ETV Bharat / city

2020 ରାଜ୍ୟ ରାଜନୀତିର ଟି-ଟ୍ବେଣ୍ଟି; ଫର୍ମରେ ରହିଛି କିଏ ? - State Politics

ଅଭୁଲା, ଅଲିଭା, ଅନନ୍ୟ, ଅସାଧାରଣ ଓ ଅଭିଶପ୍ତ 2020 । ଆରମ୍ଭରୁ ଟିକେ ଉତ୍ସାହ ପରେ ଅବର୍ଣ୍ଣନୀୟ ଆହ୍ବାନ । ଅଚାନକ ଲକଡାଉନରୁ ଅନଲକ୍‌, ସାଧାରଣ ଲୋକଙ୍କ ପାଇଁ ଅକଥନୀୟ ଯନ୍ତ୍ରଣା । ଜୀବନରୁ ଜୀବିକା ସବୁକିଛି ଠପ୍‌ । ରାଜନୀତିରୁ ଅର୍ଥନୀତି, ଖେଳରୁ ବିଜ୍ଞାନ, ଶିକ୍ଷାରୁ ସ୍ବାସ୍ଥ୍ୟ, ସଂଶୟରେ ସବୁକିଛି । ହେଲେ ଏହାରି ଭିତରେ ଆଗେଇ ଚାଲିଛି ରାଜ୍ୟ ରାଜନୀତିର ପଶାପାଲି । କିଏ ବାଜିମାତ୍‌ କରିଛି, ତ କିଏ ବିଦାୟ ନେଇଛି । କୋରୋନା କାଳରେ ନୂଆ ନୂଆ ଷ୍ଟ୍ରାଟେଜୀ ସହ ନୂଆ ରଙ୍ଗର ରାଜନୀତି ଦେଖିବାକୁ ମିଳିଛି । ଯାହାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ବିଦାୟ 2020 । ଅଧିକ ପଢନ୍ତୁ...

ରାଜ୍ୟ ରାଜନୀତିର ଟି-ଟ୍ବେଣ୍ଟି
ରାଜ୍ୟ ରାଜନୀତିର ଟି-ଟ୍ବେଣ୍ଟି
author img

By

Published : Dec 26, 2020, 9:03 AM IST

ଭୁବନେଶ୍ବର: ଅଭିଶପ୍ତ 2020 । ରାଜନୀତିରୁ ଅର୍ଥନୀତି, ଖେଳରୁ ବିଜ୍ଞାନ, ଶିକ୍ଷାରୁ ସ୍ବାସ୍ଥ୍ୟ ସବୁଥିରେ ଲାଗି ଯାଇଛି ଗ୍ରହଣ । କୋରୋନାର କରାଳ ରୂପ ସବୁ କ୍ଷେତ୍ର ଉପରେ ପକାଇଛି ପ୍ରଭାବ । ହେଲେ ଏହି ସମୟରେ ରାଜ୍ୟ ରାଜନୀତିର ପଶାପାଲିରେ କିଏ ପାଦେ ଆଗକୁ ଯାଇଛି, ତ କିଏ ପଛକୁ । କିଏ ମୈଦାନ ଛାଡିଛି, ତ କିଏ ନୂଆ ଭାବେ ଲୋକଙ୍କ ନିକଟତର ହୋଇଛି । ତେବେ ଏସବୁ ଭିତରେ ନୂଆ ନୂଆ ଷ୍ଟ୍ରାଟେଜୀ ସହିତ ନୂଆ ରଙ୍ଗର ରାଜନୀତି ଦେଖିଛନ୍ତି ଲୋକେ । ଆସନ୍ତୁ ନଜର ପକାଇବା 2020 ରାଜନୀତିର କିଛି ଖଟ୍ଟା ଓ କିଛି ମିଠା କାହାଣୀ ଉପରେ...

ରାଜ୍ୟ ରାଜନୀତିର ଟି-ଟ୍ବେଣ୍ଟି
ବର୍ଷ ଶେଷରେ ବର୍ଷିଲେ ନବୀନ

ବିରୋଧୀ ଦଳଙ୍କୁ ସିଧାସଳଖ ଟାର୍ଗେଟ କରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷ ଶେଷରେ ବର୍ଷିଛନ୍ତି । ଜାତୀୟ ଦଳଙ୍କୁ ଶାଣିତ ଆକ୍ରମଣ କରି ଆଞ୍ଚଳିକ ଦଳ ହିଁ ଲୋକଙ୍କ ସୁଖଦୁଃଖରେ ଠିଆ ହେଉଛି ବୋଲି ଦର୍ଶାଇଛନ୍ତି । ବିଜେଡିର ଯୁବ କାର୍ଯ୍ୟକାରିଣୀ ବୈଠକରେ ଦୁଇ କେନ୍ଦ୍ରୀୟ ଦଳ ବିଜେପି ଓ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରି ଦୁଇ ଦଳର ନେତାମାନେ କ୍ଷମତା ଲୋଭୀ ବୋଲି ଦର୍ଶାଇଛନ୍ତି । କଂଗ୍ରେସ ଯେପରି ଶୀର୍ଷ ନେତୃତ୍ବଙ୍କ ରିମୋର୍ଟ କଣ୍ଟ୍ରୋଲରେ ଚାଲୁଥିଲା ବିଜେପି ମଧ୍ୟ ସେପରି କରୁଥିବା ନବୀନ କହିଛନ୍ତି । ଏହାସହ ଓଡିଶାର ସ୍ବାର୍ଥ ପାଇଁ କେବଳ ବିଜେଡି ହିଁ ସବୁ କିଛି କରୁଛି କହି ପ୍ରଥମଥର ପାଇଁ ସିଧାସଳଖ ଦୁଇ ଜାତୀୟ ଦଳକୁ ଆକ୍ଷେପ କରିଛନ୍ତି ବିଜେଡି ସୁପ୍ରିମୋ ।

ଅଷ୍ଟମ ଥର ପାଇଁ ନବୀନ ବିଜେଡିର ଅପ୍ରତିଦ୍ଵନ୍ଦ୍ବୀ ସଭାପତି

2020ରେ ପୁଣି ଥରେ ବିଜେଡିର ମଙ୍ଗ ସମ୍ଭାଳିଛନ୍ତି ନବୀନ । ଦଳର ସୁପ୍ରିମୋ ଭାବେ ଅଷ୍ଟମ ଥର ପାଇଁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । 2020 ଫେବୃଆରୀ 26 ତାରିଖରେ ରାଜ୍ୟ ପରିଷଦ ବୈଠକରେ ବିଜେଡି ସାଙ୍ଗଠନିକ ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଏହି ଘୋଷଣା କରିଥିଲେ । 1997 ମସିହାରୁ ଆଞ୍ଚଳିକ ଦଳ ଭାବେ ସ୍ଥାପିତ ହୋଇଥିବା ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରତି ତିନି ବର୍ଷରେ ହୋଇଥାଏ । ତେବେ ପ୍ରତିଥର ପ୍ରତି ଚଳିତ ବର୍ଷ ବିଜେଡି ସାଙ୍ଗଠନିକ ନିର୍ବାଚନରେ ସଭାପତି ପଦ ପାଇଁ ନବୀନ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାହାକୁ ନେଇ ସେ ଅଷ୍ଟମ ଥର ପାଇଁ ବିଜେଡିର ଅପ୍ରତିଦ୍ଵନ୍ଦୀ ସଭାପତି ହୋଇଥିବା ଚର୍ଚ୍ଚା ହେଉଛି ।

ଏକାନ୍ତବାସରେ ନବୀନ

ଚଳିତ ବର୍ଷ ମହାମାରୀ କୋରୋନା ସହିତ ସାରା ବିଶ୍ବ ଲଢେଇ କରୁଥିବାବେଳେ ଭାରତରେ ଲକଡାଉନ ହୋଇଥିଲା । ପ୍ରଥମେ ଜୀବନ ପରେ ଜୀବିକା ନ୍ୟାୟରେ ଦେଶବାସୀ ଏହାକୁ ଗ୍ରହଣ ମଧ୍ୟ କରିଥିଲେ । ସାମାଜିକ ଦୂରତା ରକ୍ଷାକରି ମାସ୍କ ପିନ୍ଧି ସମସ୍ତଙ୍କ ଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମସ୍ତେ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଭେଟୁ ନଥିବା ଜଣାପଡିଥିଲା । ନବୀନ ନିବାସରୁ ହିଁ ଭିସି (video conferencing) ଯୋଗେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ ସେ । ଏହାସହ ଭିସି ଯୋଗେ ଅନେକ ବୈଠକରେ ଯୋଗଦେଇ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଉଥିଲେ । ଆଉ ଏକାନ୍ତବାସରେ ରହି ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ନବୀନ ।

ବିଜେଡିରେ ବଢିଲା ବବି ଦାସଙ୍କ କ୍ଷମତା

2020 ରାଜନୀତିରେ ବିଜେଡିରେ ବଢିଛି ବବି ଦାସ ଓରଫ୍‌ ପ୍ରଣବ ପ୍ରକାଶ ଦାସଙ୍କ କ୍ଷମତା। ଦଳର ସୁପ୍ରିମୋ ତାଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ଭାବେ ନିଯୁକ୍ତି ଦେବା ପରେ ଦଳରେ ତାଙ୍କ ପତିଆରା ବୃଦ୍ଧି ପାଇଛି । ପୂର୍ବରୁ ବିଜେଡିର ସଙ୍କଟମୋଚକ ଭାବେ ପରିଚିତ ଥିବା ବବିଙ୍କୁ ଏହି ଗୁରୁଦାୟିତ୍ବ ଦେଇ ନବୀନ ତାଙ୍କୁ ପୁରସ୍କୃତ କରିଥିବା ଚର୍ଚ୍ଚା ହେଉଛି । 2014 ଓ 2019 ସାଧାରଣ ନିର୍ବାଚନ ଏବଂ ବିଜେପୁର ଓ ପାଟକୁରା ଉପନିର୍ବାଚନରେ ବବିଙ୍କ ସାଙ୍ଗଠନିକ ଦକ୍ଷତାକୁ ପ୍ରଶଂସା କରିବା ସହ ଏହି ଦାୟିତ୍ବ ତାଙ୍କୁ ସୁପ୍ରିମୋ ଦେଇଛନ୍ତି । ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେବା ପରେ ନବୀନ ଏହି ଘୋଷଣା କରିଥିଲେ । ଏହାସହ ବବିଙ୍କୁ ଏହି ଦାୟିତ୍ବ ଦେଇ ବିଜେଡି ଯେ ଯୁବ ଚେହେରାକୁ ଗୁରୁତ୍ବ ଦିଏ ତାହାର ପ୍ରମାଣ ମଧ୍ୟ ଛାଡିଥିଲେ ।

ପ୍ରଦୀପଙ୍କ ପତିଆରା ଶେଷ , ଜନବିରୋଧି ଦର୍ଶାଇ ବିଜେଡିରୁ ବହିଷ୍କାର

ଏକଦା ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପତିଆରାକୁ ଗୋଟିଏ ଝଟକାରେ ଶେଷ କରିଦେଇଛନ୍ତି ନବୀନ । ଏପରିକି ଗଞ୍ଜାମ ଜିଲ୍ଲାରେ ଅଖଣ୍ଡ କ୍ଷମତାର ଅଧିକାରୀ ଥିବା ପୂର୍ବତନ ମନ୍ତ୍ରୀଙ୍କୁ 'ଜନବିରୋଧି' ଦର୍ଶାଇ ବିଜେଡିରୁ ବହିଷ୍କାର କରିଛନ୍ତି । ପୂର୍ବରୁ ଅନେକ ନେତାଙ୍କୁ ଦଳ ପକ୍ଷରୁ ଦୁର୍ନୀତିରେ ସମ୍ପୃକ୍ତ ଥିବା ଦର୍ଶାଇ ବହିଷ୍କାର କରାଯାଇଥିବା ତଥା ଦଳବିରୋଧି ପାଇଁ ବହିଷ୍କାର କରାଯାଉଥିବାବେଳେ ପ୍ରଥମ ଥର ପାଇଁ ଜନବିରୋଧି ଆଖ୍ୟାରେ ଜଣେ ଜନପ୍ରତିନିଧିଙ୍କୁ ଏପରି ବହିଷ୍କାର କରିଥିବାର ଚିତ୍ର ସାମ୍ନାକୁ ଆସିଛି । ତେବେ ଦଳର ହାତ ପ୍ରଦୀପଙ୍କ ଉପରୁ ଉଠିଯିବା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟ ପାଠକ ଓ ତାଙ୍କ ପୁଅ ଲିଙ୍କରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

କୋଭିଡ୍‌ ସମୟରେ ନେତାଙ୍କ ଅଜ୍ଞାତବାସ

2020 ମସିହା ସାରା ବିଶ୍ବପାଇଁ ସଙ୍କଟ ଆଣିଥିବାବେଳେ ଓଡିଶା ମଧ୍ୟ ସେଥିରୁ ବାଦ ପଡିନି । କୋଭିଡ୍‌ ମହାମାରୀରେ ରାଜ୍ୟ ମଧ୍ୟ ଆଉଟୁପାଉଟୁ ହେଉଛି । ଆଉ ଏହି ସମୟରେ ଏହାକୁ ମୁକାବିଲା କରିବାକୁ ଓଡିଶା ଅଗ୍ରଣୀ ହୋଇ ନେତୃତ୍ବ ନେଇଥିଲା । ହେଲେ ବଡ କଥା ହେଉଛି ଏଭଳି କାମକୁ କରି ଦେଖାଇଥିଲେ ପ୍ରଶାସନିକ ଅଧିକାରୀ । ନେତାମାନେ ଏହି ସମୟରେ ଅଜ୍ଞାତବାସରେ ଥିବାବେଳେ ପ୍ରଶାସନିକ ଅଧିକାରୀ ହିଁ ଏହାକୁ କରି ଦେଖାଇଥିବା ଚିତ୍ର ସାମ୍ନାକୁ ଆସିଥିଲା ।

ଉପନିର୍ବାଚନ ସଫଳତା ଦୋହରାଇଲା ବିଜେଡି

2020 ମସିହାରେ ରାଜ୍ୟରେ ଦୁଇଟି ଉପନିର୍ବାଚନ ହୋଇଥିଲା । ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦୁଇଟି ଆସନରେ ତତ୍କାଳୀନ ବିଧାୟକଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହୋଇଥିବାବେଳେ ଦୁଇଟି ଯାକରେ ବିଜେଡି ବାଜିମାତ କରିଛି । ଏହାସହ ଦଳରେ ଉପନିର୍ବାଚନରେ ଥିବା ଟ୍ରାକ ରେକର୍ଡକୁ ବଜାୟ ରଖିଛି । ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟ ହୋଇଛନ୍ତି । ସେହିପରି ତିର୍ତ୍ତୋଲରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଜୟଯୁକ୍ତ ହୋଇଛନ୍ତି । ତେବେ ସବୁଠୁ ବଡ କଥା ହେଲା 2019 ସାଧାରଣ ନିର୍ବାଚନରେ ବାଲେଶ୍ବର ଆସନ ବିଜେପି ଖାତାକୁ ଯାଇଥିବାବେଳେ ଉପନିର୍ବାଚନରେ ପୁଣିଥରେ ଏହାକୁ ନିଜ ଖାତାକୁ ଆଣିବାରେ ସକ୍ଷମ ହୋଇଛି ବିଜେଡି ।

ବାଲେଶ୍ବରରେ ବେଣୁ ମଉସା କ୍ରେଜ୍‌

ବାଲେଶ୍ବର ଉପନିର୍ବାଚନରେ 80 ବର୍ଷୀୟ ବୃଦ୍ଧ ବେଣୁଧର ବାରିକ ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଆସି ବେଶ ଚହଳ ପକାଇଥିଲେ । ଯାତ୍ରା କଳାକାରମାନେ ତାଙ୍କ ପାଇଁ ପ୍ରଚାର କରୁଥିବାବେଳେ ନିର୍ବାଚନ ପୂର୍ବରୁ ମିଡିଆରେ ସେ ଛାଇ ରହିଥିଲେ । ହେଲେ ନିର୍ବାଚନରେ ତାଙ୍କୁ ସେତେଟା ସଫଳତା ମିଳିନଥିଲା । ସେ ମାତ୍ର 1255 ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ ।

ଚାଲିଗଲେ ବିଷ୍ଣୁ, ମହାରଥୀ, ମଦନ

2020 ରାଜ୍ୟର ଅନେକ ଦିବଙ୍ଗତ ନେତାଙ୍କୁ ହରାଇଛି । ତେବେ ଏସବୁ ଭିତରେ ତିନି ଜଣ ବିଧାୟକଙ୍କୁ ହରାଇଛି ରାଜ୍ୟ । ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କୁ ହରାଇଛି ଓଡିଶା । ଯାହାକି ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି ।

ଅନୁଭବଙ୍କ ବିବାଦ ବଢିଲା

ବଢିଲା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ତଥା ଛାଡପତ୍ର ମାମଲାରେ ବିବାଦରେ ରହିଲେ ସାଂସଦ । ସ୍ଥିତି ଏପରି ହେଲା ଯେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା । ଏହାସହ ସୋସିଆଲ ମିଡିଆରେ ଅଭିନେତା ସଲମାନ ଖାନଙ୍କୁ ଏକ ଲାଇକ୍‌ ମାଗି ଟ୍ରୋଲର ଶିକାର ହୋଇଥିଲେ ସେ ।

ବିଜେପିର ନୂଆ ସଭାପତି

ବର୍ଷ ଆରମ୍ଭରୁ ରାଜ୍ୟ ବିଜେପିକୁ ମିଳିଛି ନୂଆ ମଙ୍ଗୁଆଳ । ଜାନୁଆରୀ ମାସରେ ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କୁ ଦଳ ମନୋନୀତ କରିଛି । 2016 ମସିହାରୁ ସେ ରାଜ୍ୟ ବିଜେପିର ଉପସଭାପତି ଦାୟିତ୍ବରେ ଥିବାବେଳେ ଦଳ ତାଙ୍କୁ ଭରସାକୁ ନେଇ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛି ।

ଅପରାଜିତାଙ୍କ ଆଧିପତ୍ୟ ବିସ୍ତାର

ବିଜେପିରେ ବଢିଛି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପତିଆରା । ତାଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦାୟିତ୍ବ ଦିଆଯାଇଛି । ଏପଟେ ରାଜ୍ୟରେ ମଧ୍ୟ ଅନେକ ସଙ୍ଗଠନ ସହ ଜଡିତ ହୋଇ ସେ ନିଜର କ୍ରେଜକୁ ଆହୁରି ବଢାଇଛନ୍ତି ।

ବିଧାନସଭାରେ ମାଇଲେଜ୍ ନେଲା ବିଜେପି

2019 ସାଧାରଣ ନିର୍ବାଚନ ପରେ ତୃତୀୟ ସ୍ଥାନରୁ ଉଠି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ସାମ୍ନାକୁ ଆସିଥିଲା ବିଜେପି । କଂଗ୍ରେସ ପଛରେ ରହିଯାଇଥିଲା । ହେଲେ ବିଧାନସଭାରେ କିନ୍ତୁ କଂଗ୍ରେସ ନିଜର ଉପସ୍ଥିତିକୁ ଜାହିର କରିବା ସହ ବିଜେପି ଠାରୁ ଅଧିକ ଲାଇମଲାଇଟରେ ରହିଥିଲା । ଏପରିକି ବିଜେପି ପଛରେ ରହିଯାଇଥିବା ଖୋଦ ବିରୋଧୀ ଦଳ ଉପନେତା ଅନେକ ଥର ସ୍ବୀକାର ମଧ୍ୟ କରିଥିଲେ । ହେଲେ ନୟାଗଡ ପରୀ ହତ୍ୟାକାଣ୍ଡରେ ବିଜେପି ଯେଭଳି ଆଗକୁ ଆସିବା ସହ ସୁସଙ୍ଗଠିତ ଭାବେ ବିଧାନସଭାରେ ପ୍ରତିବାଦ କରିଥିଲା ତାହା ଦଳକୁ ଅଧିକ ମାଇଲେଜ ଦେଇଥିଲା । ଏପରିକି କଂଗ୍ରେସକୁ ପଛରେ ପକାଇ ବିଜେଡିକୁ ଅଧିକ ଜୋରରେ ଆଟାକ କରିଥିଲା ଦଳ । ବିଧାନସଭା ଭିତରେ ଓ ବାହାରେ ଶାସକ ଦଳକୁ ଅକଳରେ ପକାଇ ଦେଇଛି ବିଜେପି ।

ବୈଜୟନ୍ତଙ୍କୁ ନୂଆ ଦାୟିତ୍ବ

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପକ୍ଷରୁ ନୂଆ ଦାୟିତ୍ବ ମିଳିଲା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଭାବେ ଦାୟିତ୍ବ ଦେଲା ଦଳ । ଯାହାକୁ ନେଇ ବିଜେପିରେ ବୈଜୟନ୍ତଙ୍କ କ୍ଷମତା ବୃଦ୍ଧି ପାଇଥିବା ଚର୍ଚ୍ଚା ହେଉଛି । ସେହିପରି ସମ୍ବିତ ପାତ୍ରଙ୍କୁ ମଧ୍ୟ ମଣିପୁରର ପ୍ରଭାରୀ ଭାବେ ଦାୟିତ୍ବ ଦେଇଛି ବିଜେପି ।

କଂଗ୍ରେସରେ କନ୍ଦଳ
କଂଗ୍ରେସରେ କନ୍ଦଳ କେବେ ପିଛା ଛାଡୁନି । ପିସିସି ସଭାପତି ପଦଠୁ ଆରମ୍ଭ କରି ଅନେକ ସାଙ୍ଗଠନିକ ପଦ ପଦବୀ ପାଇଁ ଦଳ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଦଳର ଯୁବ ସଭାପତି ଭାବେ ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ଚୟନ କରାଯିବା ପରେ ତାଙ୍କୁ କଂଗ୍ରେସ ଅଫିସରେ ବିରୋଧ କରାଯାଇଥିବାର ଦେଖିବାକୁ ମିଳିଥିଲା । ସ୍ମୃତିଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ସହ ଜଣେ ଯୁବକ କଂଗ୍ରେସ ଭବନରେ ପଶି ଖଣ୍ଡା ବୁଲାଇଥିବା ନଜରକୁ ଆସିଥିଲା ।

ପିସିସି ସଭାପତି ଉପରେ ତାରାଙ୍କ ଆଖି

2019 ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ହେଲେ ଏହାକୁ ଏଆଇସିସି ଗ୍ରହଣ ନକିରବା ସହ ତାଙ୍କୁ ପିସିସି ସଭାପତି ପଦରେ ରହିବାକୁ କହିଥିଲା । ହେଲେ ଏପଟେ ପସିସି ସଭାପତି ପରିବର୍ତ୍ତନ ପାଇଁ ଦଳର ଅନେକ ନେତା ଚାହୁଁଥିବାବେଳେ ନିଜ ନିଜ ସମର୍ଥନରେ ଆଗେଇଥିଲେ । ଆଉ ଏହାରି ଭିତରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପଦ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହୋଇଥିଲା । ଏପରିକି ନିଜ ବାସଭବନରେ ଏନେଇ ସେ ବୈଠକ ଡାକିଥିବାର ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହାକୁ ଅଧିକ ଖୋରାକ ଯୋଗାଇଥିଲା ତାରାଙ୍କ ବୟାନ । ସେ କହିଥିଲେ,‘ପିସିସି ସଭାପତି ପାଇଁ ଆଶାୟୀ ନାହିଁ, କିନ୍ତୁ ମିଳିଲେ ଛାଡିବି ନାହିଁ ।’ ଯାହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା ।

ପ୍ୟାଚ୍‌ ପକାଇଲେ ପ୍ରଭାରୀ

ନୟାଗଡ ପରୀ ହତ୍ୟା ଘଟଣାରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ତାଳମେଳ ରହିଲା ନାହିଁ । ପ୍ରସଙ୍ଗକୁ ନେଇ ବିଧାୟକଙ୍କ ମଧ୍ୟରେ ମାନ ଅଭିମାନ ହୋଇଥିବା ଦେଖିବାକୁ ମିଳିଲା । ଏପରିକି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିବାରୁ ଆମେ ପରୀ ପ୍ରସଙ୍ଗରେ ଚୁପ୍‌ ହୋଇଗଲୁ ବୋଲି ମଧ୍ୟ କିଛି ବିଧାୟକ କହିବାକୁ ପଛାଇଲେ ନାହିଁ । ଯାହାକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ଭୁବନେଶ୍ବର ଆସିଥିବା ସମୟରେ ବୈଠକ ଡାକି ଏଥିରେ ପ୍ୟାଚ୍‌ ପକାଇଥିଲେ । ତା ସହିତ ପରୀ ଘଟଣାରେ ଦଳ ସମ୍ପୂର୍ଣ୍ଣ ଭାବେ ପରୀକୁ ନ୍ୟାୟ ଦେବା ସମର୍ଥନରେ ରହିଥିବା ଲୋକଙ୍କୁ ଜଣାଇଲେ ।

ମିଡିଆରେ ଛାଇ ରହିଲେ ସୁର

2020 ମସିହାରେ ମିଡିଆରେ ଛାଇ ରହିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପ୍ରତି ପ୍ରସଙ୍ଗରେ ନିଜର ନିଆରା ଅନ୍ଦାଜରେ ବାଇଟ ରଖି ସବୁବେଳେ ଚର୍ଚ୍ଚାରେ ରହିଲେ ସେ । କେତେବେଳେ କୋରୋନା ବାବଦରେ ତ କେତେବେଳେ ଅନୁଭବ-ବର୍ଷା ବିବାଦରେ ନିଜର ମନ୍ତବ୍ୟ ତାଙ୍କୁ ମିଡିଆରେ ଛାଇ କରି ରଖିଥିଲା । ସରକାରଙ୍କୁ ସମାଲୋଚନା ହେଉ ଅବା ପ୍ରଶଂସା ସବୁବେଳେ ନିଜର ମନ୍ତବ୍ୟ ଦେଇ ସେ ମିଡିଆରେ ଛାଇ ଯାଇଥିଲେ ।

ଭକ୍ତ ଚରଣ ଦାସଙ୍କୁ ନୂଆ ଦାୟିତ୍ଵ

କଂଗ୍ରେସ ଦଳରେ ଭକ୍ତ ଚରଣ ଦାସଙ୍କୁ ନୂଆ ଦାୟିତ୍ବ ମିଳିଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି । ଏହାସହ ତାଙ୍କୁ ସିଡବ୍ଲୁସିର (CWC) ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

ପରୀ ପ୍ରସଙ୍ଗରେ ଦୁଇଫାଳ ବିରୋଧୀ

ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣାରେ ଦୁଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ପରିବର୍ତ୍ତେ ତୁତୁ ମେମେ ହୋଇ ଲାଗିଥିବାର ଦେଖିବାକୁ ମିଳିଲା । ବିଧାନସଭାରେ ନିଜେ ନିଜର କ୍ରେଜ ନେବା ପାଇଁ ଉଭୟ ଉଭୟଙ୍କ ଉପରେ ଦୋଷ ଲଦାଲଦି ହେଲେ । କଂଗ୍ରେସ, ବିଜେପି ଓ ବିଜେଡି ଗୋଟିଏ ଟଙ୍କାର ଦୁଇ ପାର୍ଶ୍ବ କହିଥିବେବେଳେ ବିଜେପି ମଧ୍ୟ କଂଗ୍ରେସ ଉଦ୍ଦେଶ୍ୟରେ ସମାନ ଅଭିଯୋଗ ଆଣିଲା । ଯାହା ଶାସକ ଦଳକୁ ଫାଇଦା ଦେଇଥିବା କୁହାଯାଏ ।

ବଦଳିଲେ ଦୁଇ ରାଷ୍ଟ୍ରୀୟ ଦଳର ପ୍ରଭାରୀ

ରାଜ୍ୟରେ ବିଜେପି ଓ କଂଗ୍ରେସର ନୂଆ ପ୍ରଭାରୀ ନିଯୁକ୍ତି ହୋଇଛନ୍ତି । କଂଗ୍ରେସର ଏ ଚେଲ୍ଲାକୁମାର ଓ ବିଜେପିର ଡି ପୁରନ୍ଦେଶ୍ବରୀଙ୍କୁ ଦଳର ପ୍ରଭାରୀ ଭାବେ ଦାୟିତ୍ବ ମିଳିଛି । ପୁରୁଣା ପ୍ରଭାରୀଙ୍କୁ ବଦଳାଇ ଦୁଇ ଦଳ ଏଠାରେ ନିଜର ସଙ୍ଗଠନ ମଜବୁତ କରିବାକୁ ଚାହୁଁଛନ୍ତି ।

କୋଇଲା ଖଣି ଆବଣ୍ଟନ ମାମଲାରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ବହୁ ଚର୍ଚ୍ଚିତ ଝାଡଖଣ୍ଡ କୋଇଲା ଖଣି ଆବଣ୍ଟନ ମାମଲାରେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଏପରିକି ତାଙ୍କୁ କୋର୍ଟ 3 ବର୍ଷର ଜେଲଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି । ପରେ ସେ ବେଲରେ ରହିଛନ୍ତି । ତେବେ ସେ ଏବେ କୌଣସି ଦଳରେ ନାହାଁନ୍ତି ।

ସମ୍ବିତଙ୍କ ପାଇଁ ଲେଖାଶ୍ରୀ ଅଡୁଆ

ପୁରୀର ବିଜେପି ସାଂସଦ ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପାଇଁ ଲେଖାଶ୍ରୀ ଅଡୁଆ ସାବ୍ୟସ୍ତ ହୋଇଛନ୍ତି । ପୁରୀ ଓଡିଶାର ବୋଲି ସମ୍ବିତଙ୍କ ପାଇଁ ସମସ୍ତେ ଜାଣିଲେ ବୋଲି କହି ସେ ସମ୍ବିତଙ୍କୁ ବିବାଦକୁ ଟାଣି ଆଣିଥିଲେ । ଯାହାକୁ ନେଇ ସମ୍ବିତ ପରୋକ୍ଷରେ ନିଜର ମତ ରଖିବା ସହ ପୁରୀ ପାଇଁ ସମସ୍ତେ ସମ୍ବିତଙ୍କୁ ଜାଣିଲେ ବୋଲି ଭିଡିଓ ଜାରି କରି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.