ଭୁବନେଶ୍ବର: ଓଡ଼ିଶାରେ କାୟା ବିସ୍ତାର କରିଛି କରୋନା ଆକ୍ରାନ୍ତ। ମାର୍ଚ୍ଚ 21 ରୁ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏକ ମାସ ପରେ ଏହା 90 ରେ ପହଁଞ୍ଚଛି ଆକ୍ରାନ୍ତଙ୍କ ସଂଖ୍ୟା। ପଶ୍ଚିମବଙ୍ଗରୁ ରାଜ୍ୟକୁ ଆସୁଛନ୍ତି କରୋନା ଆକ୍ରାନ୍ତ। ଯାହା ଫଳରେ ଓଡିଶା ପାଇଁ ସାଜୁଛି କାଳ। ରାଜ୍ୟରେ 3 ଜିଲ୍ଲାରେ କୋରୋନା ପରିସ୍ଥିତି ଅସମ୍ଭାଳ ଭାବରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏପ୍ରିଲ 2 ତାରିଖ ପରଠାରୁ ଏହି 3 ଟି ଜିଲ୍ଲାରେ କୋରୋନାର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ବରରେ 10ଟି ପଜିଟିଭ କେସ ହୋଇଥିବା ବେଳେ ଭଦ୍ରକ ରେ 12ଟି ପଜିଟିଭ କେସ ହୋଇଛି। ଏଥିରୁ 2 ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ଭାବରେ ଯାଜପୁରରେ 12 ଟି ପଜିଟିଭ କେସ ବାହାରିଥିବା ବେଳେ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି। ଅସମ୍ଭାଳ ଭାବରେ ରାଜ୍ୟରେ 3 ଟି ଜିଲ୍ଲାରେ କାୟା ବିସ୍ତାର କରୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବାଲେଶ୍ବର, ଯାଜପୁର ଓ ଭଦ୍ରକ। ରାଜ୍ୟରେ ମୋଟ 90 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 33 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି । ବର୍ତମାନ ସମୟରେ 56 ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି। ତେବେ ଦେଖିବାକୁ ଗଲେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବା ଖୋର୍ଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 46। ସେଥିମଧ୍ୟରୁ 22 ଜଣ ସୁସ୍ଥ ହୋଇଥିବା ବେଳେ 23 ଜଣ ବର୍ତମାନ ସମୟରେ ସକ୍ରିୟ ଅଛନ୍ତି। ସେଥିମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଛନ୍ତି।ସରକାରୀ ତଥ୍ୟ ଅନୁଯାୟୀ, ଏହି 3 ଟି ଜିଲ୍ଲା ରେ କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତି ମାନେ ପଶ୍ଚିମବଙ୍ଗରୁ ଫେରିଛନ୍ତି।
କଲିକତାରୁ କୌଣସି ଏକ ଟ୍ରକ ଓ ବିଭିନ୍ନ ଗଳାବାଟ ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରିଥିଲେ। ସେମାନେ ଘରେ ସଂଗରୋଧ ଭାବରେ ନ ରହି ସମସ୍ତ ଅଂଚଳ ଚଳପ୍ରଚଳ କରିଥିଲେ। ଯାହା ଫଳରେ ନିଜର କରୋନା ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟମାନଙ୍କୁ ବି ଆକ୍ରାନ୍ତ କରିବାର ସମ୍ଭାବନା ରହିଛି। ଖୋର୍ଦ୍ଧା ଜିଲ୍ଲାରେ ମୋଟ 46 ଆକ୍ରାନ୍ତ ରହିଥିବା ବେକେ ସେଥିରୁ 22 ଜଣ ସୁସ୍ଥ ଓ 23 ଜଣ ବର୍ତମାନ ସମୟରେ ଚିକିତ୍ସିତ ହେଉଛନ୍ତି। ଜଣେ ମୃତ ଅଛନ୍ତି। ଯାଜପୁର ଜିଲ୍ଲାରେ ମୋଟ 12 ଜଣ ପଜିଟିଭ ରହିଥିବା ବେଳେ 1 ମାତ୍ର ସୁସ୍ଥ ହୋଇଛନ୍ତି। ଅନ୍ୟ 11 ଜଣ ଚିକିତ୍ସିତ ହେଉଛନ୍ତି। ଭଦ୍ରକ ଜିଲ୍ଲାରେ 12 ଟି ପଜିଟିଭ ମଧ୍ୟରୁ 2 ଜଣ ସୁସ୍ଥ ହୋଇଥିବା ବେଳେ 10 ଜଣ ଚିକିତ୍ସିତ ହେଉଛନ୍ତି।
ବାଲେଶ୍ବର ଜିଲ୍ଲାରେ 10 ଟି ମୋଟ ପଜିଟିଭ ରହିଥିବା ବେଲେ ସମସ୍ତେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ 2 ଜଣ ପଜିଟିଭ ରହିଥିବା ବେଳେ ଜଣେ ସୁସ୍ଥ ହୋଇଥିବା ବେଳେ ଜଣେ ହିଁ ଚିକିତ୍ସିତ ହେଉଛନ୍ତି। ସୁନ୍ଦରଗଡ ଜିଲ୍ଲାରେ 3 ଟି ପଜିଟିଭ ବାହାରିଥିବା ବେଳେ 2 ଜଣ ସୁସ୍ଥ ହୋଇଛନ୍ତି ଜଣେ ମାତ୍ର ଚିକିତ୍ସା ହେଉଛନ୍ତି। କଳାହାଣ୍ଡି ଜିଲ୍ଲାରେ 2 ଟି ପଜିଟିଭ ବାହାରିଥିବା ବେଳେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଢେଙ୍କାନାଳ ଜିଲ୍ଲାର ଜଣେ ପଜିଟିଭ ବାହାରିଥିବା ବେଲେ ବର୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଚନ୍ତି। ପୁରୀ ଓ କଟକ ରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାଜ୍ୟରେ ଆରଟିପିସିଆର ଟେଷ୍ଟ କରାଯାଇଛି 18458। ରାପିଡି ଆଣ୍ଟିବାଡି ଟେଷ୍ଟ 4975 ଟେଷ୍ଟ କରାଯାଇଛି। ରାଜ୍ୟରେ କରୋନା ସ୍ଥିତି କୁ ନେଇ 90 ଜଣଙ୍କ ମଧ୍ୟରୁ 63 ଜଣ ପୁରୁଷ ରହିଥିବା ବେଳେ 27 ଜଣ ମହିଳା ରହିଛନ୍ତି। ରାଜ୍ୟରେ ଯଦି ବୟସ ତୁଳନାରେ କରୋନା ଆକ୍ରନ୍ୟଙ୍କ ତଥ୍ୟ ଦେଖାଯାଏ ତେବେ 0- 14 ବର୍ଷ ବୟସ ମଧ୍ୟରେ 10 ଜଣ। 15 - 40 ବର୍ଷ ବୟସ ମଧ୍ୟରେ 42 ଜଣ । 41 - 60 ବର୍ଷ ବୟସ ଭିତରେ 27 ଜଣ । 60 ରୁ ଉର୍ଦ୍ଧ ବୟସ ମଧ୍ୟରେ 11 ଜଣ କରୋନା ଆକ୍ରାନ୍ତ ଅଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ