ETV Bharat / city

Odisha Corona: ଦିନକରେ ୩୮ ନୂଆ ସଂକ୍ରମିତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮ କୋରୋନା ପଜିଟିଭ ଚିହ୍ନଟ । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ । ଅଧିକ ପଢନ୍ତୁ

author img

By

Published : Jun 18, 2022, 9:38 AM IST

Odisha Corona: ଦିନକରେ ୩୮ ନୂଆ ସଂକ୍ରମିତ
Odisha Corona: ଦିନକରେ ୩୮ ନୂଆ ସଂକ୍ରମିତ

ଭୁବନେଶ୍ବର: ପୁଣି କଡ ଲେଉଟାଇଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୩ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ କେହି କିଶୋର ଆକ୍ରାନ୍ତ ହୋଇନାହାନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ୨, ଖୋର୍ଦ୍ଧାରୁ ୨୭, ପୁରୀରୁ ୩ ଜଣ ଏବଂ ଷ୍ଟେଟପୋଲରୁ ୬ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୮୦୦ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୨୦୨ ସକ୍ରିୟ ମାମଲା ରହିଛି । ନୂଆ ୨୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୭୯ ହଜାର ୪୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.