ETV Bharat / city

ରାଜ୍ୟରେ କମିଲା ମାତୃ ମୃତ୍ୟୁହାର

ରାଜ୍ୟରେ କମୁଛି ମାତୃ ମୃତ୍ୟୁହାର। ଏନେଇ ରେଜିଷ୍ଟ୍ରର ଜେନେରାଲ ଅଫ ଇଣ୍ଡିଆ ନୂଆଦିଲ୍ଲୀ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ରାଜ୍ୟରେ କମିଲା ମାତୃମୃତ୍ୟୁ ହାର
ରାଜ୍ୟରେ କମିଲା ମାତୃମୃତ୍ୟୁ ହାର
author img

By

Published : Mar 12, 2022, 1:43 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି ମାତୃ ମୃତ୍ୟୁହାର(Maternal mortality rates)। ଗତ ୨ ବର୍ଷ ଧରି କୋଭିଡ ସଂକ୍ରମଣ ସତ୍ତ୍ବେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି । ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ୫ଟି ରାଜ୍ୟ ଭଲ ପ୍ରଦର୍ଶନ କରିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ଏନେଇ ରେଜିଷ୍ଟ୍ରର ଜେନେରାଲ ଅଫ ଇଣ୍ଡିଆ ନୂଆଦିଲ୍ଲୀ ପକ୍ଷରୁ ରିପୋର୍ଟ ପ୍ରାକାଶ ପାଇଛି ।

ରାଜ୍ୟରେ କମିଲା ମାତୃମୃତ୍ୟୁ ହାର
ରାଜ୍ୟରେ କମିଲା ମାତୃମୃତ୍ୟୁ ହାର

ରିପୋର୍ଟ ଅନୁଯାୟୀ, 2016-18 ରେ ପ୍ରତି ଏକ ଲକ୍ଷ ଜନ୍ମରେ ୧୫୦ ଜଣ ପ୍ରସୂତିଙ୍କ ମୃତ୍ୟୁ ହେଉଥିଲା । ତେବେ 2017-19ରେ ଏହା ୧୩୬ କୁ ହ୍ରାସ ପାଇଥିଲା । ଦେଶରେ ଓଡିଶା ୧୯ଟି ବଡ ରାଜ୍ୟ ମଧ୍ୟରେ ୧୪ ନମ୍ବରରେ ରହିଛି। ଓଡିଶା ପଛକୁ ଆସାମ ୨୦୫, ଉତ୍ତର ପ୍ରଦେଶ ୧୬୭, ଛତିଶଗଡ଼ ୧୬୦, ମଧ୍ୟପ୍ରଦେଶ ୧୬୩, ରାଜସ୍ଥାନରେ ୧୪୧ ପଏଣ୍ଟ ରହିଛି।

ସୂଚନା ଅନୁଯାୟୀ, ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ ସୁଦ୍ଧା MMRକୁ 70 ପଏଣ୍ଟକୁ ଖସାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ମାତ୍ର ରାଜ୍ୟ ସରକାର ଏହା ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ପ୍ରଚେଷ୍ଟା କରୁଛନ୍ତି। ମାତୃ ମୃତ୍ୟୁହାରକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଯେଉଁ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହାକୁ ଆହୁରି ତ୍ବରାନ୍ବିତ କରିବା ଲାଗି ଉଦ୍ୟମ କରାଯାଉଛି ।

ରାଜ୍ୟରେ ମାତୃ ମୃତ୍ୟୁହାର ରୋକିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସଂପୂର୍ଣ୍ଣା ଯୋଜନା ଅନୁଯାୟୀ ଅପହଞ୍ଚ ଅଞ୍ଚଳରେ ଗର୍ଭବତୀ ମହିଳାମାନଙ୍କୁ ସେବା ଯୋଗାଇ ଦିଆଯାଉଛି। ଗର୍ଭ ଧାରଣ ସମୟରେ ଅନ୍ତତଃ ୪ ଥର ଚେକଅପ, ସ୍ବତନ୍ତ୍ରଭାବରେ ପରିବହନ ବ୍ୟବସ୍ଥା, ମା’ ଗୃହ, ପ୍ରସବ ଗୃହର ଗୁଣାବତ୍ତାକୁ ବୃଦ୍ଧି ଏବଂ ମା’କୁ ବେବି କିଟ ଇତ୍ୟାଦି ପ୍ରଦାନ କରାଯାଉଛି। ଏହା ଶହ ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଭଳି ଅନେକ କାର୍ଯ୍ୟକ୍ରମକୁ ରିପୋର୍ଟରେ ପ୍ରଶଂସା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.