଷ ୩୨୦ ହଜାର ୮୮ ଟଙ୍କାର ଚେକ୍ ମଧ୍ୟ ଲୋହାନୀ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.