ETV Bharat / city

ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଗୁଜବ ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗର ପରାମର୍ଶ

ରାଜ୍ୟରେ ବାତ୍ୟା ଆଶଙ୍କା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି ହୋଇନାହିଁ । ବାତ୍ୟା ଗୁଜବ ଠାରୁ ଦୂରେଇ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗର ପରାମର୍ଶ । ଅଧିକ ପଢ଼ନ୍ତୁ

author img

By

Published : Oct 12, 2022, 1:08 PM IST

odisha meteorological centre aware for rumors about cyclone
ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଗୁଜବଠାରୁ ଦୂରେଇ ରୁହନ୍ତୁ

ଭୁବନେଶ୍ବର: ରାଜ୍ୟରେ ନାହିଁ ବାତ୍ୟାର ଆଶଙ୍କା । ଏଭଳି ଗୁଜବରୁ ଦୂରେଇ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ସମ୍ବନ୍ଧରେ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନଥିବା ନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି ।

  • ✔️ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରିହୋଇନାହିଁ,

    ✔️ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ

    ✔️ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ
    ତେଣୁ ଆପଣମାନେ "#ଗୁଜବ" ଠାରୁ ଦୁରେଇରୁହନ୍ତୁ pic.twitter.com/WTxjUkNiYW

    — Meteorological Centre, Bhubaneswar (@mcbbsr) October 12, 2022 " class="align-text-top noRightClick twitterSection" data=" ">

ପାଣିପାଗ ବିଭାଗ କହିଛି," ବାତ୍ୟା ସମ୍ବନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ 7 ଦିନ ପୂର୍ବରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ବାତ୍ୟା ନେଇ ଭାରତ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି ହୋଇନାହିଁ । ତେଣୁ ଗୁଜବ ଠାରୁ ଦୂରେଇ ରୁହନ୍ତୁ ।" ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଖଣ୍ଡନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସୂଚନା ଥାଉକି, ଅକ୍ଟୋବର ତୃତୀୟ ସପ୍ତାହରେ ବାତ୍ୟା 'ସିତରଙ୍ଗ' ଆସୁଥିବା ନେଇ ଆଶଙ୍କା କରିଛି ଆମେରିକାନ GFS । ଆମେରିକାନ GFS(Global Forecast System ) ମଡେଲ ବାତ୍ୟା ନେଇ ସୂଚନା ଦେବା ପରେ ୟୁରୋପିଆନ୍ ମଡେଲ ମଧ୍ୟ ଘୂର୍ଣ୍ଣିବଳୟ ନେଇ ଆକଳନ କରିଥିଲା (yellow warning to several district) ।

ଏହା ମଧ୍ୟ ପଢ଼ନ୍ତୁ: Cyclone Preparedness Meeting: ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଲଗାତାର ଭାବେ କିଛି ବର୍ଷ ହେବ ଅକ୍ଟୋବର ମାସରେ ରାଜ୍ୟକୁ ବାତ୍ୟା ଆସୁଥିବାରୁ ଏଥିନିମନ୍ତେ ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ଋତୁକୁ ଦୃଷ୍ଟିରେ ରଖି ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ଏସଓପି (Standard Operating Procedure) ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.