ETV Bharat / city

ବଡ ଧରଣର ବନ୍ୟା ହେବାର ଆଶଙ୍କା ନାହିଁ, ମୁଖ୍ୟ ଶାସନ ସଚିବଙ୍କ ସୂଚନା

author img

By

Published : Aug 15, 2022, 3:44 PM IST

Updated : Aug 15, 2022, 5:22 PM IST

ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଛି ବର୍ଷା । ମହାନଦୀର ଜଳସ୍ତର ବଢିଥିବା ବେଳେ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଧିକ ପଢନ୍ତୁ

ବଡ ଧରଣର ବନ୍ୟା ହେବାର ଆଶଙ୍କା ନାହିଁ, ମୁଖ୍ୟ ଶାସନ ସଚିବଙ୍କ ସୂଚନା
ବଡ ଧରଣର ବନ୍ୟା ହେବାର ଆଶଙ୍କା ନାହିଁ, ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତ ୩ରୁ ୪ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବା ପରେ ମହାନଦୀରେ ମଧ୍ୟ ବନ୍ୟା ଜଳ ଆସିଛି । ଏହି ସମସ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ବଡ ଧରଣର ବନ୍ୟା ହେବାର ଆଶଙ୍କା ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଏ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, "ହୀରାକୁଦ ଜଳ ସ୍ତର ଉପରେ ନଜର ରଖାଯାଇଛି । ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ୧୦ଲକ୍ଷ ୫୦ହଜାର‌ କ୍ୟୁସେକ ପାଣି ପାସ୍‌ କରିପାରେ । ତେବେ ବଡ ଧରଣର ବନ୍ୟା ହେବାର ଆଶଙ୍କା ନାହିଁ ।

ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିଛି । ସେହି ସବୁ ଅଞ୍ଚଳରେ ଜିଲ୍ଲାପାଳ ମାନଙ୍କୁ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ପାଟ୍ରୋଲିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।" ସେପଟେ ହୀରାକୁଦରେ ପୂର୍ବରୁ ୩୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ୮ଟି ଗେଟ୍‌କୁ ବନ୍ଦ କରାଯାଇଛି । ଫଳରେ ୨୪ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 15, 2022, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.