ETV Bharat / city

ଖୁବଶୀଘ୍ର ପରଦାକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର ଲିଙ୍ଗରାଜ ମନ୍ଦିର - ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ

ଆସୁଛି ନୂଆ ସିନେମା । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ । ଏକାମ୍ର କ୍ଷେତ୍ର ଐତିହ୍ୟର ମଉଡମଣିଙ୍କୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ଲିଙ୍ଗରାଜ ମନ୍ଦିର

ପରଦାକୁ ଆସିବ ଚଳଚ୍ଚିତ୍ର ଲିଙ୍ଗରାଜ ମନ୍ଦିର
ପରଦାକୁ ଆସିବ ଚଳଚ୍ଚିତ୍ର ଲିଙ୍ଗରାଜ ମନ୍ଦିର
author img

By

Published : Sep 18, 2022, 10:43 PM IST

ଭୁବନେଶ୍ବର: ଆସୁଛି ନୂଆ ସିନେମା । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ କରାଯାଇଥିବାବେଳେ ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି । ଏକ ବଳିଷ୍ଠ ପ୍ରେମ କାହାଣୀକୁ ନେଇ ସିନେମାଟି ଆସୁଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ସିନେମାର ନାଁ ରହିଛି ' ଲିଙ୍ଗରାଜ ମନ୍ଦିର' । ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ ଏଥିରେ ଏକ ନିଆରା ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି ।

ଚଳଚ୍ଚିତ୍ରରେ ଲିଙ୍ଗରାଜ ମନ୍ଦିର ନିକଟରେ ଖୋଳିବା ସମୟରେ ଏକ ପଥର ମୂର୍ତ୍ତି ମିଳୁଛି। ପରବର୍ତ୍ତୀ ସମୟରେ ସେହି ମୂର୍ତ୍ତିର ପ୍ରାଚୀନ ଇତିହାସ ଜଣାପଡୁଛି । ମୂର୍ତ୍ତିଟି କାହାର ଏବଂ ମାଟି ତଳେ ତାହାକୁ କାହିଁକି ଓ କିଏ ପୋତିଥିଲା ତାହା ସିନେମାର ଶେଷ ଯାଏଁ ଦେଖିଲେ ଜଣାପଡ଼ିବ । ତେବେ ସିନେମାରେ ପ୍ରେମ, ପ୍ରଣୟ ସହ ବଳିଷ୍ଠ ନାଟକୀୟ ପୃଷ୍ଠଭୂମି ରହିଥିବା ଜଣାପଡିଛି । ସବୁଠାରୁ ବଡ଼ କଥା ହେଲା, କାହାଣୀରେ ସଙ୍ଗୀତକୁ ଅଧିକ ଗୁରୁତ୍ବ ମିଳିଛି ।

ପରଦାକୁ ଆସିବ ଚଳଚ୍ଚିତ୍ର ଲିଙ୍ଗରାଜ ମନ୍ଦିର

ସିନେମାରେ ୬ଟି ଗୀତ ରହିଥିବା ବେଳେ ଗୁଡଲୀ ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେହିଭଳି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସାଉଥ୍ ସିନେମାର ନିର୍ଦ୍ଦେଶକ ରବି ରୟାଲ । ଏ.ସଞ୍ଜୁଙ୍କ ପ୍ରଯୋଜିତ ଏହି ସିନେମାରେ ରାଜଶେଖର ପ୍ରଯୋଜକ ରହିଛନ୍ତି । ଓଡ଼ିଆ ସିନେମାରେ ପୁଞ୍ଜି ନିବେଶ କରିବାକୁ ଓଡ଼ିଆ ପ୍ରଯୋଜକ ପଛଘୁଞ୍ଚା ଦେଉଥିବାବେଳେ ଏଥିରେ ଦକ୍ଷିଣ ଭାରତ ଓ ବମ୍ବେରୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଯୋଡ଼ି ଦେଖିବାକୁ ମିଳିଛି ।

ଯାହାକି ସିନେମାର ଗୁରୁତ୍ବ ଆହୁରି ବଢାଇ ଦେବା ସହ ମୌଳିକ ଓଡ଼ିଆ କାହାଣୀ ବଡ଼ ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି । ଆସନ୍ତା ଜାନୁଆରୀରୁ ସିନେମାର ସୁଟିଂ ଆରମ୍ଭ ହେବ । ଭୁବନେଶ୍ୱର, ଗଡ଼ ମଧୁପୁର, କୋରାପୁଟ, ଜୟପୁର, ରାୟଗଡ଼ା ଓ ବମ୍ବେରେ ସିନେମାର ସୁଟିଂ ହେବ ବୋଲି ଜଣାପଡିଛି । ଓଡ଼ିଶାରୁ ଅଭିନେତ୍ରୀ ଭୂମିକା ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିବାବେଳେ ଅତିଶୀଘ୍ର ବଲିଉଡ ଓ ଓଲିଉଡ କଳାକାର ଚୟନ କରାଯିବ ବୋଲି ପ୍ରଯୋଜନା ସଂସ୍ଥା କହିଛନ୍ତି । ତେବେ ଫିଲ୍ମଟି ଅତ୍ୟନ୍ତ ଉଚ୍ଚକୋଟିର ହେବ ବୋଲି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ।

ନିକଟରେ 365 ନିବେଦିତ ସିନେମାଟି ଓଡିଆ କାହାଣୀକୁ ନେଇ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର 'ମହାବାହୁ' ଦର୍ଶକଙ୍କୁ ବେଶ ଭଲ ଲାଗିଥିଲା । ଫିଲ୍ମରେ କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କୁ ଆଧାର କରି ସିନେମାଟି ପ୍ରସ୍ତୁତ ହୋଇଥିଲା । ସମ୍ପୂର୍ଣ୍ଣ ଭକ୍ତି ପୂର୍ଣ୍ଣ ସହ ଲୋକଙ୍କୁ ମନୋରଞ୍ଜନ ଦେଲା ଭଳିଆ କମେଡି, ରୋମାନ୍ସ ଦେଖିବାକୁ ମିଳିଥିଲା ଏହି ଚଳଚ୍ଚିତ୍ରରେ । ଆଉ ଏବେ ପୁଣି ଏକ ସମ୍ପୂର୍ଣ୍ଣ ଭକ୍ତି ପୂର୍ଣ୍ଣ ସହ ଲୋକଙ୍କୁ ମନୋରଞ୍ଜନ ଦେଲା ଭଳିଆ ଆସୁଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ' ଲିଙ୍ଗରାଜ ମନ୍ଦିର' ଦର୍ଶକଙ୍କୁ କେତେ ଆକର୍ଷିତ କରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.