ETV Bharat / city

ନିଶା ନେବାରେ ଓଡ଼ିଶା ଦଶମ - ନିଶା ନେବାରେ ଓଡ଼ିଶା ଦଶମ

ସର୍ବାଧିକ ନିଶା ଗ୍ରହଣ କରୁଥିବା ରାଜ୍ୟ କ୍ରମରେ ସାରା ଭାରତ ବର୍ଷରେ ଦଶମ ସ୍ଥାନରେ ଓଡ଼ିଶା । ଅଧିକ ନିଶା ନେଉଛନ୍ତି ଯୁବପିଢି । ଅଧିକ ପଢ଼ନ୍ତୁ...

odisha stands at 10th in drugs consumption, consuming drugs, youth consuming drugs,  ନିଶା ନେବାରେ ଓଡ଼ିଶା ଦଶମ, ନିଶା ଆଁରେ ଯୁବପିଢ଼ି,  International Day against Drug Abuse
ନିଶା ନେବାରେ ଓଡ଼ିଶା ଦଶମ
author img

By

Published : Jun 26, 2021, 11:03 PM IST

ଭୁବନେଶ୍ବର: ଓଡ଼ିଶାରେ ୪୦ ରୁ ୪୫ ପ୍ରତିଶତ ଲୋକ ନିଶା ସେବନ କରୁଛନ୍ତି। ପାଖାପାଖି ୩ ଲକ୍ଷ ଲୋକ ନିଶାଶକ୍ତ ହୋଇ ରହିଛନ୍ତି। ସେଥିରୁ ଅଧିକାଂଶ ଯୁବପିଢି ଏହାର ଚକ୍ରବ୍ୟୁହରେ ପଡିଛନ୍ତି।

ନିଶା ନେବାରେ ଓଡ଼ିଶା ଦଶମ

ଅତି କମ ବୟସରୁ ଅନେକ ଲୋକ ନିଶାରେ କବଳିତ ହୋଇଛନ୍ତି। ସର୍ବାଧିକ ନିଶା ଗ୍ରହଣ କରୁଥିବା ରାଜ୍ୟ କ୍ରମରେ ସାରା ଭାରତ ବର୍ଷରେ ପଞ୍ଜାବ ପ୍ରଥମ ସ୍ଥାନ ରହିଥିବା ବେଳେ ସାରା ଭାରତ ବର୍ଷରେ ଓଡ଼ିଶାର ସ୍ଥାନ ଏବେ ଦଶମ । ଯାହା ରାଜ୍ୟ ପାଇଁ ଚିନ୍ତାଜନକ ହୋଇଛି।

ରାଜ୍ୟ ଏସଟିଏଫ ଗତ ତିନି ବର୍ଷରେ ଡ୍ରଗ୍ସ କାରବାରେ ରେକର୍ଡ଼ ପାର ନିଶା ଜବତ କରିଛି। କ୍ରାଇମବ୍ରାଞ୍ଚ ଏସଟିଏଫର ତଥ୍ୟ ଅନୁସାରେ ୨୦୧୯ ରେ ୨ କେଜି ୬୪୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ୨୦୨୦ରେ ୩୫ କେଜି ୬୧୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୨୦୨୧ରେ ଏବେ ସୁଦ୍ଧା ଜବତ ହେଲାଣି ୩୪ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ସହ ୬୬ କୁଇଣ୍ଟାଲ ଗଞ୍ଜେଇ ।

ସେପଟେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଅନେକ ନିଶା କାରବାରର ଫର୍ଦ୍ଦାଫାସ କରିଛି। ରାଜ୍ୟରେ ଚାଲାଣ ହେଉଥିବା ହାଇଫାଇ ନିଶା କାରବାରର ଫର୍ଦ୍ଦାଫାସ କରି ନିଶା ବେପାରୀଙ୍କ ଟେକନିକ ଓ ଚାଲାଣର ବାଟ ଜବତ କରିଛି। ତେବେ ନିଶା ନିବାରଣ ନେଇ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ମାନସ୍ତତ୍ବବିତ୍‌ ଏବଂ ପୁର୍ବତନ ପୋଲିସ ଅଧିକାରୀ ସଚେତନ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.