ETV Bharat / city

ଥଣ୍ଡା ଜ୍ୱର ହେଲେ ପିଲାଙ୍କୁ ସ୍କୁଲ ଛାଡନ୍ତୁନି: ସ୍ବାସ୍ଥ୍ୟ ବିଭାଗ

author img

By

Published : Dec 11, 2021, 9:13 AM IST

ଶିକ୍ଷା ଅନୁଷ୍ଠାନ ଗୁଡିକରେ ସଂକ୍ରମଣ ବଢ଼ିବାରେ ଲାଗୁଛି । ଏହାକୁ ନେଇ ଏବେ ଚିନ୍ତାରେ ଅଭିଭାବକ । ତେବେ ଯଦି ପିଲାଙ୍କୁ ଥଣ୍ଡା ଜ୍ୱର ଦେଖାଯାଉଛି ତେବେ ସେମାନଙ୍କୁ ସ୍କୁଲ ଓ କଲେଜକୁ ନଛାଡିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିବେଦନ । ଅଧିକ ପଢନ୍ତୁ

ଶିକ୍ଷାନୁଷ୍ଠାନରେ ବଢୁଛି ସଂକ୍ରମଣ: ଥଣ୍ଡା ଜ୍ୱର ହେଲେ ପିଲାଙ୍କୁ ସ୍କୁଲ ନଛାଡିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିବେଦନ

ଭୁବନେଶ୍ବର: ଶିକ୍ଷାଅନୁଷ୍ଠାନ ଗୁଡିକରେ ସଂକ୍ରମଣ ବଢ଼ିବାରେ ଲାଗୁଛି। ଏହାକୁ ନେଇ ଏବେ ଚିନ୍ତାରେ ଅଭିଭାବକ। ତେବେ ଯଦି ପିଲାଙ୍କୁ ଥଣ୍ଡା ଜ୍ୱର ଦେଖାଯାଉଛି ତେବେ ସେମାନଙ୍କୁ ସ୍କୁଲ ଓ କଲେଜକୁ ନଛାଡିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିବେଦନ। ସ୍କୁଲ ଅପେକ୍ଷା ହଷ୍ଟେଲରେ ପଜିଟିଭ ରିପୋର୍ଟ ଅଧିକ ରହିଛି । କିଛି ଶିକ୍ଷକ ଏବଂ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗ ପାଖରେ ରହିବା ସହ ସଚେତନ କାର୍ଯ୍ୟକ୍ରମ ଚାଲିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ ଶିକ୍ଷକ ଓ କର୍ମଚାରୀ ଟିକା ନେଇଛନ୍ତି। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଜଲଦି ଟିକା ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମଧ୍ୟ 18 ବର୍ଷରୁ ଅଧିକ ବର୍ଷର ପିଲାମାନେ ଖୁବ୍‌ଶୀଘ୍ର ଟିକା ନେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯାହାର ଲକ୍ଷଣ ବାହାରୁଛି ସେମାନଙ୍କୁ ସ୍କୁଲକୁ ନଛାଡିବାକୁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯାହାର ଲକ୍ଷଣ ବାହାରୁଛି ତାଙ୍କୁ ସ୍କୁଲକୁ ଛାଡ଼ନ୍ତୁ ନାହିଁ । ହଷ୍ଟେଲରେ ଯେଉଁ ମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ ସଂଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଏପଟେ ରାଜ୍ୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍କୁଲରେ କୋରୋନା ପଜିଟିଭ ଚିହ୍ନଟ ହେଲେ ଜିଲ୍ଲାପାଳ ମାନେ ଦାୟିତ୍ୱ ନେବେ । ତାସହିତ ସମସ୍ତ ଗାଇଡ଼ଲାଇନକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମସ୍ତଙ୍କୁ କୋଭିଡ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.