ETV Bharat / city

ଓଡିଶା ଏଫସିର ହ୍ୟାଟ୍ରିକ ବିଜୟ:ପ୍ରଶଂସକ ବେଶ ଖୁସି - ଘରୋଇ ଦଳ ଲଗାତାର ବିଜୟ

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଆଇଏସଏଲର ଏକ ମ୍ୟାଚରେ ଘରୋଇ ଓଡିଶା ଏଫସି ଦଳ ମୁମ୍ବାଇ ସିଟି ଏଫସିକୁ 2-0 ଗୋଲରେ ପରାସ୍ତ କରିଛି ।

odisha fc
ଓଡିଶା ଏଫସିର ହ୍ୟାଟ୍ରିକ ବିଜୟ
author img

By

Published : Jan 12, 2020, 7:18 AM IST

ଭୁବନେଶ୍ବର: ଘରୋଇ ଗ୍ରାଉଣ୍ଡରେ ଓଡିଶା ଏଫସିର ହ୍ୟାଟ୍ରିକ ବିଜୟ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଆଇଏସଏଲର ଏକ ମ୍ୟାଚରେ ଘରୋଇ ଓଡିଶା ଏଫସି ଦଳ ମୁମ୍ବାଇ ସିଟି ଏଫସିକୁ 2-0 ଗୋଲରେ ପରାସ୍ତ କରିଛି । ଏହା ସହ ଘରୋଇ ଦଳ ଲଗାତାର 3 ଟି ମ୍ୟାଚ ଜିତି ହ୍ୟାଟ୍ରିକ ବିଜୟ ହାସଲ କରିଛି । ଯେଉଁଥିରେ ଓଡିଶା ଏଫସିର ପ୍ରଶଂସକମାନେ ବେଶ ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି ।

ଓଡିଶା ଏଫସିର ହ୍ୟାଟ୍ରିକ ବିଜୟ

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଖେଳର ପ୍ରଥମାର୍ଦ୍ଧ ବିନା ସ୍କୋରରେ ଶେଷ ହୋଇଥିଲା । କିନ୍ତୁ ଦ୍ବିତୀୟର୍ଦ୍ଧ ଖେଳ ଆରମ୍ଭର କିଛି ସମୟ ପରେ ଓଡିଶା ଏଫସି ପକ୍ଷରୁ ଆରିଦେନ 47 ମିନିଟରେ ପ୍ରଥମ ଗୋଲ ଦେଇଥିଲେ । ପରେ ଉଭୟ ପକ୍ଷର ଖେଳାଳିମାନେ ଗୋଲ ପୋଷ୍ଟରେ ବଲ ପହଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ।

କିନ୍ତୁ ସେଥିରେ କେହି ସମର୍ଥ ହୋଇ ନଥିବାବେଳେ ମ୍ୟାଚର 74 ମିନିଟରେ ଓଡିଶା ଏଫସି ପକ୍ଷରୁ ହେରନାଡେଜ 2ୟ ଗୋଲ ସ୍କୋର କରିଥିଲେ । ତେବେ ମୁମ୍ବାଇ ସିଟି ଏଫସି ପକ୍ଷରୁ ଶେଷ ପର୍ଯ୍ୟନ୍ତ ଗୋଲ ସ୍କୋର କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ କୌଣସି ଖେଳାଳି ସଫଳ ହୋଇ ନଥିଲେ ।

ଯାହା ଫଳରେ ଓଡିଶା ତାର ଘରୋଇ ମାଟିରେ ହ୍ୟାଟ୍ରିକ ବିଜୟ ଲାଭ କରିଛି । ତେବେ ଏହିପରି ପ୍ରଦର୍ଶନ ଜାରି ରଖିଲେ ଓଡିଶା ଦଳ ଆହୁରି ଆଗକୁ ଯିବ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଆଇ ଏସ ଏଲ ର ଏକ ମ୍ୟାଚ ରେ ଘରୋଇ ଓଡିଶା ଏଫ ସି ଦଳ ମୁମ୍ବାଇ ସିଟି ଏଫ ସି କୁ 2-0 ଗୋଳରେ ପରାସ୍ତ କରିଛି।ଏହା ସହିତ ଘରୋଇ ଦଳ ଲଗାତାର 3 ଟି ମ୍ୟାଚ ଜିତି ହ୍ୟାଟ୍ରିକ ବିଜୟ ହାସଲ କରିଛି।ଯେଉଁଥିରେ ଓଡିଶା ଏଫ ସି ର ପ୍ରସଂଶକ ମାନେ ବେଶ ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି।

Body:ଆଜିର ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ ଖେଳ ର ପ୍ରଥମାର୍ଦ୍ଧ ବିନା ସ୍କୋର ରେ ଶେଷ ହୋଇ ଥିଲା।କିନ୍ତୁ ଦ୍ବିତୀୟର୍ଦ୍ଧ ଖେଳ ଆରମ୍ଭ ର କିଛି ସମୟ ପରେ ଓଡିଶା ଏଫ ସି ପକ୍ଷରୁ ଆରିଦେନ 47 ମିନିଟ ରେ ପ୍ରଥମ ଗୋଲ ଦେଇଥିଲେ।ପରେ ଉଭୟ ପକ୍ଷର ଖେଳାଳିମାନେ ଗୋଲ ପୋଷ୍ଟ ରେ ବଲ ପହଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ।କିନ୍ତୁ କେହି ସେଥିରେ ସମର୍ଥ ହୋଇ ନଥିବା ବେଳେ ମ୍ୟାଚ ର 74 ମିନିଟ ରେ ଓଡିଶା ଏଫ ସି ପକ୍ଷରୁ ହେରନାଡେଜ 2ୟ ତଥା ବିଜୟ ସୂଚକ ଗୋଲ ସ୍କୋର କରିଥିଲେ।ତେବେ ମୁମ୍ବାଇ ସିଟି ଏଫ ସି ପକ୍ଷରୁ ଶେଷ ପର୍ଯ୍ୟନ୍ତ ଗୋଲ ସ୍କୋର କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ କୌଣସି ଖେଳାଳି ସଫଳ ହୋଇ ନଥିଲେ।ଯାହା ଫଳରେ ଓଡିଶା ତାର ଘରୋଇ ମାଟିରେ ହ୍ୟାଟ୍ରିକ ବିଜୟ ଲାଭ କରିଛି।ତେବେ ଏହି ପରି ପ୍ରଦର୍ଶନ ଜାରି ରଖିଲେ ଓଡିଶା ଦଳ ଆହୁରି ଆଗକୁ ଯିବ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରକାଶ କରିଛନ୍ତି।
ବାଇଟ-ଶ୍ରଦ୍ଧାଞ୍ଜଳି ସାମନ୍ତରାୟ-ଫୁଟବଲର
ବାଇଟ-ଓ ଏଫ ସି ସମର୍ଥକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.