ETV Bharat / city

ଓଡିଶା ବନ୍ଦ; HCଙ୍କ ରାୟ ପାଳନ ପାଇଁ DGଙ୍କ ନିର୍ଦ୍ଦେଶ, ଟ୍ବିିନସିଟି ଜଗିବେ 35 ପ୍ଲାଟୁନ ପୋଲିସ ଫୋର୍ସ - ଦୈତ୍ୟ ନଗରୀ

ଶୁକ୍ରବାର କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । 35 ପ୍ଲାଟୁନ ପୋଲିସ ଫୋର୍ସ ଟ୍ବିନସିଟିରେ ନିୟୋଜିତ ହେବେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି । ଅଧିକ ପଢନ୍ତୁ...

କାଲି ଓଡିଶା ବନ୍ଦ; ଦୈତ୍ୟ ନଗରୀରେ ନିୟୋଜିତ ହେବେ 35 ପ୍ଲାଟୁନ ପୋଲିସ ଫୋର୍ସ

author img

By

Published : Nov 11, 2021, 9:36 PM IST

Updated : Nov 11, 2021, 9:49 PM IST

ଭୁବନେଶ୍ବର : କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ପରେ ଶୁଣାଣି କରିଥିଲେ ଉଚ୍ଚ ନ୍ୟାୟାଳୟ । କୌଣସି ରାଜନୈତିକ ଦଳ ଦନ୍ଦ ନାଁରେ ଚକ ଅଖ ଅଟକାଇ ପାରିବେନି ବୋଲି ଗୁରୁତ୍ବପୂର୍ଣ୍ଣ ରାୟ ଦେବା ସହିତ ହରତାଳ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆଇନ ଶୃଙ୍ଖଳା ପାଳନ ନେଇ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତେବେ ହାଇକୋର୍ଟଙ୍କ ରାୟ ଆସିବା ପରେ ଗୁରୁତ୍ବପୂର୍ଣ୍ଣ ବିଭାଗୀୟ ଆଲୋଚନା ଏବଂ ବୈଠକ କରିଛନ୍ତି ପୋଲିସ ଡିଜି । ଭିଡିଓ କନଫରେନ୍ସିଂରେ ହୋଇଥିବା ବୈଠକରେ ସମସ୍ତ ଜିଲ୍ଲାର SsP, Range DIGs, CP, DCsP, SsRP ଅଫିସର ସାମିଲ ଥିଲେ । ଏଥିରେ ହାଇକୋର୍ଟଙ୍କ ରାୟକୁ ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ଏଥିରେ ମଧ୍ୟ ADG ଆଇନ ଶୃଙ୍ଖଳା ଏବଂ ADG CID-CB ସାମିଲ ହୋଇଥିଲେ ।

  • DGP conducted a meeting by VC with Dist SsP, Range DIGs, CP, DCsP, SsRP and explained the High Court order in #OdishaBandh call given for tomorrow.
    All were instructed to follow the High Court order in letter n spirit.
    ADG LO and ADG CID-CB also participated.

    — Odisha Police (@odisha_police) November 11, 2021 " class="align-text-top noRightClick twitterSection" data=" ">

ଏହା ପରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଅନୁପାଳନ କରାଯିବା ନେଇ 35 ପ୍ଲାଟୁନ ପୋଲିସ ଫୋର୍ସ ଦୈତ୍ୟ ନଗରୀରେ ନିୟୋଜିତ ହେବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି (ଶୁକ୍ରବାର) ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ହେବ ବୋଲି ସାଂଗଠନିକ ଦଳ କହିଛି । ଜନସ୍ବାର୍ଥ ମାମଲା ବିଚାର କରି ଏହି ନିର୍ଦ୍ଦେଶ ଆସିଛି । କୌଣସି ସାଧାରଣ ଲୋକେ ପ୍ରଭାବିତ କିମ୍ବା ହଇରାଣ ନହୁଅନ୍ତି । ସେଥିପ୍ରତି ଧ୍ୟାନ ଦେବେ । ଯଦି ନ ମାନିଲେ କି ଏହାର ବ୍ୟତିକ୍ରମ ହେଲେ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି ।

କାଲି ଓଡିଶା ବନ୍ଦ; ଦୈତ୍ୟ ନଗରୀରେ ନିୟୋଜିତ ହେବେ 35 ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱରରେ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । 30ଜଣ ଇନ୍ସପେକ୍ଟର,45 ଜଣ ସବ ଇନ୍ସପେକ୍ଟର ଏବଂ ଏଏସଆଇ ,15ଜଣ ଡ଼ିଏସପି, 5ଜଣ ଏସିପି ଓ ଡିସିପି ରାଙ୍କ ଅଫିସର ନିୟୋଜିତ ହେବେ । ସାଧାରଣ ଲୋକଙ୍କୁ ହଇରାଣ କରାଗଲେ 112କୁ କଲ କରି ଜଣାଇବାକୁ ଅନୁରୋଧ ମଧ୍ୟ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 11, 2021, 9:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.