ETV Bharat / city

‘ମାନବିକ ବିପତ୍ତି ସମୟରେ ସମ୍ବାଦପତ୍ରର ରହିଛି ବଡ଼ ଭୂମିକା’

author img

By

Published : Aug 4, 2021, 9:55 PM IST

ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ । ମାନବିକ ବିପତ୍ତି ସମୟରେ ସମ୍ବାଦପତ୍ର ଏକ ବଡ଼ ଭୂମିକା ଗ୍ରହଣ କରେ । ପ୍ରଶାସନର ବିଫଳତାକୁ ସମ୍ବାଦପତ୍ର ହିଁ ଉପସ୍ଥାପନ କରେ ବୋଲି କହିଲେ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଆଇଆଇଏମସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ
ଆଇଆଇଏମସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ

ଭୁବନେଶ୍ବର: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ପ୍ରଫେସର ଯତୀନ୍ଦ୍ର ନାୟକ କହିଛନ୍ତି, ସାମ୍ବାଦିକତା ଓ ସାହିତ୍ୟ ମଧ୍ୟରେ ଅନେକ କ୍ଷେତ୍ରରେ ସମାନତା ରହିଛି । ବର୍ତ୍ତମାନ ସେ ଯୁଗ ଆଉ ନାହିଁ ଯେ, ସାମ୍ବାଦିକତା କେବଳ ତଥ୍ୟ ଯୋଗେଇବ ଓ ସାହିତ୍ୟ କେବଳ କାଳ୍ପନିକ କଥା କହିବ । ଏବେର ସାମ୍ବାଦିକମାନେ ସୃଜନଶୀଳ ସାହିତ୍ୟ ରଚନାର ଶୈଳୀ ଆପଣେଇବା ଦରକାର । ଏହି ପରିପ୍ରେକ୍ଷୀରେ ସେ ବିଶ୍ୱର ପ୍ରସିଦ୍ଧ ସାମ୍ବାଦିକ ତଥା ସାହିତ୍ୟିକ ଗାର୍ବିଏଲ୍‍ ଗାର୍ସିଆ ମାର୍‍କୁଏଜ୍‍, ଜର୍ଜ ଓର୍‍ୱେଲ୍‍, ରିଚାର୍ଡ କାପୁସିଙ୍କି ଓ ଏର୍‍ନେଷ୍ଟ ମିଲର ହେମିଙ୍ଗ୍‍ୱେଙ୍କ ଉଦାହରଣ ଦେଇଛନ୍ତି ।

ସେହିପରି ‘ଉତ୍କଳ ଦୀପିକା’ ଓଡ଼ିଆ ଅସ୍ମିତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଭାଷାଭିତ୍ତିକ ଗୋଟିଏ ପ୍ରଦେଶ ଗଠନ କରିବା ଏହି ଖବରକାଗଜର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ‘ଉତ୍କଳ ଦୀପିକା’ ସାହିତ୍ୟ ପୁସ୍ତକଗୁଡ଼ିକର ସମାଲୋଚନା ଆରମ୍ଭ କରିଥିଲା । ସେ ସମୟରେ କୌଣସି ସାହିତ୍ୟ ପତ୍ରିକା ନଥିଲା । ସାହିତ୍ୟ ସମୀକ୍ଷା ପାଇଁ ଏହା ଏକ ଭଲ ମଞ୍ଚ ଥିଲା ।

ଆଇଆଇଏମସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ
ଆଇଆଇଏମସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ

ସ୍ୱାଗତ ଭାଷଣ ପ୍ରଦାନ କରି ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ମାନବିକ ବିପତ୍ତି ସମୟରେ ସମ୍ବାଦପତ୍ର ଏକ ବଡ଼ ଭୂମିକା ଗ୍ରହଣ କରେ । ପ୍ରଶାସନର ବିଫଳତାକୁ ସମ୍ବାଦପତ୍ର ହିଁ ଉପସ୍ଥାପନ କରେ । ଏ କ୍ଷେତ୍ରରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ର ନାମ ଚିର ସ୍ମରଣୀୟ । ୧୮୬୬ ମସିହା ଅଗଷ୍ଟ ୪ରେ ପ୍ରକାଶନ ଆରମ୍ଭ କରିଥିବା ‘ଉତ୍କଳ ଦୀପିକା’ ନଅଙ୍କ ଦୁର୍ଭିକ୍ଷର ଭୟାବହତାକୁ କମେଇବାରେ ଖୁବ୍‍ ସହାୟକ ହୋଇଥିଲା । ଏହାସହ ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଏହି ଖବରକାଗଜ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏହା ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ସମ୍ମୁଖକୁ ଆଣିଥିଲା । ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଖବରକାଗଜର ଅବଧାରଣାରେ ଯେଉଁ କଥାଗୁଡ଼ିକ ରହିଛି- ‘ଉତ୍କଳ ଦୀପିକା’ରେ ତାହା ସବୁ ଥିଲା । ଏହାକୁ ଓଡ଼ିଆ ଭାଷାର ପ୍ରଥମ ପ୍ରକୃତ ଅର୍ଥରେ ଖବରକାଗଜ ଭାବେ ବିବେଚିତ କରାଯାଏ । ସେଇଥିପାଇଁ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି ।

ଆଇଆଇଏମସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ
ଆଇଆଇଏମସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ
ଏହି ଅନ୍‍ଲାଇନ୍‍ କାର୍ଯ୍ୟକ୍ରମରେ ସୋନାଲି ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ଏଥିସହିତ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଉପରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସ୍କ୍ରିନିଂ ହୋଇଥିଲା । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।ଆଇଆଇଏମ୍‍ସି ପକ୍ଷରୁ ପ୍ରତିବର୍ଷ ଏହି ଦିନ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହୋଇଆସୁଛି । ଏହି ଅବସରରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ରାଧାନାଥ ରଥ ବୃତ୍ତି ପ୍ରଦାନ କରାଯାଇଛି । ସେହିପରି ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରୀ ଖ୍ୟାତି ସଙ୍ଗୀରଙ୍କୁ ଡ. ସତ୍ୟ ମହାପାତ୍ର ସ୍ମାରକୀ ବୃତ୍ତି ଦିଆଯାଇଛି । ବୃତ୍ତି ବାବଦକୁ ଉଭୟଙ୍କୁ ମିଳିଛି ମାନପତ୍ର ଓ ଦଶ ହଜାର ଟଙ୍କା ।ଏହି କାର୍ଯ୍ୟକ୍ରମରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ୬୪ ପୃଷ୍ଠାର ଏକ ପତ୍ରିକା ଉନ୍ମୋଚିତ ହୋଇଛି । ଏଥରର ପ୍ରଚ୍ଛଦ ପ୍ରସଙ୍ଗ ରହିଛି ‘ବିରତି ବିଶ୍ୱ- ୨୦୨୦’ । ଏହାସହ ସଂସ୍ଥାନ ପକ୍ଷରୁ ଏକ ‘ଆଲୁମିନାଏ ଇନ୍‍ଡେକ୍ସ’ ପୁସ୍ତିକାର ଲୋକାର୍ପଣ ହୋଇଛି । ଏଥିରେ ସଂସ୍ଥାନର ବିଭିନ୍ନ ବର୍ଷର ଶିକ୍ଷାର୍ଥୀମାନଙ୍କ ବୃତ୍ତିଗତ ଜୀବନ ସମ୍ପର୍କରେ ଉଲ୍ଲେଖ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.