ଭୁବନେଶ୍ବର : ସିନେମା ହଲ ସ୍ୱାତୀରେ ଶନିବାର ଓଡ଼ିଆ ଫିଲ୍ମ ଲଭ୍ ଫିବର ପ୍ରିମିୟର ହେଇଯାଇଛି । ମୁନ ମୁଭି ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦେଇଛନ୍ତି ସଚିକାନ୍ତ ଜେନା ଓ ବିନି ପଟ୍ଟନାୟକ । ଏଥିରେ ମୁଖ୍ୟ ଭୂମିକାରେ ରାଜବୀର ଓ ବନ୍ଦନା ରହିଛନ୍ତି ।
ସେହିପରି ଅନ୍ୟ କଳାକାରମାନେ ହେଲେ ପିଣ୍ଟୁ ନନ୍ଦ, ଅଶ୍ରୁ୍ମୋଚନ ମହାନ୍ତି । ରାଜବୀରଙ୍କର ଏହା ପ୍ରଥମ ଚଳଚ୍ଚିତ୍ର । ଏଥିରେ ସେ ଜଣେ ଆକାଉଣ୍ଟ ସ୍ପେସାଲିଷ୍ଟ ଭାବେ ନଜର ଆସିଛନ୍ତି । ଚଳଚ୍ଚିତ୍ରରେ ରହିଛି ଆକ୍ସନ ସହିତ ରୋମାନ୍ସ । ଯାହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ରାଜବୀର। ଏହାର ନିଦ୍ଦେର୍ଶନା ଦେଇଛନ୍ତି ଚନ୍ଦନ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ