ଭୁବନେଶ୍ବର: ରାଜ୍ୟରେ ଡାହାଣୀ ଓ ଗୁଣିଗାରେଡି(black magic violence) ଆରୋପ ଜନିତ ହିଂସା ଓ ହତ୍ୟାକୁ ରୋକିବା ପାଇଁ ଭାମତିର ସ୍ବର କାର୍ଯ୍ୟ କରିଥାଏ। ଅନେକ ସମୟରେ ଏନେଇ ସଚେତନତା କରାଇବା ସହ ଅପରାଧ ବିରୋଧରେ ସ୍ବରକୁ ଶାଣିତ କରିଥାଏ । ସାଧାରଣତଃ ମହିଳା ଓ ଶିଶୁ ଏହାର ଅଧିକା ଶିକାର ହୋଇଥାନ୍ତି। ତେଣୁ ଏହାକୁ ରୋକିବା ସହ ଏ ଦିଗରେ ଲୋକଙ୍କୁ ସଚେତନତା କରିବାକୁ ଭାମତିର ସ୍ବର ନାମକ ଏକ ବ୍ଲଗ ତିଆରି ହୋଇଯାଇଛି। ଏହାର ମୁଖ୍ୟ ଆଭିମୁଖ୍ୟ ହେଉଛି ସମାଜରେ ଯେଉଁ ଡାହାଣୀ ଓ ଗୁଣିଗାରେଡି ଆରୋପଜନିତ ହିଂସା ଦେଖାଯାଉଛି, ସେଗୁଡିକ ଲୋକଲୋଚନକୁ ଆଣିବା । କାରଣ ଏସବୁ ଆଇନଗତ ଦଣ୍ଡନୀୟ ଅପରାଧ ଅଟେ ।
ଦୁଇ ହଜାର ବର୍ଷ ପୂର୍ବରୁ ଡାହାଣୀ ଜନିତ ଯେଉଁ ସବୁ ଘଟଣା ଘଟିଛି ସେଗୁଡିକ ଏଥିରେ ବର୍ଣ୍ଣିତ ହୋଇଛି। ଲୋକମାନେ ଏହି ବ୍ଲଗ ମାଧ୍ୟମରେ ନିଜ ମତାମତ ଦେଇପାରିବେ ଓ ଏହି ବିଷୟରେ ପଢିପାରିବେ। ଏହି ସବୁ ଘଟଣା ଲୋକଲୋଚନକୁ ଆସିବା ଆବଶ୍ୟକ ରହିଥିବା ବେଳେ ସିଧାସଳଖ http://medium.com.ra.swara@bhamati.ra.swara ରେ ଆପଣ ନିଜ ଅଞ୍ଚଳର ଓ ନିଜର ଅନ୍ଧବିଶ୍ବାସକୁ ସ୍ଥାନିତ କରିପାରିବେ। ଏହା ଦ୍ବାରା ସମାଜରୁ ଅନ୍ଧବିଶ୍ବାସ ଦୂରୀଭୁତ ହୋଇପାରିବ । ତେବେ ଏହି ଅନ୍ଧବିଶ୍ବାସର ପରିସଂଖ୍ୟାନକୁ ଦେଖିଲେ ରାଜ୍ୟରେ ଦିନକୁ ଦିନ ଏହା ବୃଦ୍ଧି ପାଇଛି ।
କ୍ରାଇମବ୍ରାଞ୍ଚର ୨୦୧୬ ନଭେମ୍ବରରୁ ୨୦୨୦ ପରିସଂଖ୍ୟାନରୁ ଜଣାପଡିଛି ରାଜ୍ୟରେ ୪୪୬ ଘଟଣା ପଞ୍ଜୀକୃତ ହୋଇଛି । ଯେଉଁଥିରେ ଚେଙ୍କଜନିତ ଘଟଣାରେ ନବରଙ୍ଗପୁର ଆଗରେ ରହିଥିବାବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଡାହାଣୀ ଆରୋପଜନିତ ଘଟଣାରେ ଆଗରେ ରହିଛି । ଭୁବନେଶ୍ବର, କଟକ, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧାରେ ଯଦିଓ ଏହି ସଂଖ୍ୟା ଶୂନ ରହିଛି କିନ୍ତୁ ସମ୍ବାଦପତ୍ରରେ ଏହାର ଅନେକ ଶିରୋନାମା ଖବର ଦେଖିବାକୁ ମିଳିଛି । ଅନ୍ୟ ଜିଲ୍ଲାରେ ଏହି ସଂଖ୍ୟା ୨ ରୁ ୩ ଭିତରେ ରହିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ