ETV Bharat / city

Odisha Corona: ଦିନକରେ 12 ନୂଆ ସଂକ୍ରମିତ

author img

By

Published : Jun 13, 2022, 9:47 AM IST

ରାଜ୍ୟରେ ଗତ 24 ଘଣ୍ଟାରେ 12 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ଦିନକରେ 12 ନୂଆ ସଂକ୍ରମିତ
ଦିନକରେ 12 ନୂଆ ସଂକ୍ରମିତ

ଭୁବନେଶ୍ବର: ପୁଣି କଡ ଲେଉଟାଇଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ରବିବାର ଚିହ୍ନଟ 19 ସଂକ୍ରମିତ ଅପେକ୍ଷା ଆଜି (ସୋମବାର) ମାମଲା କମ ଅଛି । ଗତ 24 ଘଣ୍ଟାରେ ରାଜ୍ୟରେ 12 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 7 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 5 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ କେହି କିଶୋର ଆକ୍ରାନ୍ତ ହୋଇନାହାନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ 1, ଖୋର୍ଦ୍ଧାରୁ 9, ଷ୍ଟେଟପୋଲରୁ 2 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 651ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 148 ସକ୍ରିୟ ମାମଲା ରହିଛି । ନୂଆ 17 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 324 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ 8 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.