ETV Bharat / city

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ 25% ଟିକା ଅନୁଦାନ ହରାଇବ ରାଜ୍ୟ, ହର୍ଷବର୍ଦ୍ଧନଙ୍କୁ ନବ ଦାସଙ୍କ ଚିଠି - ହର୍ଷବର୍ଦ୍ଧନଙ୍କୁ ନବ ଦାସଙ୍କ ଚିଠି

କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ 25 % ଟିକା କିଣିପାରିବେ । ଫଳରେ ରାଜ୍ୟ 25% ଟିକା ଅନୁଦାନ ହରାଇବ । ତେଣୁ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଅଧିକ ପଢନ୍ତୁ...

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ 25% ଟିକା ଅନୁଦାନ ହରାଇବ ରାଜ୍ୟ, ହର୍ଷବର୍ଦ୍ଧନଙ୍କୁ ନବ ଦାସଙ୍କ ଚିଠି

author img

By

Published : Jun 26, 2021, 3:33 PM IST

ଭୁବନେଶ୍ବର: କେଭିଡ ଟୀକାକରଣ ନେଇ ଗାଇଡ ଲାଇନ୍ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ନୂଆ ଗାଇଡଲାଇନ ଅନୁସାରେ ଘରୋଇ ହସ୍ପିଟାଲଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ 25 % ଟିକା କିଣିପାରିବେ । ଫଳରେ ରାଜ୍ୟ 25% ଟିକା ଅନୁଦାନ ହରେଇବ । ତେଣୁ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାର 7ଟି ହସ୍ପିଟାଲ କମ୍ପାନୀ ଠାରୁ ଟିକା ପାଇଛନ୍ତି । ଓଡ଼ିଶାରେ ଲୋକସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ ଅଟେ । ଏହା ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତ୍ର 5 % ଅଟେ । ନୂଆ ଗାଇଡଲାଇନକୁ ବିଚାର କଲେ ରାଜ୍ୟ ତାର 25 % ଟିକା ଅନୁଦାନ ହରାଇବ । ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବକୁ ଅବଗତ କରି ସାରିଛନ୍ତି । ଏହି 75:25 ଅନୁପାତକୁ ପରିବର୍ତ୍ତନ କରି 95:5 ପ୍ରତିଶତକୁ ପରିବର୍ତ୍ତନ କରାଯାଉ ବୋଲି ଦାବି କରି ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଯାହା ଫଳରେ ରାଜ୍ୟର ଆନୁପାତିକ ହାରରେ ଘରୋଇ ହସ୍ପିଟାଲଗୁଡ଼ିକ ଆବଶ୍ୟକୀୟ ଟିକା କିଣିପାରିବେ ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ 2021 ଜୁନ୍ 21 ତାରିଖରୁ ଦୈନିକ 3 ଲକ୍ଷ ହିତାଧିକାରୀଙ୍କୁ ଟିକା ଦେଇ ଆସୁଛନ୍ତି । ଏହା ଫଳରେ ରାଜ୍ୟରେ 100 ପ୍ରତିଶତ ଟିକାଦାନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରେଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.