ETV Bharat / city

ରାଜସ୍ବ ସଂଗ୍ରହରେ ରେକର୍ଡ ହ୍ରାସ, 12 ହଜାର କୋଟି ଧାର ଆଣିବେ ରାଜ୍ୟ ସରକାର - CAMPA

ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ(OMBADC) ଓ କାମ୍ପା ପାଣ୍ଠିରୁ 12 ହଜାର କୋଟି କରଜ ଆକାରରେ ଆଣିବେ ରାଜ୍ୟ ସରକାର ।

odisha-government-loan-12-thousand-corer-from-campa-and-ombadc-funds
ରାଜସ୍ବ ସଂଗ୍ରହରେ ରେକର୍ଡ ହ୍ରାସ, 12 ହଜାର କୋଟି ଧାର ଆଣିବେ ରାଜ୍ୟ ସରକାର
author img

By

Published : Apr 22, 2020, 1:15 PM IST

ଭୁବନେଶ୍ବର: ରାଜ୍ୟ ସରକାର 12 ହଜାର କୋଟି ଟଙ୍କା ଋଣ କରିବେ । ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ(OMBADC) ଓ କାମ୍ପା ପାଣ୍ଠିରୁ ଏହି ଅର୍ଥ କରଜ ଆକାରରେ ଆଣିବେ ରାଜ୍ୟ ସରକାର । ରିଜର୍ଭ ବ୍ୟାଙ୍କରେ ଜମା ଥିବା ଏହି ଅର୍ଥ ରାଶି ବ୍ୟବହାର ନ ହୋଇ ପଡିରହିଛି । ଏନେଇ ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଏନେଇ ରିଜର୍ଭ ବ୍ୟାଙ୍କର ଅନୁମତି ଲୋଡ଼ିବା ସହିତ ଅଡିଟର ଜେନେରାଲ ଓ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ତଥା ନିଗମର ଖର୍ଚ୍ଚ ସଂକ୍ରାନ୍ତିୟ କମିଟିର ଅନୁଧ୍ୟାନ କରୁଥବା ଅନଙ୍ଗ ପଟ୍ଟନାୟକଙ୍କ ଅନୁମତି ଲୋଡାଯାଇଛି । ସେପଟେ ପରିବେଶ ଆଇନ ଉଲଂଘନ କରିଥିବା ଖଣି ମାଳିକଙ୍କଠାରୁ ଆଦାୟ ହୋଇଥିବା ପାଣ୍ଠିକୁ ନିଗମ ଗଠନ କରାଯାଇ ସଂଗ୍ରହ କରାଯାଇଛି । ଯାହାକି ଖଣି ଖନନ ଦ୍ବାରା ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେବା କଥା । ହେଲେ ତାହା ହୋଇ ପାରୁନାହିଁ ।

ଜମା ଅର୍ଥରାଶିର 60 ପ୍ରତିଶତ ଅର୍ଥ ଧାର ଆକାରରେ ଆଣିବାକୁ ବିଭାଗ ଯୋଜନା କରିଛି । ଖୋଲା ବଜାରରୁ ଋଣ ଆଣିବା ଅପେକ୍ଷା ଏହା ଶସ୍ତା ହେବ। ସୁଧ ହାର କମ ରହିବ । ଏପ୍ରିଲରେ ଶେଷ ହୋଇଥିବା ତ୍ରୈମାସରେ ରାଜସ୍ବ ସଂଗ୍ରହ କମିଛି । ଉଭୟ ଟିକସ ଓ ଅଣଟିକସ ସଂଗ୍ରହ କମିଛି । ଗତବର୍ଷ ତୁଳନାରେ 70 ପ୍ରତିଶତ କମିଛି । ପୂର୍ବରୁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ କେନ୍ଦ୍ର ଅନୁମତି ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.