ETV Bharat / city

ବିଜୁଳି ଦର ନ ବଢ଼ାଇବାକୁ OERCଙ୍କୁ ଶକ୍ତି ବିଭାଗର ଅନୁରୋଧ

author img

By

Published : Feb 20, 2022, 7:05 AM IST

ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ବିଜୁଳି ଦର ବୃଦ୍ଧି ନ ପାଉ । ଏନେଇ ଓଇଆରସି(OERC)ଙ୍କୁ ଅନୁରୋଧ କଲା ଓଡିଶା ଶକ୍ତି ବିଭାଗ । ଅଧିକ ପଢନ୍ତୁ

ବିଜୁଳି ଦର ନ ବଢ଼ାଇବାକୁ OERCଙ୍କୁ ଅନୁରୋଧ କଲା ଶକ୍ତି ବିଭାଗ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ବିଜୁଳି ଦର ବୃଦ୍ଧି ନ ପାଉ । ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରାଜ୍ୟରେ ଅସନ୍ତୋଷ ଲାଗି ରହିଥିବାବେଳେ ଦର ନ ବଢ଼ାଇବାକୁ ଓଇଆରସି(OERC)ଙ୍କୁ ଅନୁରୋଧ କରିଛି ରାଜ୍ୟ ଶକ୍ତି ବିଭାଗ । ଓଇଆରସି ପକ୍ଷରୁ ଗ୍ରୀଡକୋର ବାର୍ଷିକ ଏଆରଆର ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି । ଚଳିତ ଆର୍ଥିକ ବର୍ଷରେ ବିତରଣ କମ୍ପାନିମାନେ ରାଜସ୍ବ ବଳକା ଥିବାରୁ ତାହାକୁ ବିଚାରକୁ ନେଇ ନୂଆ ଆର୍ଥିକ ବର୍ଷରେ ବିଜୁଳି ଦର ନ ବଢାଇବାକୁ ବିଭାଗ ଅନୁରୋଧ କରିଛି ।

  • During the hearing of the ARR of @GridcoOdisha by OERC today, Energy Department requested the Commission not to increase retail tariff for 2022-23. It urged the Commission to take into account the surplus revenue of DISCOMs during the current year. @CMO_Odisha @SecyChief

    — Energy Odisha (@EnergyOdisha) February 19, 2022 " class="align-text-top noRightClick twitterSection" data=" ">

ବିଦ୍ୟୁତର ବୈଷୟିକ ଓ ବ୍ୟବସାୟିକ କ୍ଷତି ହ୍ରାସ କରି ତାହାର ସୁଫଳ ଗ୍ରାହକଙ୍କୁ ଦେବାକୁ ବିତରଣ କମ୍ପାନି ବା ଡିସକମମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ବିଭାଗ ଦାବି କରିଛି । ଏହାଛଡ଼ା ଅନ୍ତଃରାଜ୍ୟ ବିଦ୍ୟୁତ ପରିବହନ ଓ ହ୍ବିଲିଂ ଚାର୍ଜ ଉପରେ ଦିଆଯାଉଥିବା 80 ପ୍ରତିଶତ ରିହାତିକୁ ବନ୍ଦ କରିବାକୁ ଶକ୍ତି ବିଭାଗ ଆୟୋଗଙ୍କ ନିକଟରେ ଦାବି କରିଛି ।

ଅନ୍ୟପଟେ ଓଇଆରସି(OERC)ର ଜନଶୁଣାଣିରେ ବିଭିନ୍ନ ବିଦ୍ୟୁତ ଉତ୍ପାଦନ ଓ ଆବଣ୍ଟନ କମ୍ପାନିମାନଙ୍କର ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ ବିରୋଧ କରୁଛି । ହେଲେ 2022-23 ଆର୍ଥିକ ବର୍ଷରେ ବିଜୁଳି ଶୁଳ୍କ ବଢିବ କି ନାହିଁ ତାହା ଜନଶୁଣାଣି ପରେ ସ୍ପଷ୍ଟ ହେବ । ଶକ୍ତି ବିଭାଗରେ ସଂସ୍କାର ଆଣିବା ପାଇଁ 2020 ମସିହାରେ ରାଜ୍ୟ ସରକାର ଘରୋଇକରଣ କରି ଟାଟା ପାଓ୍ୱାରକୁ ଦାୟିତ୍ୱ ଦେଇଥିଲେ । ହେଲେ ଟାଟା ପାଓ୍ୱାର ନିଜ ମୂଳନୀତିରୁ ହଟି ସଂସ୍କାର ବଦଳରେ ଗ୍ରାହକଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆସନ୍ତା 21ରେ ଟାଟା ପାଓ୍ୱାରର ଓଇଆରସିରେ ଜନ ଶୁଣାଣି ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.