ETV Bharat / city

ସାମୁଦ୍ରିକ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ଵାର ହେବ ଓଡିଶା । ଏହାଦ୍ୱାରା ରାଜ୍ୟରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁବିଧା । ମେରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ଓଡିଶାରେ ପୁଞ୍ଜିନିବେଶର ସୁଯୋଗ ଶୀର୍ଷକ ଆଲୋଚନାରେ ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

author img

By

Published : Mar 3, 2021, 6:51 PM IST

ସାମୁଦ୍ରିକ ଅର୍ଥନୀତିର ପ୍ରବେଶ ଦ୍ଵାର ହେବ ଓଡ଼ିଶା; ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା । ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ଵାର ହେବ ଓଡିଶା । ଏହାଦ୍ୱାରା ରାଜ୍ୟରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁବିଧା । ମେରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ଓଡିଶାରେ ପୁଞ୍ଜିନିବେଶର ସୁଯୋଗ ଶୀର୍ଷକ ଆଲୋଚନାରେ ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ହଜାର ହଜାର ବର୍ଷ ପୂର୍ବେ ଓଡ଼ିଶାର ସାଧବ ପୁଅମାନେ ସମୁଦ୍ର ପଥରେ ବିଶ୍ୱର ବିଭିନ୍ନ ଅଞ୍ଚଳକୁ ଯାଇ ବାଣିଜ୍ୟ ବ୍ୟବସାୟ କରିବା ସହ ରାଜ୍ୟର ଗୌରବ ବଢାଉଥିଲେ । ସେହି ସମୟରେ କଳିଙ୍ଗ ଏବଂ ଉତ୍କଳ ଭଳି ସଭ୍ୟତା ଉଦାହରଣ ସୃଷ୍ଟି କରିଥିଲା । ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତର ଆହ୍ୱାନ ଦେଇଛନ୍ତି ।

ଆତ୍ମନିର୍ଭର ଭାରତ କେବଳ ଏକ ଚିନ୍ତାଧାରା ନୁହେଁ ବରଂ ଓଡ଼ିଶା ତଥା ଭାରତକୁ ପ୍ରଗତି ପଥରେ ନେବା ପାଇଁ ସୁଚିନ୍ତିତ ଯୋଜନା । ଏକବିଂଶ ଶତାବ୍ଦୀରେ ସମୁଦ୍ର ପଥ ବିଶାଳ ନେଟୱାର୍କ ହୋଇଛି । ଓଡ଼ିଶାରେ ବନ୍ଦରଭିତ୍ତିକ ଅର୍ଥନୀତି କରିବା ଦିଗରେ ପାରାଦୀପ, ଧାମରା, ଗୋପାଳପୁର, ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦରକୁ ବିକଶିତ କରାଯାଉଛି । ଏହି ହିସାବରେ ଓଡିଶାରେ ଶିଳ୍ପଭିତ୍ତିକ ବନ୍ଦର ଅର୍ଥନୀତି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ଥିବା ୫ଟି ବନ୍ଦରରୁ ୨୫ ପର୍ଯ୍ୟନ୍ତ ବନ୍ଦର ବଢ଼ାଯିବା ପାଇଁ ପ୍ରଚେଷ୍ଟା କରାଯାଉଛି ।

କେନ୍ଦ୍ର ସରକାର ଚଳିତ ବଜେଟରେ ମେରିଟାଇମ୍ ଇକୋନୋମିକୁ ଗୁରୁତ୍ୱାରୋପ କରିବା ସହ ପାରାଦୀପରେ ମାଛବନ୍ଦର ପ୍ରତିଷ୍ଠା ହେବା ନେଇ ବଜେଟରେ ଘୋଷଣା କରିଛନ୍ତି । କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ରେଳ, ସଡ଼କପଥ, ଜଳପଥ, ବିମାନପଥକୁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ମହାନଦୀରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ରାଜ୍ୟରେ ପେଟ୍ରୋଲିୟମ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ଗ୍ୟାସ ଗ୍ରିଡରେ ଅଧିକ ପୁଞ୍ଜି ନିବେଶ ପାଇଁ ଯୋଜନା କରାଯାଉଛି । ଏହା ଦ୍ଵାରା ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସହ ରୋଜଗାର ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଆତ୍ମନିର୍ଭର ଭାରତର ଅଭିଯାନ ଏବଂ ଦେଶକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଓଡ଼ିଶା ମଧ୍ୟ ନିଜକୁ ପ୍ରସ୍ତୁତ କରିବା ସହ ବିଭିନ୍ନ ରୋଡ ମ୍ୟାପ ତିଆରି କରିବା ଦରକାର ବୋଲି ମତବ୍ୟକ୍ତ କରିଛନ୍ତି ।

ଓଡିଶାର ସୁଦୀର୍ଘ ବେଳାଭୂମି ମଧ୍ୟ କେବଳ ଓଡିଶା ନୁହଁ ବରଂ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବାରେ ପେଣ୍ଠସ୍ଥଳି ହେବ । ଅଧିକ ନିଯୁକ୍ତି ସୁଯୋଗ ଏବଂ ବ୍ୟବସାୟିକ ପ୍ରକ୍ରିୟା ଅର୍ଥନୀତିକୁ ସଶକ୍ତ କରିବ । ଏତବ୍ୟତିତ ରାଜ୍ୟରେ ପାଇପଲାଇନ ଭିତ୍ତିଭୂମିକୁ କାର୍ଯ୍ୟକାରୀ କରାଯିବା ସହ ଏଲଏନଜି ଧାମରା କାର୍ଯ୍ୟକାରୀ ହେବ । ଓଡିଶାର ସୁଦୀର୍ଘ ବେଳାଭୂମି ମଧ୍ୟ ରାଜ୍ୟର ବିକାଶରେ ଗେମ ଚେଞ୍ଜର ହେବ ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.